Home ଜିଲ୍ଲା ପରିକ୍ରମା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ମାସର କାର୍ଯ୍ୟକ୍ରମ ଲୋକାର୍ପିତ

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ମାସର କାର୍ଯ୍ୟକ୍ରମ ଲୋକାର୍ପିତ

22

ଯାଜପୁର୧ା୧୦ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସ୍ୱଚ୍ଛତା ପ୍ରତ୍ୟେକଙ୍କ ପାଇଁ ଅପରିହାର୍ଯ୍ୟ। ସେଥିପାଇଁ ଗାନ୍ଧିଜୀ କହୁଥିଲେ ସ୍ୱଚ୍ଛତା ସ୍ୱାଧୀନତା ଭଳି ଅଧିକ ଜରୁରୀ। ତେଣୁ ପ୍ରତ୍ୟେକ ନିଜ ପରିସରକୁ ସ୍ୱଚ୍ଛ ରଖିବାକୁ ପ୍ରତିଜ୍ଞାବଦ୍ଧ ହେବାକୁ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଆହ୍ୱାନ ଦେଇଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛ ଭାରତ ବା କ୍ଳିନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଲୋକାର୍ପଣ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାନ୍ତି ସ୍ୱଚ୍ଛ ଭାରତ ପୋଷ୍ଟର ଓ ବ୍ୟାନର ଉନ୍ମୋଚନ କରିଥିଲେ। ନିଜ ବକ୍ତବ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ବିଭିନ୍ନ ଗ୍ରାମାଞ୍ଚଳରେ ଅଧିକ ଆବର୍ଜନା ସୃଷ୍ଟି ହେଉଥିବା ୭୫ ଗୋଟି ସ୍ଥାନକୁ ଚିହ୍ନଟ କରାଯାଇଛି।

ଯେଉଁଠାରେ ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ, ଲୋକ ପ୍ରତିନିଧି, ସାମାଜିକ କର୍ମୀ ଓ ସାଧାରଣ ଜନତାଙ୍କ ଉଦ୍ୟମରେ ତାହାକୁ ପରିଷ୍କାର ପରିଚ୍ଛନ୍ନ କରାଯାଇ ନିର୍ଦ୍ଧାରିତ ସ୍ଥାନରେ ନଷ୍ଟ କରାଯିବ। ଇତି ମଧ୍ୟରେ ୧୦ ଟି ଯାକ ବ୍ଳ୍‌କ ପାଇଁ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ଚୟନ ପ୍ରକ୍ରିୟା ସରିଛି। ସେମାନଙ୍କ ସହଯୋଗରେ ଚଳିତ ମାସ ୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ସ୍ୱଚ୍ଛତା ମାସ ପାଳିତ ହେବ ବୋଲି ଶ୍ରୀ ମହାନ୍ତି କହିଥିଲେ। ନେହେରୁ ଯୁବକେନ୍ଦ୍ରର ସଂଯୋଜକ ବାସୁଦେବ ଦାସ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ସୂଚନା ଦେବାସହ ସମସ୍ତଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସହାୟକ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି, କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଏନ୍‌.ସି.ସି. ସଂଯୋଜକ ଅବିନାଶ ଖୁଣ୍ଟିôଆ, ନେହେରୁ ଯୁବ କେନ୍ଦ୍ରର ଅର୍ଥ ପରାମର୍ଶଦାତା ସୁଭେନ୍ଦ୍ର ନାଥ ସାହୁ, କର୍ମଚାରୀ ରାଜ କିଶୋର ବେହେରା, ପୁରାତନ ସ୍ୱେଚ୍ଛାସେବୀ ହିମାଂଶୁ ମଲ୍ଲିକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସପଂଳ କରିଥିଲେ। ଏଥିରେ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.