Home ଓଡ଼ିଶା ନୟାଗଡ଼ରେ ପହଂଚିଲା ୪ହଜାର କୋଭିଡ୍ ଟିକା

ନୟାଗଡ଼ରେ ପହଂଚିଲା ୪ହଜାର କୋଭିଡ୍ ଟିକା

56

ନୟାଗଡ଼, ୧୩ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବହୁ ପ୍ରତିକ୍ଷୀତ କୋଭିଡ୍ ଟିକା ନୟାଗଡ଼ରେ ପହଂଚିଛି। କୋଭିଡ୍ ଟିକା ନୟାଗଡ଼ରେ ପହଂଚିଲା ପରେ ତାକୁ କଡ଼ା ସୁରକ୍ଷା ମଧ୍ୟରେ ନୟାଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ରଖାଯାଇଛି। ଜିଲାର ଆବଶ୍ୟକତା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୫୨୦୬ ଟିକା ଆସିବାକୁ କୁହାଯାଇଥିଲାବେଳେ ଏବେ ୪ହଜାର ଟିକା ଆସିଛି। ଆସନ୍ତା ୧୬ ତାରିଖରୁ ଜିଲା ମୁଖ୍ୟ ଡାକ୍ତରଖାନା, ଶରଣକୁଳ, ମହୀପୁର ଓ ବଡ଼ପଣ୍ଡୁସର ଏପରି ୪ଟି ସେଂଟରରେ ଟିକା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। କୋଭିଡ୍ ଟିକା ଭୁବନେଶ୍ୱରରୁ ନୟାଗଡ଼କୁ ଆସିଲାବେଳେ ଜିଲାପାଳ ଡ.ପୋମା ଟୁଡୁ, ସିଡିଏମ୍ ଡ.ଶକ୍ତିପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.