Home Coronavirus Outbreak ଲତା ମଙ୍ଗେଶକର କରୋନା ସଂକ୍ରମିତ – ହସ୍ପିଟାଲରେ ଭର୍ତ୍ତି

ଲତା ମଙ୍ଗେଶକର କରୋନା ସଂକ୍ରମିତ – ହସ୍ପିଟାଲରେ ଭର୍ତ୍ତି

70

ମୁମ୍ବାଇ ୧୧ -୧ (ଓଡ଼ିଆ ପୁଅ) ଲତା ମଙ୍ଗେଶକର କରୋନା ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଲତା ମଙ୍ଗେଶକର ମୁମ୍ବାଇର ବିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା।

୯୨ ବର୍ଷିୟା କିମ୍ବଦନ୍ତୀ ଗାୟୀକା ଲତାଙ୍କ ବୟସକୁ ଦୃଷ୍ଟିରେ ରଖି ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନଭେମ୍ବର ୨୦୧୯ ରେ, ଲତା ମଙ୍ଗେଶକର ଚେଷ୍ଟ କଞ୍ଜକ୍ସନ ଜନିତ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ସେ ଏହି ସଂକ୍ରମଣରୁ ମୁକ୍ତି ପାଇଥିଲେ।

ମେଲୋଡି କ୍ୱିନ ଲତା ମଙ୍ଗେଶକରଙ୍କର ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

ଏକ ଆଶ୍ୱସ୍ତିକର ଖବର ଯେ, ଲତା ମଙ୍ଗେଶକରଙ୍କ ନିକଟରେ କରୋନାର କମ୍ ଲକ୍ଷଣ ଦେଖିବାକୁ ମିଳିଛି। କିମ୍ବଦନ୍ତୀ ଗାୟକଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.