Home ଜିଲ୍ଲା ପରିକ୍ରମା ଦୋସିଙ୍ଗା ପଂଚାୟତକୁ ନେଇ ଟଣା ଓଟରା, ବଂଶବାଦ ବନାମ ସ୍ୱଚ୍ଛ ରାଜନୀତି

ଦୋସିଙ୍ଗା ପଂଚାୟତକୁ ନେଇ ଟଣା ଓଟରା, ବଂଶବାଦ ବନାମ ସ୍ୱଚ୍ଛ ରାଜନୀତି

66

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ୫ନଂ ଜୋନ ଜିଲ୍ଲା ପରିଷଦ ଅର୍ନ୍ତଭୁକ୍ତ ଦୋସିଙ୍ଗା ପଂଚାୟତକୁ ନେଇ ବିବାଦ ଘନେଇବାରେ ଲାଗିଛି। ବଂଶବାଦ ରାଜନୀତି ବନାମ ସ୍ୱଚ୍ଛ ରାଜନୀତିକୁ ନେଇ ସର୍ବସାଧାରଣରେ ଚର୍ଚା ଚାଲିଥିବା ବେଳେ ୭ହଜାର ୫୪୭ଜଣ ଭୋଟର କାହାକୁ ଆପଣାଇବେ ତାହା ମଧ୍ୟ ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ୧୯୬୨ ମସିହାରେ ଧାମରା, ଜାଗୁଳା କଇଥଖୋଲା ପଂଚାୟତକୁ ନେଇ ଗଢି ଉଠିଥିବା ଦୋସିଙ୍ଗା ପଂଚାୟତ ଆଜି ଭଳି ଦିନରେ ସ୍ୱତନ୍ତ୍ର ମାନ୍ୟତା ପାଇବା ପୂର୍ବରୁ ଏହି ପଂଚାୟତରେ ମିଶ୍ରଣ ଥିବା ଧାମରା, ଜାଗୁଳା ଏବଂ କଇଥଖୋଲା ପଂଚାୟତ ଗୁଡିକ ଅଲଗା ହୋଇଯାଇଥିଲେ। ଧାମରା ପଂଚାୟତର ପୂର୍ବତନ ଜନତା ଦଳ ନେତା ମଧୁସୂଦନ ଜେନା ପ୍ରଥମ କରି ୧୯୬୨ ମସିହାରେ ସରପଂଚ ହୋଇଥିଲେ। ପରେ ବଂଶବାଦ ରାଜନୀତିର ଅୟମାରମ୍ଭ ହୋଇଥିଲା। ଏବରର ବିଜୁ ଜନତା ଦଳ ଏବଂ ପୂର୍ବର ଜନତା ଦଳରେ ସାମିଲ ଥିବା ଦୋସିଙ୍ଗା ପଂଚାୟତର ଅନନ୍ତ ଜେନାଙ୍କ ପରିବାର ୧୯୯୨-୨୦୧୨ ମସିହା ପର୍ଯ୍ୟନ୍ତ ଏହି ପଂଚାୟତର ସରପଂଚ ଗାଦି ମାଡି ବସିବାରେ ସଫଳ ହୋଇଥିଲେ। ୨୦୧୨ ମସିହାରେ ଏହି ସରପଂଚ ପଦବୀ ସଂରକ୍ଷିତ ହେବା ପରେ ଅନନ୍ତ ଜେନାଙ୍କ ଇଙ୍ଗିତରେ ଖୋକନ ସୀଟ ସରପଂଚ ହୋଇଥିଲେ।

