Home Top News ପ୍ରସିଦ୍ଧ ସିଙ୍ଗର ତଥା ମ୍ୟୁଜିକ୍‌ ଡାଇରେକ୍ଟର ବାପି ଲହରୀଙ୍କର ନିଧନ

ପ୍ରସିଦ୍ଧ ସିଙ୍ଗର ତଥା ମ୍ୟୁଜିକ୍‌ ଡାଇରେକ୍ଟର ବାପି ଲହରୀଙ୍କର ନିଧନ

163

ମୁମ୍ବାଇ ୧୬-୨ (ଓଡ଼ିଆ ପୁଅ) ପ୍ରସିଦ୍ଧ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି। ବାପି ଲାହିରି ମୁମ୍ବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ୬୯ ବର୍ଷ ବୟସରେ ନିଧନ ହୋଇଛି।

୧୯୭୦ ରୁ ୮୦ ଦଶକର ଚଲତେ ଚଲତେ, ଡିସ୍କୋ ଡାନ୍ସର୍ ଏବଂ ଶରାବୀ ପରି ଅନେକ ଚଳଚ୍ଚିତ୍ରରେ ବାପି ଲାହିରି ଲୋକପ୍ରିୟ ସଂଗୀତ ପରିବେଷଣ ପାଇଁ ବେଶ ଲୋକପ୍ରୀୟ ଥିଲେ। ଭାନକାସ୍ ନାମକ ତାଙ୍କର ଶେଷ ବଲିଉଡ୍ ଗୀତ ୨୦୨୦ ଚଳଚ୍ଚିତ୍ର ବାଗୀ ୩ ପାଇଁ ସେ ସଂଗୀତ ଦେଇଥିଲେ।

ଗତ ବର୍ଷ କରୋନା କାରଣରୁ ବାପି ଲାହିରି ଦୀର୍ଘ ଦିନ ଧରି ଅସୁସ୍ଥ ହୋଇପଡିଥିଲେ।

ବାପି ଲାହିରି ୨୭ ନଭେମ୍ବର ୧୯୫୨ ରେ ପଶ୍ଚିମବଙ୍ଗର ଜାଲପାଇଗୁଡ଼ିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଆପରେଶ ଲାହିରି ଏବଂ ମାତାଙ୍କ ନାମ ବନସାରୀ ଲାହିରି। ବାପି ଲାହିରି ବଲିଉଡରେ ବହୁତ ଲମ୍ବା ସମୟ ଧରି ସଂଗୀତ ଦେଇଛନ୍ତି। ସେ ୫୦୦ ରୁ ଅଧିକ ଗୀତ ରଚନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.