Home ଓଡ଼ିଶା ପୁଣି ଧମକ ଦେଲା ପାକିସ୍ତାନ

ପୁଣି ଧମକ ଦେଲା ପାକିସ୍ତାନ

1647

ନୂଆଦିଲ୍ଲୀ,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଭାରତ ସରକାର ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ପ୍ରତିଦିନ କିଛି ନା କିଛି ଏମିତି କାମ କରୁଛି ଯାହା ତା’ନିଜ ପାଇଁ ହିଁ ସମସ୍ୟା ସୃଷ୍ଟି କରୁଛି। ଏବେ ପାକିସ୍ତାନ ପୁଣି ଥରେ ଭାରତ ପାଇଁ ଏୟାରସ୍ପେସ ବନ୍ଦ କରିବାକୁ ଧମକ ଦେଇଛି। ପୂର୍ବରୁ ପାକିସ୍ତାନ ଭାରତ ସହିତ ସ୍ଥଳଭାଗର ସମ୍ପର୍କ ଚ୍ଛିନ୍ନ କରିଥିଲା। ଏବେ ଭାରତର ବାୟୁସୀମା ଉପରେ ରୋକ ଲଗାଇବାକୁ ଚେଷ୍ଟା ଚଳାଇଛି ପାକିସ୍ତାନ। ଏଥିସହ ଆଫଗାନିସ୍ତାନକୁ ସ୍ଥଳ ଭାଗରେ ବାଣିଜ୍ୟ ମାର୍ଗ ମଧ୍ୟ ବନ୍ଦ କରିବା ନେଇ ପାକିସ୍ତାନ ଚିନ୍ତା କରୁଛି।

ମଙ୍ଗଳବାର ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଫୱାଦ ହୁସେନ୍ ଏକ ଟ୍ୱିଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପାକିସ୍ତାନ କ୍ୟାବିନେଟ୍ ବୈଠକରେ ଏ ନେଇ ପ୍ରସ୍ତାବ ରଖାଯାଇଛି। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ଯୋଜନା କରାଯାଉଛି। ମୋଦି ଆରମ୍ଭ କରିଛନ୍ତି, ଆମେ ଶେଷ କରିବୁ ବୋଲି ପାକିସ୍ତାନ ମନ୍ତ୍ରୀ ହୁସେନ୍ ଟ୍ୱିଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.