Home Top News ପଞ୍ଚାୟତ ନିର୍ବାଚନ : ବାଜିଲା ବିଗୁଲ୍‌ -୧୬, ୧୮, ୨୦, ୨୨ ଏବଂ ୨୪...

ପଞ୍ଚାୟତ ନିର୍ବାଚନ : ବାଜିଲା ବିଗୁଲ୍‌ -୧୬, ୧୮, ୨୦, ୨୨ ଏବଂ ୨୪ ଫେବୃଆରୀରେ ଭୋଟ ଗ୍ରହଣ, ୨୬, ୨୭ ଓ ୨୮ରେ ଭୋଟ ଗଣତି

67

ଭୁବନେଶ୍ବର ୧୧-୧ (ଓଡ଼ିଆ ପୁଅ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆଜି ଘୋଷଣା ହେଲା ନିର୍ବାଚନ ତାରିଖ। ରାଜ୍ୟ ନିର୍ବାଚନ ଆୟୋଗଙ୍କର କରୁଛନ୍ତି ପ୍ରେସମିଟ୍। ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ।

ଗତକାଲି ସର୍ବଦଳୀୟ ବୈଠକ ବସିଥିବାବେଳେ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ ସପକ୍ଷରେ ଅଛନ୍ତି। ସେପଟେ ବିରୋଧି ଦଳ ବିଜେପି ଓ କଂଗ୍ରେସ ନିର୍ବାଚନ ଘୁ଼ଞ୍ଚାଇବାକୁ ଯୁକ୍ତି ବାଢିଛନ୍ତି। ତେବେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରୋନା କଟକଣା ମୁତାବକ ହେବ। ଏଥିପାଇଁ ଗାଇଡ୍‌ ଲାଇନ୍ସ ଆସିବ।

ଗତକାଲି ଅନୁଷ୍ଠିତ ହୋଇଥିଲା ସର୍ବଦଳୀୟ ବୈଠକ।

ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ବଢ଼ାଯାଇଛି। ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ସର୍ବାଧିକ ୫ଲକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ସର୍ବାଧିକ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।

ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ଲାଗୁ ହେବ ଆଦର୍ଶ ଆଚରଣ ବିଧି।

ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ହଳଦିଆ, ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଗୋଲାପୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଧଳା ରଙ୍ଗର ବାଲଟ୍ ପେପର ବ୍ୟବହାର କରାଯିବ ବୋଲି କମିଶନର କହିଛନ୍ତି।

ତେବେ ରାଜ୍ୟରେ ୯୧, ୯୧୩ ୱାର୍ଡ ଏବଂ ୬୭୯୪ ପଞ୍ଚାୟତରେ ହେବ ସରପଂଚ ନିର୍ବାଚନ ସେହିପରି ୬୭୯୩ ପଞ୍ଚାୟତ ସମିତି ଏବଂ ୮୫୩ ଜିଲ୍ଲା ପରିଷଦ ପାଇଁ ହେବ ନିର୍ବାଚନ। ମତଦାନ କରିବେ ୨ କୋଟି ୭୯ ଲକ୍ଷ ମତଦାତା।

ପ୍ରେସ ମିଟ କରୁଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ

-୩୦ଟି ଜିଲ୍ଲା, ୭୧ ବ୍ଲକ, ୨୦୨ ଜିଲ୍ଲା ପରିଷଦ ଜୋନ୍‌ରେ ହେବ ନିର୍ବାଚନ। ୧୬୬୯ ଗ୍ରାମ ପଞ୍ଚାୟତ, ୨୨ ହଜାର ୩୭୯ ବୁଥ୍‌ରେ ମତଦାନ ହେବ। ଡିଜିଟାଲ ଓ ଭର୍ଚୁଆଲ ମିଡିଆରେ ପ୍ରଚାର କରିବେ ପ୍ରାର୍ଥୀ। ସର୍ବାଧିକ ୫ ଜଣଙ୍କ ସହ କରିହେବ ଡୋର୍‌ ଟୁ ଡୋର୍‌ ପ୍ରଚାର।

– ଅଧିକାରୀ ଏବଂ ରାଜନୈତିକ ଦଳଗୁଡ଼ିକ ସହିତ ରାଉଣ୍ଡ ବୈଠକ ପରେ ଦେଖାଗଲା ଯେ କୋଭିଡ ଗାଇଡଲାଇନ ପାଳନ କରି ନିର୍ବାଚନ କରାଯାଇପାରିବ ବୋଲି କହିଛନ୍ତି ଶ୍ରୀ ପାଢ଼ି।

– ଭୋଟ ଗ୍ରହଣ ସରିଲେ ବ୍ଲକ ସ୍ତରରେ ହେବ ଭୋଟ ଗଣତି, ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ।

– ସବୁ ବ୍ଲକସ୍ତରରେ ହେବ ଭୋଟ ଗଣତି। ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିଲେ ଦଣ୍ଡିତ ହେବେ। ପଦଯାତ୍ରା, ବାଇକ୍ ଓ ସାଇକେଲ୍ ଶୋଭାଯାତ୍ରା ମନା କରାଯାଇଛି। ୫ଟି ପର୍ଯାୟରେ ହେବ ମତଗ୍ରହଣ।

