Home କୋରାପୁଟ ନୂତନ ପାଇଖାନା ଟାଙ୍ଗିର ସଟରିଂ ଖୋଲିବାକୁ ଯାଇ ମିସ୍ତ୍ରୀ ଶ୍ୱାସରୁଦ୍ଧ; ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ନୂତନ ପାଇଖାନା ଟାଙ୍ଗିର ସଟରିଂ ଖୋଲିବାକୁ ଯାଇ ମିସ୍ତ୍ରୀ ଶ୍ୱାସରୁଦ୍ଧ; ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

144

କୋରାପୁଟ ; ୨୬-୦୯-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ନୂତନ ପାଇଖାନା ଟାଙ୍ଗିର ସଟରିଂ ଖୋଲିବାକୁ ଯାଇ ଜଣେ ମିସ୍ତ୍ରୀ ଶାସ୍ୱରୁଦ୍ଧ ହୋଇଯାଇଥିଲେ ଓ କୋରାପୁଟ ଅଗ୍ନିଶମ କର୍ମଚାରୀ ପହଂଚି ଉଦ୍ଧାର କରିଥିଲେ ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ ପୂଜାରୀପୁଟସ୍ଥିତ ଦୀନବନ୍ଧୁ ପୂଜାରୀଙ୍କ ଘରେ ମିସ୍ତ୍ରୀ ଉମା ପରିଡା ପାଇଖାନା ଟାଙ୍ଗି ନିର୍ମାଣ କରିଥିଲେ ।ଆଜି ପୂର୍ବାହ୍ନରେ ପାଇଖାନା ଟାଙ୍ଗିର ସଟରିଂ ଖୋଲିବାକୁ ଯାଇଥିଲେ ।ଭିତରରେ ପ୍ରବେଶ କଲା ପରେ ସେ ଅଚେତ ହୋଇପଡିଥିଲେ ।ସାହିପଡିଶା ଚେଷ୍ଟା  କରିବା ସତ୍ୱେ ମଧ୍ୟ ଟାଙ୍ଗି ଭିତରରୁ ଶ୍ରୀ ପରିଡାଙ୍କୁ ବାହାର କରିପାରି ନ ଥିଲେ ।ଅଗ୍ନିଶମ ବିଭାଗକୁ ଫୋନ କଲାପରେ କର୍ମଚାରୀମାନେ ପହଂଚି ଅଚେତ ଅବସ୍ଥାରେ ଶ୍ରୀ ପରିଡାଙ୍କୁ ବାହାର କରିଥିଲେ ।ଉଦ୍ଧାର ହେବା ପରେ ଶ୍ରୀ ପରିଡାଙ୍କୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଆଉଟଡୋର କାଜୁଆଲଟିରେ  ଭର୍ତି  କରାଯାଇ ଅକ୍ସିଜେନ ଓ ଔଷଧ ପ୍ରଦାନ କରାଯାଇ ଚିକିତ୍ସା କରାଯାଇଥିଲା ।କିଛି ଘଂଟାପରେ ସୁସ୍ଥ ହୋଇ ଶ୍ରୀ ପରିଡା ଘରକୁ ଫେରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.