Home ଓଡ଼ିଶା ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର

ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର

198

ଭୁବନେଶ୍ଵର,୦୭/୦୯,(ଓଡ଼ିଆ ପୁଅ ପି ନାଏକ): ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବାପରେ ଲୋକଙ୍କ ଭିତରେ ଛନକା ପଶିଛି । ଚାରିଆଡେ ବ୍ଲକିଂ ଏବଂ ଚେକିଂ ଦେଖି କିଏ କେତେବେଳେ ଫାଇନର ଶିକାର ହେବ ସେଥିଲାଗି ସାଧାରଣ ଲୋକ ଭୟଭୀତ ହୋଇପଡିଛନ୍ତି।ତେବେ ଲୋକଙ୍କର ଏହି ସମସ୍ୟାକୁ କିଛି ମାତ୍ରାରେ କୋହଳ କରିଛି ପ୍ରଶାସନ। । ପଲ୍ୟୁସନ ଚେକିଂକୁ ମାସେ କୋହଳ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପରିବହନ ବିଭାଗ ସଚିବ ଜି. ଶ୍ରୀନିବାସନ । ଏହା ସହ ନୂଆ ନିଷ୍ପତ୍ତି ଅନୁସାରେ ଆଉ ଏକାଧିକ ପ୍ରକାର ଫାଇନ୍ ମଧ୍ୟ ଲାଗିବନି । ଏଣିକି କେବଳ ସିରିୟସ ଅଫେନ୍ସରେ ଫାଇନ୍ ଲାଗୁହେବ ।

ପଲ୍ୟୁସନ୍ ଚେକିଂକୁ ପରିବହନ ବିଭାଗ ମାସେ କୋହଳ କରିବା ପରେ ସାଧାରଣ ଜନତାଙ୍କୁ ଏଥିରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ ଏହି ମାସେ ପରେ ଚାଳକଙ୍କୁ ପଲ୍ୟୁସନ୍ ସାର୍ଟିଫିକେଟ୍ ଦେଖାଇବାକୁ ପଡିପାରେ । ତେବେ କେଉଁଠି ଏହି ସାର୍ଟିଫିକେଟ୍ ବାହାର କରିବେ ସେନେଇ ଚାଳକମାନେ ଚିନ୍ତାରେ ପଡିଯାଇଛନ୍ତି । ପୂର୍ବରୁ ରାଜଧାନୀରେ ଅନେକ ସ୍ଥାନରେ ପଲ୍ୟୁସନ୍ ଟେଷ୍ଟିଂ ଗାଡିଗୁଡିକ ରହୁଥିଲା । କିନ୍ତୁ ଏବେ କୌଣସି ଗୋଟିଏ ଗାଡି ଦେଖାଯାଉନାହାଁନ୍ତି । ତେବେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ଆରଟିଓ ୧ ଏକ ତାଲିକା ଜାରି କରିଛନ୍ତି । ଏହି ତାଲିକାରେ ୨୯ ଟି ସ୍ଥାନରେ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟରର ଠିକଣା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.