Home ଓଡ଼ିଶା ପୋଲିସ ଏନକାଉଣ୍ଟରରେ ୨ ନକ୍ସଲ ନିପାତ

ପୋଲିସ ଏନକାଉଣ୍ଟରରେ ୨ ନକ୍ସଲ ନିପାତ

404

ମାଲକାନଗିରି,୧୪/୦୯,(ଓଡ଼ିଆ ପୁଅ ପି ନାଏକ): ମାଲକାନଗିରି ସୀମାନ୍ତ ଛତିଶଗଡର ଦାନ୍ତେୱାଡା ଅଞ୍ଚଳରେ ୨ ନକ୍ସଲଙ୍କୁ ଏନକାଉଣ୍ଟର । ଆଜି କୁଟ୍ରିମା ଅଞ୍ଚଳରେ ଥିବା ଜଙ୍ଗଲରେ ନକ୍ସଲ ଲୁଚିଥିବା ଖବର ପାଇ ପୋଲିସ ଓ ଯବାନ ମିଳିତ ଭାବେ କମ୍ବିଂ ଅପରେସନ ଚଳାଇଥିଲେ ।

ପ୍ରଥମେ ସେଠାରେ ଲୁଚି ରହିଥିବା କିଛି ନକ୍ସଲ ପୋଲିସକୁ ଦେଖି ଗୁଳି ଚାଳନା କରିଥିଲେ । ଏହାର ପାଲଟା ଜବାବରେ ପୋଲିସ ଓ ଯବାନମାନେ ନକ୍ସଲଙ୍କ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ଲାଲ ବାହିନୀ ଛତ୍ରଭଙ୍ଗ ଦେଇଥିଲା । ତେବେ ପୋଲିସ ଗୁଳିରେ ୨ ନକ୍ସଲ ନିହତ କରିଛନ୍ତି । ଏହାସହ ସେଠାରୁ ୩ଟି ବନ୍ଧୁକ, ଗୁଳିଗୋଳା ଓ ବୋମା ସମେତ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । ଏବେ ମଧ୍ୟ ସେଠାରେ କମ୍ବିଂ ଅପରେସନ ଜାରି ରହିଥିବା ସୂଚନା ରହିଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.