Home ଜିଲ୍ଲା ପରିକ୍ରମା ସମ୍ବଲପୁରରେ ବିଶ୍ୱ ପରିବେଶ ଦିବସ ପାଳିତ

ସମ୍ବଲପୁରରେ ବିଶ୍ୱ ପରିବେଶ ଦିବସ ପାଳିତ

184

ସମ୍ବଲପୁର, ୫/୬ (ଓଡ଼ିଆ ପୁଅ) ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସମ୍ବଲପୁରର ଆଂଚଳିକ କାର୍ଯ୍ୟାଳୟ ପକ୍ଷରୁ ଆଜି ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଏକ ବଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବିଷୟ ଉପରେ ପରିବେଶ ଦିବସ ଉପଲକ୍ଷେ ଏହି ସନ୍ଦର୍ଭରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଦୁଇଶହରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରୁ ଯୋଗ୍ୟ ବିବେଚିତ ପଚିଶ କୃତୀ ଛାତ୍ରଛାତ୍ରୀ ଙ୍କୁ ଆଜି ର ସଭାରେ ଆଂଚଳିକ ବୋର୍ଡ଼ କାର୍ଯ୍ୟାଳୟର ଅଧିକାରୀ ଇଂ. ଦିଲ୍ଲୀପ କୁମାର ଦାଶ ପୁରଷ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରିଥିଲେ। ସେ, ସଭାର ମଖ୍ୟ ଅତିଥି ଆଦିତ୍ୟ ଆଲୁମିନିୟମର ଅଧ୍ୟକ୍ଷ କୈଳାଶ ନାଥ ନାୟକ ଏବଂ ସମ୍ମାନିତ ଅତିଥି ହିଂଡ଼ାଲକୋ ହୀରାକୁଦ ସ୍ମେଲଟରର ମୁଖ୍ୟ ଜଗନ୍ନାଥ ପ୍ରସାଦ ନାୟକ ବକ୍ତବ୍ୟ ଦେଇ ବିକାଶ ସହିତ ତାଳ ଦେଇ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଓ ହ୍ରାସ କରାଯିବା ଉପରେ ଯୋର ଦେଇଥିଲେ। କାରଖାନା ମାନଙ୍କରେ ଉତ୍ପାଦନ ସମୟରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଦୃଷ୍ଟି ଦିଆଯିବା ଜରୂରୀ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ଘରେ ବ୍ୟବହାର କରାଯାଉଥିବା ରୋଷାଇ ଗ୍ୟାସ ଚୁହ୍ଲା ଓ ଯାନବାହନର ଉଚିତ ରକ୍ଷଣାବେକ୍ଷଣ ଦ୍ୱାରା ନିଜନିଜ ସ୍ତରରେ ପ୍ରଦୂଷଣ ହ୍ରାସ କରାଯାଇପାରିବ। ଏହା ଫଳରେ ପରିବେଶ ସୁରକ୍ଷା ପ୍ରତି ସହାୟକ ହେବ ବୋଲି ବକ୍ତା ମାନେ କହିଥିଲେ। ରାଇସ ମିଲର ଏସୋସିଏନର ରମାକାନ୍ତ ଧର, ଶ୍ୟାମ ମେଟାଲିକ୍ସ ଲିମିଟେଡ଼ର ଶଂଭୁ ଶର୍ମା ପ୍ରମୂଖ ଆଲୋଚନାରେ ଭାଗ ନେଇଥିଲେ। ସଭା ଓ ପ୍ରତିଯୋଗିତା କୁ ବୋର୍ଡ଼ ଆଂଚଳିକ ଦପ୍ତରର ବିଶେଷଜ୍ଞ ଡ଼. ସତ୍ୟ ନାରାୟଣ ନନ୍ଦ ସଂଯୋଜନା କରିଥିଲେ। ପୂର୍ବରୁ ଇଂ. ବିଶ୍ୱକାନ୍ତ ପ୍ରଧାନ ସଭାର ଉଦ୍ଦେଶ୍ୟ ଉପସ୍ତାପନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ସଂଗୀତ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.