Home ଓଡ଼ିଶା ନିଖୋଜ ଧନଞ୍ଜୟଙ୍କ ମୃତଦେହ ଯୋବ୍ରା ପୋଲ ତଳୁ ଉଦ୍ଧାର 

ନିଖୋଜ ଧନଞ୍ଜୟଙ୍କ ମୃତଦେହ ଯୋବ୍ରା ପୋଲ ତଳୁ ଉଦ୍ଧାର 

61

କଟକ, ୧୩/୯ (ଓଡ଼ିଆ ପୁଅ/ଅଭୟ ଜେନା) ଲାଲବାଗ ଥାନା ଅନ୍ତର୍ଗତ ନିମଚଉଡି ଅଞ୍ଚଳର ଧନଞ୍ଜୟ ପ୍ରଧାନ। ସେ ଗତକାଲି ଅପରାହ୍ନ ଠାରୁ ନୀଜ ଘରୁ ନିଖୋଜ ଥିବା ବେଳେ ଆଜି ଅପରାହ୍ନ ରେ କଟକ ଜୋବ୍ରା ପୋଲ ର ୧୦ ନଂ ଗେଟ୍ ଉପର ପାଖରେ ପାଣିରେ ଭାସୁଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଜଗତପୁର ପୋଲିସ କୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ୍ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। କିଛି ସମୟ ପରେ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗ ର କର୍ମଚାରୀ ପ‌ହଞ୍ଚି ଧନଞ୍ଜୟ ଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ଜଗତପୁର ପୋଲିସ ମୃତ ଦେହ କୁ କଟକ ବଡ଼ ମେଡ଼ିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଆତ୍ମହତ୍ୟା ର କାରଣ ସମ୍ପର୍କରେ ଅନୁସନ୍ଧାନ ଜାରୀ ରଖିଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.