Home ଓଡ଼ିଶା “ନୈତିକତା ଓ ରାଜନୈତିକ ନ୍ୟାୟ ଦୃଷ୍ଟିରୁ ମୋଦି ପୁନର୍ବାର ପ୍ରଧାନମନ୍ତ୍ରୀ ହେବା ଅଯୌକ୍ତିକ” – ଫ୍ରିଥଟ୍...

“ନୈତିକତା ଓ ରାଜନୈତିକ ନ୍ୟାୟ ଦୃଷ୍ଟିରୁ ମୋଦି ପୁନର୍ବାର ପ୍ରଧାନମନ୍ତ୍ରୀ ହେବା ଅଯୌକ୍ତିକ” – ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆ

1233

ଗଣତନ୍ତ୍ର ନା’ରେ ଭାରତରେ ବାସ୍ତବିକ୍ “ଭଣ୍ଡତନ୍ତ୍ର” ହିଁ ଚାଲିଛି : ଯାହା ସତ୍ୟ ତାହା ସ୍ୱୀକାର କରାଯାଉ ନାହିଁ। ଯାହା କଳା ତାକୁ ଧଳାରୂପେ ପ୍ରଦର୍ଶିତ କରାଯାଉଛି। ୩୨କୋଟି“ନୈତିକତା ଓ ରାଜନୈତିକ ନ୍ୟାୟ ଦୃଷ୍ଟିରୁ ମୋଦି ପୁନର୍ବାର ପ ମତଦାତାଙ୍କ ମତ କୁ ପ୍ରତ୍ୟାଖାନ କରାଯାଇ, ମାତ୍ର ୨୭ କୋଟି ମତଦାତାଙ୍କ ମତକୁ ସଂଖ୍ୟାଗରିଷ୍ଠ ମତରୂପେ ପ୍ରତିପାଦିତ କରାଯାଇ ମୋଦିଙ୍କୁ ଭାରତର ପ୍ରଧାନମନ୍ତ୍ରୀ କରାଯାଇଛି। ଏପରି ହେବା ଅନୁଚିତ।

ଭୁବନେଶ୍ୱର ୦୭/୬ (ଓଡ଼ିଆ ପୁଅ) : ଆମ ଦେଶ ଭାରତରେ ନିର୍ବାଚନ ଠିକଣା ଢ଼ଙ୍ଗରେ ହେଉନାହିଁ। ଗୋଟିଏ ଦିନରେ ନିର୍ବାଚନ କରାନଯାଇ ତାହା ଆଲୁତୁ ଭାଲୁତୁ କାରଣରୁ ୭ଟି ପର୍ଯ୍ୟାୟରେ କରାଯାଉଛି। ଏହି କାର୍ଯ୍ୟଧାରା ୪୨ ଦିନରେ ସରୁଛି। ପୃଥିବୀର ଅନ୍ୟ କୌଣସି ଦେଶରେ ଏପରି ହାସ୍ୟାଷ୍ପଦ ଢ଼ଙ୍ଗରେ ନିର୍ବାଚନ କରାଯାଉ ନାହିଁ।

ଭାରତୀୟ ନିର୍ବାଚନ କମିଶନଙ୍କର ନିଜସ୍ୱ ସ୍ୱାଧୀନତା ନାହିଁ। ଓଡ଼ିଶା ଭଳି ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି। ସେହିପରି ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ରାଜ୍ୟରେ ୭ଟି ପର୍ଯ୍ୟାୟରେ ଭୋଟ ଦାତାମାନେ ଭୋଟ ଦେଉଛନ୍ତି। ଏପରି ନିର୍ବାଚନ କରାଯିବାର ଅସଲ କାରଣ ହେଲା- ଲମ୍ବା ଚଉଡ଼ା ସମୟ ପରିଧିରେ ଭିନ୍ନଭିନ୍ନ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦଳର ସଭାପତି ଅମିତ୍ ଶାହା ପ୍ରତ୍ୟେକ ୧୫୦ ପାଖାପାଖି ର୍ୟାଲିରେ ଭାଷଣ ଦେଇ ଜନମତକୁ ବିଜେପି ଦଳ ସପକ୍ଷରେ ହିଁ ପ୍ରଭାବିତ କରିପାରିବେ।

