Home ଆନ୍ତର୍ଜାତୀୟ ପ୍ରିୟଙ୍କା ଚୋପ୍ରା ବ୍ୟାକଲେସ ଶାଢ଼ୀରେ, ସୋସିଆଲ ମିଡ଼ିଆ ୟୁଜର୍ସ କହିଲେ ଏମିତି …!!!

ପ୍ରିୟଙ୍କା ଚୋପ୍ରା ବ୍ୟାକଲେସ ଶାଢ଼ୀରେ, ସୋସିଆଲ ମିଡ଼ିଆ ୟୁଜର୍ସ କହିଲେ ଏମିତି …!!!

2409

ମୁମ୍ବାଇ ୬-୬ (ଓଡ଼ିଆ ପୁଅ) ପ୍ରିୟଙ୍କା ଚୋପଡ଼ା ନିକଟରେ ଏକ ଷ୍ଟାଇଲ ମାଗାଜିନ୍ ପାଇଁ ଫଟୋ ସୁଟ କରାଇଛନ୍ତି। ଏହି ଫଟୋସୁଟରେ ସେ ଶାଢ଼ୀ ମଧ୍ୟ ପିନ୍ଧିଛନ୍ତି କିନ୍ତୁ ତା’କୁ ଅଲଗା ଭାବରେ କ୍ୟାରୀ କରାଯାଇଛି। ସୂଚନାଯୋଗ୍ୟଯେ, ଡିଜ଼ାଇନର ତରୁଣ ତେହେଲିୟାନୀଙ୍କ ଦ୍ଵାରା ଡିଜ଼ାଇନ କରାଯାଇଥିବା ଗୋଲ୍ଡ ଶିମରୀ ଶାଢ଼ୀ ସହିତ ପ୍ରିୟଙ୍କା ବ୍ଲାଉଜ ପିନ୍ଧିନାହାଁନ୍ତି ଏବଂ ଭାଇରାଲ୍ ହେଉଥିବା ଭିଡ଼ିଓରେ ସେ ଏହି ଶାଢ଼ୀକୁ ପିନ୍ଧି ବ୍ୟାକଲେସ ପୋଜ ଦେଉଥିବା ନଜର ଆସୁଛନ୍ତି। ଫଟୋସୁଟର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ୟୁଜର୍ସ ତାଙ୍କୁ ଏକ୍ସପୋଜ କରିବା ପାଇଁ ଟ୍ରୋଲ କରୁଛନ୍ତି।

 

କ’ଣ ଲେଖିଛନ୍ତି ସୋସିଆଲ ମିଡ଼ିଆ ୟୁଜର୍ସ ?

ଜଣେ ୟୁଜର ଲେଖିଛନ୍ତି ଆପଣ ଡ୍ରିଙ୍କ କକିଛନ୍ତି। ଲାଜ କରନ୍ତୁ ଭୁଲନ୍ତୁ ନାହିଁ ଆପଣ ଭାରତୀୟ।
ଆଉ ଜଣେ ୟୁଜର ଲେଖିଛନ୍ତି – ହଲିଉଡରେ ଫିଟ ହେବାପାଇଁ ବଲ୍ଗାରିଟିର ସାମା ପାର କରୁଛନ୍ତି।
ଅନ୍ୟ ୟୁଜର ଲେଖିଛନ୍ତି : ପ୍ରିୟଙ୍କା ହଲୀଉଡରେ ନାଁ କମାଇବା ପାଇଁ ସବୁ ସାମା ପାର କରିଛନ୍ତି, ଆପଣଙ୍କ ଉପରେ ଲାଜ ମାଡ଼ୁଛି ଆଣ୍ଟି।
ଅନ୍ୟ ୟୁଜର ଲେଖିଛନ୍ତି – ଗୋଟେ ପଟେ ଆପଣ ସିନେମାରେ ଦେଶୀ ଗାର୍ଲ ବନିକରି ସଭ୍ୟତା ଦେଖାଉଛନ୍ତି ଏବଂ ରିୟଲ ଲାଇଫରେ ଲାଜ କରନ୍ତୁ।

ପ୍ରିୟଙ୍କା ଫଟୋସୁଟର ପ୍ରଶଂସା କରି ପ୍ରିୟଙ୍କା ଇନ୍ଷ୍ଠାଗ୍ରାମରେ ଲେଖିଛନ୍ତି – ଫେସନ ସମସ୍ତ ସଂସ୍କୃତିର ବିଭିନ୍ନ ଅଙ୍ଗ ଅଟେ। ଭାରତରେ ଶାଢ଼ୀ ଏକ ମହତ୍ଵପୂର୍ଣ୍ଣ ପରିଧାନ। ମୋ ପାଇଁ ଏହାର ବିବିଧତା ବିଶେଷତ୍ତ୍ୱ ରଖେ ନାଁ କି ଏହାର ଫେବ୍ରିକ। ଏହା ଏଲିଗେନ୍ସ, ଫେମିନିଟି ଏବଂ ଶକ୍ତି ଦର୍ଶାଇଥାଏ। ମୁଁ ଏହାକୁ ପିନ୍ଧିକରି ବହୁତ ଭଲ ଅନୁଭବ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.