୨୦୧୭ ମସିହାରେ ଏହି ପଂଚାୟତରେ ଏହି ବଂଶାନୁବାଦକୁ ବିଲୋପ କରିବା ପାଇଁ କଂଗ୍ରେସ ଏବଂ ସ୍ୱାଧୀନ ପ୍ରାଥୀଙ୍କ ମଧ୍ୟରେ ବିଚାର ବିମର୍ଷ ହୋଇ ସରପଂଚ ପଦବୀ ହାତେଇଥିଲେ। ଦୋସିଙ୍ଗା ଜନସାଧାରଣ ଏହି ସମଥର୍ତି ପ୍ରାଥୀଙ୍କୁ ଚୟନ କରିବା ପରେ କିଛି ଦିନ ବ୍ୟବଧାନରେ ପୁନଶ୍ଚ ଏହି ସରପଂଚ ଶାସକ ଦଳରେ ସାମିଲ ହୋଇ ଗଲେ। ଚଳିତ ନିର୍ବାଚନରେ ୧୨ଟି ରାଜସ୍ୱ ଗ୍ରାମକୁ ନେଇ ଗଠିତ ହୋଇଥିବା ଦୋସିଙ୍ଗା ପଂଚାୟତରେ ଭୋଟର ମାନେ ୧୮ଟି ଓାର୍ଡରେ ସେମାନେ ସେମାନଙ୍କର ମତଦାନ ସାବ୍ୟସ୍ଥ କରିବେ। ଏହି ପଂଚାୟତରେ ପ୍ରାଥୀ ଜନସାଧାରଣଙ୍କୁ ଦୋସିଙ୍ଗା ବନ୍ଦରରେ ନିଯୁକ୍ତି, ସ୍ୱଚ୍ଛ ଶାସନ ଦେବେ ବୋଲି ଘର ଘର ବୁଲି ଭୋଟ ଭିକ୍ଷା କରୁଥିବା ବେଳେ ଦୀର୍ଘ ଦଶନ୍ଧି ହେବ ଏହି ପଂଚାୟତର ଦ୍ୱାର ଦେଶରେ ଧାମରା ବନ୍ଦର ହେବା ଠାରୁ ନିଯୁକ୍ତି ଏକ ପ୍ରହସନ ପାଲଟିଛି। ଅତ୍ୟନ୍ତ ରୋଚକର ବିଷୟ ଦୋସିଙ୍ଗା ପଂଚାୟତରେ ସରପଂଚ ପାଇଁ ଆଶାୟୀ ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ଧାମରା ବନ୍ଦର ମଧ୍ୟରେ ଠିକାଦାରୀ କାର୍ଯ୍ୟରେ ନିଯୁକ୍ତ ତେଣୁ ସର୍ବସାଧାରଣଙ୍କୁ ବନ୍ଦର ମଧ୍ୟରେ ନିଯୁକ୍ତି ଏକ ପ୍ରହସନର ବିଷୟ ପାଲଟିଛି। ଏହି ପଂଚାୟତକୁ ବାହ୍ୟ ମଳମୁକ୍ତ ଏବଂ ସ୍ୱଚ୍ଛ ଗ୍ରାମର ମାନ୍ୟତା ମିଳିଥିବା ବେଳେ ଅଧିକାଂଶ ଲୋକଙ୍କ ଘରେ ଶୌଚ ହେବା ପାଇଁ ଶୌଚାଳୟ ଟିଏ ନାହିଁ ରାତି ପାହିଲେ ବହୁ ପରିବାର ବନ୍ଦର ପାଶ୍ୱର୍ବର୍ତ୍ତୀ ଇଲାକାରେ ଶୌଚ ହେବା ପାଇଁ ଯାଇଥାନ୍ତି। ଏହି ପଂଚାୟତରେ କଂଗ୍ରେସ ଦଳ ତରଫରୁ ନରେନ୍ଦ୍ର ମାଇତି, ବିଜେପି ପକ୍ଷରୁ ଦେବେନ୍ଦ୍ର ନାୟକ, ବିଜଦ ପକ୍ଷରୁ ରାମକୃଷ୍ଣ ଏବଂ ସ୍ୱାଧୀନ ଭାବେ ଅଭିଜିତ ଜାନା, ଦୀପକ କୁମାର ନାୟକ ଏବଂ ମିତିସ୍ମିତା ନାୟକ ସରପଂଚ ପଦବୀ ପାଇଁ ଆଶାୟୀ ଥିବା ବେଳେ ନମିତା ଦଳେଇ, ମମତା ବାଳା ସେଠୀ ଏବଂ ଶାନ୍ତିଲତା ଦଳେଇ ସମିତି ସଭ୍ୟା ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.