ଲଜ୍ଜ୍ୟାର ବିଷୟ ଏହି ଯେ ଶାସକ ବିଜେପି ଦଳକୁ ଏପରି ସୁଯୋଗ ଭାରତର ନିର୍ବାଚନ କମିଶନ ହିଁ ଦେଇଛନ୍ତି। ତେଣୁ ଆମ ଦେଶର ମତଦାତାମାନେ ସେମାନଙ୍କର ମତାମତ ଏକ ନିର୍ଦ୍ଦିଷ୍ଟ ଦିନରେ ନଦେଇ ଭିନ୍ନଭିନ୍ନ ଦିନରେ ଦେଉଛନ୍ତି। ତେଣୁ ଏ ଧରଣର ନିର୍ବାଚନରେ ଜନସାଧାରଣଙ୍କ ରାଜନୈତିକ ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ ହେବା ସ୍ୱାଭାବିକ।

ବଡ଼ବଡ଼ ରାଜନୈତିକ ଦଳ କର୍ପୋରେଟ ହାଉସ୍ ବା ବଡ଼ବଡ଼ ଶିଳ୍ପପତି ବା ପୁଞ୍ଜିପତିଙ୍କ ଠାରୁ କେତେ ପରିମାଣର ଚାନ୍ଦା ପାଉଛନ୍ତି ତାହା ଭୋଟରମାନଙ୍କ ଠାରୁ ସଂପୃକ୍ତ ଦଳଗୁଡ଼ିକ ଲୁଚାଇ ରଖୁଛନ୍ତି। ପୁଞ୍ଜପତିଙ୍କ ହାତବାରିଶ୍ ରୂପେ ରାଜନେତାମାନେ ବସ୍ତୁତ୍ୱ କାମ କରୁଛନ୍ତି। କର୍ପୋରେଟ ହାଉସର ପଇସାରେ ପରିପୃଷ୍ଠ ରାଜନୈତିକ ଦଳଗୁଡ଼ିକ ବୁଥ୍ ସ୍ତରରେ ନିଜ ନିଜର ତଥା-କଥିତ ‘ବୁଥ୍ କମିଟି’ ବସାଉଛନ୍ତି। ବୁଥ୍ ସ୍ତରୀୟ କମିଟିର କାମ ହେଉଛି ସେଠାକାର ମତଦାତାମାନଙ୍କୁ ନିୟନ୍ତ୍ରିତ କରିବା ଏବଂ ଭୋଟ୍ଦେବା ଦିନ ସେମାନଙ୍କୁ ବୁଥ୍ ନିକଟରେ ପହଞ୍ଚାଇବା ସହିତ ନିଜ ଦଳର ନିର୍ବାଚନ ସଂକେତ ଥିବା ବଟନ୍କୁ ଦବାଇବା ପାଇଁ ଅର୍ଥବଳ ବା ବାହୁବଳ ମାଧ୍ୟମରେ ପ୍ରଭାବିତ କରିବା। ଗୋଟିଏ ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀର ୧୦ ହଜାରରୁ ଅଧିକ ବୁଥ୍ ଲେଭ୍ଲ ୱାର୍କରଙ୍କୁ ବିଜେପି ଦଳ ରାଜନୈତିକ କର୍ମୀ ଭାବେ ନିଯୁକ୍ତି ଦେଉଛି। ଏପରି ବୁଥ୍ ଲେଭଲ୍ କମିଟି ଯୋଗୁଁ ନିର୍ବାଚନ ବସ୍ତୁତଃ “ଅବାଧ ଓ ନିରପେକ୍ଷ” ହେଉନାହିଁ। ତେଣୁ ଫ୍ରିଥଟ୍ ପାର୍ଟି ଇଣ୍ଡିଆ ଦାବି କର ଯେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବୁଥ୍ ସ୍ତରରେ କୌଣସି ଦଳର କମିଟି ନରହୁ। ଆଇନ ଦୁଷ୍ଟିରୁ ଏପରି କମିଟିର ସ୍ଥିତି ଓ କାର୍ଯ୍ୟଧାରାକୁ ଅଷିଦ୍ଧ କରାଯାଉ।

