Home ଓଡ଼ିଶା ନିଲମ୍ବିତ ହେଲେ ଜିଲ୍ଲାପାଳ

ନିଲମ୍ବିତ ହେଲେ ଜିଲ୍ଲାପାଳ

671

ଝାରସୁଗୁଡ଼ା, ୧୪ା୮(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ଝାରସୁଗୁଡ଼ା ଜିଲ୍ଳାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଏଡ଼ିଏମ ପ୍ରଦୀପ ସାହୁଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ତେବେ ପରବର୍ତ୍ତୀ ନିର୍ଦ୍ଦେଶନାମା ନ ଆସିବା ଯାଏଁ ଦାୟିତ୍ୱ ତୁଲାଇବେ ଏଡ଼ିଏମ । ତେବେ ହାଇକୋର୍ଟଙ୍କ ଆଦେଶ ଉଲ୍ଲଙ୍ଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏକ ଅବକାରୀ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ନଥିଲେ । ନିର୍ଦ୍ଦେଶ ନଥାଇ ମଦ ଦୋକାନ ଲାଇସେନ୍ସ ବାତିଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.