Home ଓଡ଼ିଶା ପଞ୍ଚାୟତୀରାଜ ପ୍ରମୁଖ ସଚିବଙ୍କ ଯୋଡା ଗସ୍ତ

ପଞ୍ଚାୟତୀରାଜ ପ୍ରମୁଖ ସଚିବଙ୍କ ଯୋଡା ଗସ୍ତ

154

ଯୋଡା,୦୭/୦୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ମଙ୍ଗଳବାର ଦିନ ପୂର୍ବାହ୍ନରେ ପଞ୍ଚାୟତୀରାଜ ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂ ଯୋଡା ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରି ଫେରିଛନ୍ତି । ପ୍ରଥମେ ବୈତରଣୀ ନଦୀ କୂଳରେ ଅବସ୍ତିତ ମିରିଗିସିଙ୍ଘା ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ବୁଲି ଦେଖିବା ସହିତ ଅପରାହ୍ନ ଯୋଡା ପୌରପାଳିକା ଅନ୍ତର୍ଗତ ଶାସ୍ତ୍ରୀନଗରଠାରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରି ସେଠାରେ ମିଳୁଥିବା ଖାଦ୍ୟର ମାନ ନିରିକ୍ଷଣ କରିଥିଲେ । ପରେ ପୌରପାଳିକା ଅନ୍ତର୍ଗତ ଜିଲ୍ଲା ଖଣିଜ ପାଣ୍ଠୀର ନିର୍ମିତ ପଠାଗାର ଓ ବଚୁହାଟିଂ ଠାରେ ଅବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପରିଭ୍ରମଣ କରି ଶେଷରେ ଯୋଡା ପୌରପାଳିକା କାର୍ଯ୍ୟାଳୟ ଠାରେ ଅବସ୍ଥିତ ମୋ ସରକାର ପ୍ରକୋଷ୍ଠକୁ ବୁଲି ଦେଖିଥିଲେ । ଏହି ସମୟରେ ଯୋଡା ସହର ପଲିଥିନ ମୁକ୍ତ ଥିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରି ନିର୍ବାହୀ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ । ସଚିବଙ୍କ ସହିତ ଗ୍ରାମ୍ୟ ଜଳଯୋଗାଣ ଅଧିକାରୀ ଇଂ ରିବନ୍ଦ୍ରନାଥ ନାଏକ, ଗ୍ରାମ ଜଳଯୋଗାଣ ସଂସ୍ଥାର ବାଲେଶ୍ୱର ମୁଖ୍ୟ ଇଂ ସର୍ବେଶ୍ୱର ବାରିକ୍, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥାର ଅଧିକାରୀ ଉଧବ ମାଟି, ଜିଲ୍ଲା ସହରୀ ପ୍ରକଳ୍ପ ନିଦେ୍ର୍ଦଶକ ଘାସିରାମ ମୁର୍ମୁ, ଚମ୍ପୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୁପୁର ଚାନ୍ଦଗୋଟିଆ, ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ଏବଂ କେନ୍ଦୁଝର ଜିଲ୍ଲାପାଳ ଆଶିଶ ଠାକ୍ରେ ପ୍ରମୁଖ ଉପସ୍ଥିତ ରହିଥିଲେ । ସେମାନଙ୍କୁ ପୌରାଞ୍ଚଳ ମଧ୍ୟରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକୁ ପୌରନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ବୁଲାଇଦେଖାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.