ନିର୍ବାଚନ ପଦ୍ଧତି ଅତ୍ୟନ୍ତ ତୃଟିପୂର୍ଣ୍ଣ ରହିଛି। ଗୋଟିଏ ଦଳର ଭୋଟ ହାର ଯାହା ତଦ୍ନୁଯାୟୀ ଆଦୌ ପ୍ରତିନିଧିତ୍ୱ ମିଳୁନାହିାଁ।

ଉଦାହରଣ ସ୍ୱରୂପ: ଗତ ୨୦୧୯ ଏପ୍ରିଲ୍-ମେ ଓଡ଼ିଶା ବିଧାନସଭା ନିର୍ବାଚନରେ ମାତ୍ର ୪୪.୭ % ହାରରେ ବିଜେଡ଼ି ଦଳକୁ ୧୧୨ ଟି ଆସନ ମିଳିଛି। ଗଣତାନ୍ତ୍ରିକତା ଓ ରାଜନୈତିକ ନ୍ୟାୟ ଦୃଷ୍ଟିରୁ ଏହି ଦଳକୁ ମାତ୍ର ୬୫ ସିଟ୍ ମିଳିବା କଥା। ପଦ୍ଧତିଗତ ତ୍ରୁଟି ଯୋଗୁଁ ବିଜେଡ଼ି ଦଳ ହାତକୁ ଅଧିକ ୪୭ଟି ଆସନ ଚାଲିଯାଇଛି।

ନିର୍ବାଚନ ପଦ୍ଧତିରେ ଆନୁପାତିକତା ଥିଲେ ଓଡ଼ିଶା ବିଧାନ ସଭାରେ ବିଜେପିକୁ ୪୭ଟି ଓ କଂଗ୍ରେସକୁ ୨୩ଟି ଆସନ ମିଳିଥାନ୍ତା ଅର୍ଥାତ୍ ନବୀନ ବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନହୋଇ ଉକ୍ତ ସ୍ଥାନରେ ଦାୟିତ୍ୱ ନେଇଥାନ୍ତେ ବିଜେପି-କଂଗ୍ରେଂସ ଆଲାଏନ୍ସର ନେତା। ଏହା ହୋଇ ପାରିନଥିଲେ ବିଜେଡ଼ି-ବିଜେପି ବା ବିଜେଡ଼ି-କଂଗ୍ରେସ ମିଳିତ ମନ୍ତ୍ରୀମଣ୍ଡଳ ଗଠିତ ହୋଇଥାନ୍ତା।

୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ଭାରତୀୟ ଗଣତନ୍ତ୍ରକୁ ଏକ ‘ଭଣ୍ଡତନ୍ତ୍ର’ ରେ ପରିଣତ କରିଛି। ମାତ୍ର ୩୭.୫ % ଭୋଟରେ ବିଜେପି ଦଳ ଲୋକ ସଭାରେ ୩୦୩ଟି ଆସନ ପାଇ ନିଜର ତଥା-କଥିତ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଏହି ଦଳ ୨୦୦ଟି ଆସନ ପାଇବା କଥା। ମାତ୍ର ଆଉ ୧୦୩ଟି ଆସନ ହାସଲ କରି ଏହି ଦଳ ବାସ୍ତବିକ୍ ଏକ “ରାଜନୈତିକ ଲୁଟ୍” କରିଛି। ଏପରି ଗଣତନ୍ତ୍ରକୁ ଏକ ଭଣ୍ଡତନ୍ତ୍ର ରୂପେ ଆଖ୍ୟାୟିତ କରିବା ହିଁ ଠିକ୍।

