Home ଓଡ଼ିଶା ନୟାଗଡ଼ ଜିଲାରେ ମାଟ୍ରିକ ପାଶ୍ ହାର ୭୧.୮୫ ପ୍ରତିଶତ

ନୟାଗଡ଼ ଜିଲାରେ ମାଟ୍ରିକ ପାଶ୍ ହାର ୭୧.୮୫ ପ୍ରତିଶତ

207

ନୟାଗଡ଼, ୨୨ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଚଳିତବର୍ଷ ନୟାଗଡ଼ ଜିଲାରେ ମାଟ୍ରିକ ପରୀକ୍ଷା ପାଶ୍ ହାର ୭୧.୮୫ ପ୍ରତିଶତ ହୋଇଥିବାବେଳେ ଏ୧ରେ ୫୨ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ଜିଲାରେ ୭୫ ଟି କେନ୍ଦ୍ରରେ ୧୩ହଜାର ୭୫୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୮୭୭ ଛାତ୍ରଛାତ୍ରୀ ପାଶ୍ କରିଥିବା ଜଣାପଡ଼ିଛି। ଏଥିମଧ୍ୟରୁ ଏ୧ରେ ୫୨ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଏ୨ରେ ୩୯୮, ବି୧ରେ ୮୨୫, ବି୨ରେ ୧୩୮୮, ସିରେ ୨୦୬୦, ଡିରେ ୨୮୫୭, ଇରେ ୨୨୯୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଙ୍କ ସଂଖ୍ୟା ୪୮୧୪ ହୋଇଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୫୦୬୩ ରହିଛି। ତେବେ ଚଳିତବର୍ଷ ପାଶ୍ ହାର କମିଥିବା ଦେଖାଦେଇଛି। ଗତଥର ପାଶ୍ ହାର ୭୩.୯୯ ଥିବାବେଳେ ଏଥର ପାଶ୍ ହାର ୭୧.୮୫ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.