ad
ଓଡ଼ିଶା

ପୁନଃନିଯୁକ୍ତି ଦାବିକରି ଏମ୍ ସିଏସ୍ ସଂଯୋଜିକା ମହାସଂଘର ଧାରଣା ଓ ବିକ୍ଷୋଭ ଚତୁର୍ଥ ଦିନରେ

ଭୁବନେଶ୍ୱର, ୨୧.୦୭ (ଓଡ଼ିଆ ପୁଅ) : ସାରା ଓଡ଼ିଶାରେ ବିଭିନ୍ନ ବାଳିକା ବିଦ୍ୟାଳୟରେ ଛାତ୍ରୀ ସଂଖ୍ୟା କମୁଥିବାରୁ ୨୦୦୩ ମସିହାରେ କେନ୍ଦ୍ର ସରକାର ମ୍ୟୁଚୁଆଲ୍ ଗ୍ରାଣ୍ଟ୍ ରେ ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି କରିଥିଲେ। ୨୦୧୩ ମସିହା ପର୍ଯ୍ୟନ୍ତ ଏମାନେ ସଠିକ୍ ଭାବରେ କାମ କରୁଥିଲେ, ଯାହା ଫଳରେ ଛାତ୍ରୀସଂଖ୍ୟା ବୃଦ୍ଧି ପାଇଥିଲା। ହଠାତ୍ ୨୦୧୩ ମସିହାରେ ଇ.ଜି.ଏସ୍ ., ନନ୍ -ଫର୍ମାଲ ଭଳି ଏମ୍ .ସି.ଏସ୍ . ସ୍କିମ୍ କୁ ବନ୍ଦ କରି ୬୦୦୦ ଶିକ୍ଷୟିତ୍ରୀଙ୍କୁ ଛଟେଇ କରିଦିଆଯାଇଛି। ତେଣୁ ଉକ୍ତ ଛଟେଇକୁ ପ୍ରତିବାଦ କରି ଏବଂ ଏମାନଙ୍କୁ ଅନ୍ୟ ଜାଗାରେ ଥଇଥାନ ପାଇଁ ଦାବିକରି ହଜାର ହଜାର ଶିକ୍ଷୟିତ୍ରୀ ଗତ ତା ୧୮.୦୭.୨୦୧୯ରିଖ ଠାରୁ ବିଧାନସଭା ଆଗରେ ଧାରଣା ଦେଇଛନ୍ତି। ଉକ୍ତ ଧାରଣା ସଭାରେ ମହାସଂଘର ସଭାନେତ୍ରୀ ବିଷ୍ଣୁପ୍ରିୟା ଧରୁଆ, କାର୍ଯ୍ୟକାରୀ ସଭାପତି ରାଧାରମଣ ଷଡ଼ଙ୍ଗୀ, ସମ୍ପାଦିକା ସରସ୍ୱତୀ ବାରିକ, ବାସନ୍ତୀ ପ୍ରଧାନ, ପ୍ରଭାତ ପାଣିଗ୍ରାହୀ, ବିଷ୍ଣୁପ୍ରିୟା ଧାରୁଆ, ଜାନକୀ ଛତ୍ରିଆ, ସଙ୍ଗୀତା ସର୍ଦ୍ଦାର, ସୂର୍ଯ୍ୟମଣି ଗିରି, ସୁସୁମଣି ମହନ୍ତ, ସୁଜାତା ମହନ୍ତ, ରଶ୍ମିମଣି ମହନ୍ତ, ନିରୂପମା ପ୍ରଧାନ, କାମିନୀ ସିଂ, ସଞ୍ଜୁଲତା ବଳିଆର ସିଂ, ଭାଗ୍ୟବତୀ ମାଝୀ, ଶ୍ରୀମତୀ ଦୂରିଆ, ଭାରତୀ ଦାସ, କଲ୍ୟାଣୀ ବେହେରା, ଉଷାମଣି ବାଗ, ଚଞ୍ଚଳା ହରିଜନ ପ୍ରମୁଖ ବକ୍ତବ୍ୟ ରଖିବା ସହ ନେତୃତ୍ୱ ନେଇଥିଲେ।

ସରକାର ସହ କୌଣସି ଫଳପ୍ରସୂ ଆଲୋଚନା ହୋଇ ନ ପାରିବାରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଏମ୍ .ସି.ଏସ୍ . ସଂଯୋଜିକା ମହାସଂଘର କର୍ମକର୍ତ୍ତା ଓ ସାଧାରଣ ସଭ୍ୟାମାନେ ଏହି ଧାରଣାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚଳାଇ ରଖିବାକୁ ଆଜି ଧାରଣାର ତୃତୀୟ ଦିନରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top