Home ଓଡ଼ିଶା ପାହାଡ଼ରେ ପିଟି ହେଲା ହେଲିକପ୍ଟର, ୨ ପାଇଲଟ ମୃତ

ପାହାଡ଼ରେ ପିଟି ହେଲା ହେଲିକପ୍ଟର, ୨ ପାଇଲଟ ମୃତ

683

ନୂଆଦିଲ୍ଲୀ,୨୭/୦୯,(ଓଡ଼ିଆ ପୁଅ ପି ନାଏକ): ପାହାଡରେ ପିଟି ହୋଇ ଭାରତୀୟ ଚେତକ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଭାରତୀୟ ସେନାର ଜଣେ ପାଇଲଟ ଓ ରୟାଲ ଭୁଟାନ ଆର୍ମିର ଜଣେ ଅଫିସର ମୃତ ହୋଇଥିବା ଖବର ମିଳିଛି । ବିମାନଟି ପୂର୍ବ ଭୁଟାନର ତାସିଗାଙ୍ଗ ଜିଲ୍ଲାର ୟେନଫୁଲା ଏୟାରଷ୍ଟ୍ରିପକୁ ଯାଉଥିବାବେଳେ ଖେଣ୍ଟୋଗମନି ଅଞ୍ଚଳରେ ଦୁର୍ଘଟଣାଗସ୍ତ ହୋଇଥିଲା । ହିମାଳୟ ପାର୍ବତ୍ୟ ଅଞ୍ଚଳରେ ପାଗ ଖରାପ ଥିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ଉକ୍ତ ଅଞ୍ଚଳରେ ପ୍ରବଳ କୁହୁଡି ହୋଇଥିବାରୁ ଭଲଭାବେ ଦେଖି ହେଉନଥିଲା । ଏଥିଯୋଗୁଁ ହେଲିକାପ୍ଟର ପାହାଡରେ ପିଟି ହୋଇଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି ।

ତେବେ ଦୁଇଦିନ ତଳେ ଭାରତୀୟ ବାୟୁସେନାର ମିଗ ୨୧ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଚଳିତ ବର୍ଷ ଏପର୍ଯ୍ୟନ୍ତ ଭାରତୀୟ ବାୟୁସେନା ଓ ସେନାର ମୋଟ ୧୨ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏଥିରେ ମୋଟ ୨୦ ଜଣ ପ୍ରାଣ ହରାଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.