ଭୋଟ ଗ୍ରହଣ ତାରଖ –
୧୬, ୧୮, ୨୦, ୨୨ ଏବଂ ୨୪ ଫେବୃଆରୀରେ ୫ଟି ପର୍ଯ୍ୟାରେ ହେବ ଭୋଟ ଗ୍ରହଣ। ଗୋଟିଏ ଦିନ ବ୍ୟବଧାନରେ ହେବ ନିର୍ବାଚନ।

ଫେବୃଆରୀ ୧୬ ରେ ପ୍ରଥମ ପର୍ଯାୟ ଭୋଟ, ୧୮ ରେ ଦ୍ବିତୀୟ, ୨୦ ରେ ତୃତୀୟ ପର୍ଯାୟ ଭୋଟ, – ୨୨ ରେ ଚତୁର୍ଥ ଓ ୨୪ ରେ ପଞ୍ଚମ ପର୍ଯାୟ ଭୋଟ ଗ୍ରହଣ।

ଫେବ୍ରୁଆରି ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

୩୦ଟି ଜିଲ୍ଲା, ୭୧ ବ୍ଲକ, ୨୦୨ ଜିଲ୍ଲା ପରିଷଦ ଜୋନ୍‌ରେ ହେବ ନିର୍ବାଚନ।

୧୬୬୯ ଗ୍ରାମ ପଞ୍ଚାୟତ, ୨୨ ହଜାର ୩୭୯ ବୁଥ୍‌ରେ ମତଦାନ।

ଫେବ୍ରୁଆରି ୧୮ରେ ଦ୍ବିତୀୟ ପର୍ଯ୍ୟାୟ

୩୦ଟି ଜିଲ୍ଲା, ୬୮ ବ୍ଲକ, ୧୮୬ ଜିଲ୍ଲା ପରିଷଦ ଜୋନ୍‌ରେ ହେବ ନିର୍ବାଚନ।
୧୫୧୪ ଗ୍ରାମ ପଞ୍ଚାୟତ, ୨୦ ହଜାର ୪୩୬ ବୁଥ୍‌ରେ ମତଦାନ।

ଫେବ୍ରୁଆରି ୨୦ରେ ତୃତୀୟ ପର୍ଯ୍ୟାୟ

୨୯ଟି ଜିଲ୍ଲା, ୬୩ ବ୍ଲକ, ୧୭୧ ଜିଲ୍ଲା ପରିଷଦ ଜୋନ୍‌ରେ ହେବ ନିର୍ବାଚନ।
୧୩୮୨ ଗ୍ରାମ ପଞ୍ଚାୟତ, ୧୮ ହଜାର ୪୯୫ ବୁଥ୍‌ରେ ମତଦାନ।

ଫେବ୍ରୁଆରି ୨୨ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ

୨୭ଟି ଜିଲ୍ଲା, ୬୪ ବ୍ଲକ, ୧୬୩ ଜିଲ୍ଲା ପରିଷଦ ଜୋନ୍‌ରେ ହେବ ନିର୍ବାଚନ।
୧୨୫୪ ଗ୍ରାମ ପଞ୍ଚାୟତ, ୧୭ ହଜାର ୮୯ ବୁଥ୍‌ରେ ମତଦାନ।

ଫେବ୍ରୁଆରି ୨୪ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ

୨୫ଟି ଜିଲ୍ଲା, ୪୮ ବ୍ଲକ, ୧୩୧ ଜିଲ୍ଲା ପରିଷଦ ଜୋନ୍‌ରେ ହେବ ନିର୍ବାଚନ।
୯୭୫ ଗ୍ରାମ ପଞ୍ଚାୟତ, ୧୩ ହଜାର ୫୧୪ ବୁଥ୍‌ରେ ମତଦାନ।

ଭୋଟ ଗଣତି

ଫେବ୍ରୁଆରୀ ୨୬, ୨୭ ଓ ୨୮ରେ ଭୋଟ ଗଣତି ହେବ। ସକାଳ ୭ରୁ ଅପରାହ୍ନ ୧ଟା ଯାଏଁ ଚାଲୁ ରହିବ ଭୋଟ ପକ୍ରିୟା। ବ୍ଲକ ମୁଖ୍ୟାଳୟରେ ହେବ ଗଣତି।

ଲାଗୁ ହେଲା ଆଚରଣ ବିଧି। ୨୮ ଯାଏଁ ଆଚରଣବିଧି ବଳବତ୍ତର ରହିବ।

ଜାନୁଆରି ୧୭ ରୁ ୨୧ ତାରିଖ ଯାଏ ନାମାଙ୍କନ ପତ୍ର ଦାଖଲ।
୨୨ ଜାନୁଆରିରେ ହେବ ନାମାଙ୍କନ ପତ୍ର ଯାଞ୍ଚ।
୨୫ ଜାନୁଆରିରେ ନାମାଙ୍କନ ପ୍ରତ୍ୟାହାର।

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.