Home ଓଡ଼ିଶା ପାକିସ୍ତାନୀ ବ୍ୟାଟ୍ ର ଅନାଧିକାର ପ୍ରବେଶ ବିଫଳ : ୭ ଆତଙ୍କବାଦୀଙ୍କୁ ମରାଗଲା ଶବ ଏଲଓସିରେ...

ପାକିସ୍ତାନୀ ବ୍ୟାଟ୍ ର ଅନାଧିକାର ପ୍ରବେଶ ବିଫଳ : ୭ ଆତଙ୍କବାଦୀଙ୍କୁ ମରାଗଲା ଶବ ଏଲଓସିରେ ପଡ଼ିଛି : ଭାରତୀୟ ସେନା

295

ଶ୍ରୀନଗର ୩-୮ (ଓଡ଼ିଆ ପୁଅ) ଭାରତୀୟ ସେନା ପାକିସ୍ତାନୀ BAT (ବର୍ଡର ଆକ୍ସନ ଟିମ) ସ୍କ୍ଵାର୍ଡର ଆତଙ୍କବାଦୀମାନଙ୍କୁ କାଶ୍ମୀରରେ ଅନାଧିକାର ପ୍ରବେଶର ଚେଷ୍ଟାକୁ ବିଫଳ କରିଛନ୍ତି। ଭାରତୀୟ ସେନା ଶନିବାରଦିନ କହିଛି କି ଆତଙ୍କବାଦୀମାନେ ଗତ ୩୬ ଘଣ୍ଟା ମଧ୍ୟରେ ଅନେକ ଥର କେରନ ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲଓସି) ପାର କରିବାକୁ ପ୍ରୟାସ କରୁଥିଲେ। ଜବାବୀ କାର୍ଯ୍ୟାନୁଷ୍ଠାନ ସମୟରେ ୫ ରୁ ୭ ଆତଙ୍କବାଦୀଙ୍କୁ ମରାଯାଇଛି। ବର୍ତ୍ତମାନ ତାଙ୍କର ଶବ ଏଲଓସି ଉପରେ ପଡ଼ିଛି, ଯାହାକି ଗୁଳିଚାଳନା କାରଣରୁ ନେଇ ପାରି ନାହାଁନ୍ତି।

ଅପର ପକ୍ଷରେ, ବାରାମୂଲାରେ ମଧ୍ୟ ଗୁଳି ବିନିମୟ ସମୟରେ ଜୈଶ-ଏ-ମୋହମ୍ମଦର ଦୁଇ ଆତଙ୍କବାଦୀଙ୍କୁ ମରାଯାଇଛି। ଏହା ପୂର୍ବରୁ ଖୁଫିଆ ଏଜେନ୍ସିମାନେ ପିଓକେରେ ଜୈଶ-ଏ-ମୋହମ୍ମଦ ସକ୍ରିୟ ହେବା ଏବଂ ତା’ର ୧୫ ଜଣ ଆତଙ୍କବାଦୀଙ୍କୁ ଟେରର ଲଞ୍ଚ ପ୍ୟାଡ୍ ପହଁଚିବାପରେ ଆଲର୍ଟ ଜାରୀ କରିଥିଲେ।

ଖୁଫିଆ ରିପୋର୍ଟ ର ମୁତାବକ, ପାକ ଅଧିକୃତ କାଶ୍ମୀର (ପିଓକେ)ରେ ଜୈଶର ଆତଙ୍କବାଦୀମାନଙ୍କୁ ପାକିସ୍ତାନର ଏସଏସଜି କମାଣ୍ଡୋ ଫୋର୍ସ ସମ୍ପୂର୍ଣ୍ଣ ସମର୍ଥନ କରୁଛି। ଆତଙ୍କୀ ଏବଂ ପାକ ସେନା ମିଶିକରି ଏଲଓସି ଉପରେ ଅନାଧିକାର ପ୍ରବେଶ ପାଇଁ ବିଏଟି ଅପରେସନ ଚଲାଉଛନ୍ତି। ଜୈଶ ର ଆତଙ୍କୀ କାଶ୍ମୀରରେ ବଡ଼ ବିଷ୍ପୋରଣ କରିବାର ଷଡ଼ଯନ୍ତ୍ର ରଚୁଛନ୍ତି। ଏଥିପାଇଁ ସେ ପିଓକେ ସ୍ଥିତ ନିଜର ଅନେକ ଟ୍ରେନିଙ୍ଗ କ୍ୟାମ୍ପକୁ ସକ୍ରିୟ କରିନେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.