Home ଓଡ଼ିଶା ପିଅନ କରୁଛନ୍ତି ବ୍ୟାଙ୍କର ସମସ୍ତ କାମ: ମୋବାଇଲରେ ବ୍ୟସ୍ଥ ବ୍ୟାଙ୍କ ଅଧିକାରୀ

ପିଅନ କରୁଛନ୍ତି ବ୍ୟାଙ୍କର ସମସ୍ତ କାମ: ମୋବାଇଲରେ ବ୍ୟସ୍ଥ ବ୍ୟାଙ୍କ ଅଧିକାରୀ

308

ଟିଟିଲାଗଡ଼ ୭-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଶାଖା କର୍ମଚାରୀଙ୍କ ମନମୁଖୀ ଓ ଖାମଖିଆଲ କାର୍ଯ୍ୟକଳାପ ଯୋଗୁଁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରକାଶ ଯେ, ଏହି ବ୍ୟାଙ୍କ ଉପରେ ଆଖ ପାଖ ଅଂଚଳରୁ ଶହ ଶହ ସାଧାରଣ ଲୋକ ବିଭିନ୍ନ ପ୍ରକାର କାର୍ଯ୍ୟ ନିମନ୍ତେ ଆସିଥାନ୍ତି। ହେଲେ ଏହି ବ୍ୟାଙ୍କ ଶାଖାରେ କର୍ମଚାରୀ ମନମୁଖୀ ଭାବ ଯୋଗୁଁ ଆସିବା ଓ ନିଜ ଟେବୁଲ ଛାଡ଼ି ନିଜ ସ୍ଥାନରେ ନ ରହି ବ୍ୟାଙ୍କରୁ ଅନ୍ୟତ୍ର ଚାଲିଯିବା ଓ ଏପରିକି ସହରରେ ଉକ୍ତ କାର୍ଯ୍ୟକର୍ତା ବୁଲୁଥିବା ଦେଖା ଯାଉଛି। କେତେକ କର୍ମଚାରୀ ବ୍ୟାଙ୍କ ଉପର କୋଠରୀରେ ବସି ରହିବା ଓ ମୋବାଇଲରେ ବ୍ୟସ୍ତ ଥିବା ଅଭିଯୋଗ ହେଉଛି। ଏହି ବ୍ୟାଙ୍କର ଉକ୍ତ ଟେବୁଲ ବା କାଉଣ୍ଟର ଗୁଡ଼ିକ ଖାଲିଥିବା ଓ ଲୋକ ଧାଡ଼ି ବାନ୍ଧି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ବେଳେ ଅନେକ ସମୟରେ ନାନା ପ୍ରକାର ଆଳରେ ହଇରାଣ କରୁଥିବା ଅଭିଯୋଗ ହୋଇଛି। ମାତ୍ର ଦୁଇ ତିନି ଜଣ କର୍ମଚାରୀ ରହିବା ବେଳେ ଅନ୍ୟ ସବୁ ସ୍ଥାନ ଖାଲି ରହୁଛି। ଅନେକ ସମୟରେ ବ୍ୟାଙ୍କ ର ଦୁଇ, ତିନି ଜଣ ପିଅନ ଉକ୍ତ ଖାଲି ଟେବୁଲ ବା କାଉଣ୍ଟର ରେ ବିଭିନ୍ନ ପ୍ରକାରର କାମ କରୁଥିବା ଦେଖାଯାଉଛି। ଏ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.