Home ଓଡ଼ିଶା ଜଣେ ବିବେକାନନ୍ଦ; କିଏ ଆଉ ଜଣେ ଅପରାଜିତାଙ୍କ ରୋଲ୍ ମଡେଲ୍?

ଜଣେ ବିବେକାନନ୍ଦ; କିଏ ଆଉ ଜଣେ ଅପରାଜିତାଙ୍କ ରୋଲ୍ ମଡେଲ୍?

356

ଭୁବନେଶ୍ୱର: ଆଇଏସ ଚାକିରୀ ଛାଡ଼ି ରାଜନୀତିକୁ ଆସିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ଦୁଇଜଣ ରୋଲ୍ ମଡେଲ୍ ଅଛନ୍ତି।ପ୍ରଥମରେ ହେଲେ ସ୍ୱାମୀ ବିବେକାନନ୍ଦ ଏବଂ ଦୂତୀୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ତୃତୀୟରେ କେହି ନାହାଁନ୍ତି।ଏ’ କଥା କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।ଖୋର୍ଦ୍ଧା ଜିଲ୍ଲା, ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହଳଦିଆ କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ଅବସରରେ ଅପରାଜିତା ଏପରି କହିଛନ୍ତି।ଏହା ସହ ଅପରାଜିତା ଛାତ୍ରଛାତ୍ରୀଙ୍କୁ ଅନେକ ଉପଦେଶ ମଧ୍ୟ ଦେଇଛନ୍ତି।

ଅପରାଜିତା କହିଥିଲେ, କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ।ଉଦାହରଣରେ ସେ ନିଜ କଥାକୁ ଉଲ୍ଲେଖ କରି କହିଥିଲେ, ମୋର ମନେ ଅଛି ଯେବେ ଗ୍ରାଜୁଏସନ୍ ପରେ ତାଙ୍କୁ ବାହାଘର କରି ଦିଆଯିବା ପାଇଁ ଏବଂ ଆଗକୁ ଆଉ ପଢ଼ିବା ବନ୍ଦ କରିଦେବାକୁ କୁହାଯାଇଥିଲା।କିନ୍ତୁ ସେ କେବଳ ଗୋଟିଏ ବର୍ଷ ମାଗିଥିଲେ, ଏବଂ ତା’ ପରେ ଯାହା ସାଙ୍ଗେ ବାହାଘର କରି ଦିଆଯିବ ସେ ବାହାହେବେ ବୋଲି କହିଥିଲେ।ତାଙ୍କୁ ଗୋଟିଏ ବର୍ଷ ସୁଯୋଗ ଦିଆଯାଇଥିଲା।ସୁର୍ଯୋଦୟ କିମ୍ବା ସୂର୍ଯ୍ୟାସ୍ତ ଦେଖିଲେ ନାହିଁ ଅପରାଜିତା।ଗୋଟିଏ କୋଠରୀ ଭିତରେ ନିଜକୁ ବନ୍ଦ ରଖି ସେ କେବଳ ନିଜର ଲକ୍ଷକୁ ଦେଖୁଥିଲେ।ମହାଭାରତର ଉଦାହରଣ ଦେଇ ଅପରାଜିତା କହିଥିଲେ, କିଏ କହିଲା ଚକ୍ର ଦିଶୁଛି, କିଏ କହିଲା ମାଛ ଦିଶୁଛି।କିନ୍ତୁ, ଅର୍ଜୁନ କହିଲେ ମତେ କେବଳ ମାଛର ଆଖି ଦିଶୁଛି।ଯଦି କିଛି ବଡ଼ ସ୍ୱପ୍ନ ଅଛି ତେବେ ସେହି ଲକ୍ଷ ଦିଶିବାର ଅଛି।ନିଜ ଜୀବନ କିପରି ହେବ ତାହା ନିଜ ଚଏସ୍ ଅନୁଯାୟୀ ହେବା ଉଚିତ୍।ପ୍ରତିଦିନ ନିଜ ସହିତ ନିଜେ କିଛି ସମୟ କଥା ହୋଇ କ’ଣ କଲି, କ’ଣ ନାହିଁ, ନିଜ ଦୁର୍ବଳତା ଏବଂ ନିଜ ଶକ୍ତିକୁ ଚିହ୍ନିପାରି ଲକ୍ଷ ନିର୍ଦ୍ଧାରିତ କରିବା ଉଚିତ୍।ଏହି ଅବସରରେ ସେ ନିଜର ରୋଲ୍ ମଡେଲ୍ ଭାବରେ ପ୍ରଥମରେ ସ୍ୱାମୀ ବିବେକାନନ୍ଦ, ଦୂତୀୟରେ ନରେନ୍ଦ୍ର ମୋଦୀ ଏବଂ ତୃତୀୟରେ ଏ’ ପର୍ଯ୍ୟନ୍ତ କେହି ନାହାଁନ୍ତି ବୋଲି ଅପରାଜିତା କହିଥିଲେ।/-ଦେବଦତ୍ତ ରଥ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.