ନିର୍ବାଚନ ପଦ୍ଧତି ତ୍ରୁଟିଶୂନ୍ୟ ହୋଇଥିଲେ ୧୨ କୋଟି ୧୩ ଲକ୍ଷ ଭୋଟରଙ୍କ ଭୋଟ ପାଇଥିବା କଂଗ୍ରେସ ଦଳକୁ ୧୦୬ଟି ଆସନ ଲୋକସଭାରେ ମିଳିବା କଥା ମାତ୍ର ତାହା ହୋଇନାହିଁ। ଏହି ଦଳକୁ ମାତ୍ର ୫୨ଟି ଆସନ ମିଳିଛି। କଂଗ୍ରେସ ଏବଂ ବିଜେପି ମଧ୍ୟରେ ଆସନଗତ ବ୍ୟବଧାନ ସଂଖ୍ୟା ଦୃଷ୍ଟିରୁ ୯୪। କିନ୍ତୁ ଦେଶରେ “ଭଣ୍ଡତନ୍ତ୍ର” ଅନୁସାରେ ଏହା ପରିବର୍ଦ୍ଧିତ ହୋଇ ପହଞ୍ଚିଛି ୨୫୧ରେ। ଆମ ଦେଶର ଦୁର୍ଭାଗ୍ୟ ଏହି ଯେ ଏହି “ଭଣ୍ଡତନ୍ତ୍ର”କୁ ସିଧାସଳଖ “ଭଣ୍ଡତନ୍ତ୍ର”ଭାବେ ସ୍ୱୀକାର କରାନଯାଇ ଏହାକୁ କୁହାଯାଉଛି ୨୦୧୯ ନିର୍ବାଚନରେ ବିଜେପିର ନାହିଁ ନଥିବା ସଫଳତା। ଇଂରାଜୀରେ କୁହାଯାଉଛି “ଲ୍ୟାଣ୍ଡ୍ସ୍ଲାଇଡ଼୍ ଭିକ୍ଟିରି” : “ପ୍ରଧାନମନ୍ତ୍ରୀ ମୋଦି ଭାରତର ଅପ୍ରତିଦ୍ୱନ୍ଦୀ ନେତା”। ପୋଷା ଗଣମାଧ୍ୟମ ଆହୁରି କେତେ କ’ଣ ବିଶେଷଣ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ଦେଉଛନ୍ତି। ସେହିପରି କଂଗ୍ରେସ ନେତା ରାହୁଲ୍ ଗାନ୍ଧିଙ୍କର ନାନାଦି ତିରସ୍କାର ଗଣମାଧ୍ୟମରେ କରାଯାଉଛି।

ଅସଲ କଥା ହେଲା ବିଜେପି ଓ ତାର ସହଯୋଗୀ ଦଳକୁ ନେଇ ଗଠିତ ଏନ୍ଡ଼ିଏ ୨୦୧୯ରେ ମାତ୍ର ୪୬ ଭାଗ ମତଦାତାଙ୍କ ଭୋଟ ପାଇଛନ୍ତି। ଏନ୍ଡ଼ିଏ ବିରୁଦ୍ଧରେ ୫୪% ମତଦାତା ଅର୍ଥାତ୍ ୩୨ କୋଟି ୬୨ ଲକ୍ଷ ମତଦାତା ଭୋଟ ଦେଇଛନ୍ତି। ଭାରତୀୟ ଗଣତନ୍ତ୍ର ଏକ “ଭଣ୍ଡତନ୍ତ୍ର”ରେ ପରିଣତ ହୋଇ ନଥିଲେ। ଏହି ୩୨କୋଟି ୬୨ ଲକ୍ଷ ଭୋଟରଙ୍କ ଜନନେତା ଭାରତର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ଏବଂ ନରେନ୍ଦ୍ର ମୋଦି ଖୁବ୍ ବେଶୀରେ ଲୋକସଭାର ବିରୋଧୀ ଦଳ ନେତା ପଦରେ ବସିଥା’ନ୍ତେ – ଏପରି ମତ ପୋଷଣ କରିଛନ୍ତି ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର ସାଧାରଣ ସଂପାଦକ ବି.ରାମଚନ୍ଦ୍ର ସିଏସ୍ଟି ଭୋଲଟେୟାର ଦଳ ପକ୍ଷରୁ ଆଜି ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ।

 

(ଫ୍ରିଥଟ୍ ପାର୍ଟି ଅଫ୍ ଇଣ୍ଡିଆର ସାଧାରଣ ସଂପାଦକ ବି.ରାମଚନ୍ଦ୍ର ସିଏସ୍ଟି ଭୋଲଟେୟାର ଦଳ ପକ୍ଷରୁ ଆଜି ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.