Home ଜିଲ୍ଲା ପରିକ୍ରମା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଓ ୧ ଲକ୍ଷ ଟଙ୍କା ଜରିମାନା

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଓ ୧ ଲକ୍ଷ ଟଙ୍କା ଜରିମାନା

326

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ସ୍ୱତନ୍ତ୍ର ପୋସ୍କୋ ଅଦାଲତର ବିଚାରପତି ପ୍ରଣତି ସାହା ଜଣେ ଯୁବକଙ୍କୁ ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ବିଚାର କରି ପେସ୍କୋ ଆଇନ୍‌ର ଧା୪ରା ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜରିମାନାର ଆଦେଶ ଦେଇଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ତିହିଡି ଥାନା କାଁପଡା ମଠସାହି ଗ୍ରାମର ଜଣେ ୧୨ ବର୍ଷର ନାବାଳିକା ୨୦୧୬ ଜାନୁୟାରୀ ୨୩ ରେ ଘର ନିକଟସ୍ଥ ୨ କିମି ଦୂର ନିଜ ଜମିକୁ ଶାଗ ତୋଳିବାକୁ ଯାଇଥିଲାବେଳେ ସେହି ଗ୍ରାମର ଅଭିଯୁ୍‌କତ ପଂଚାନନ ମଳିକଙ୍କ ପୁତ୍ର ସୁକୁଟା ଓରଫ ପ୍ରଦୀପ (୨୫) ଏକ ନଳିତ ଖାଡି ଗୋଚ୍ଛା ତା ମୁଣ୍ଡ ଉପରକୁ ଉଠାଇବା ପାଇଁ ସହାୟତା ମାଗିଥିଲା । ନାବାଳିକା ଜଣକ ତାକୁ ସହାୟତା କରିବାକୁ ପାଖକୁ ଆସିବାରୁ ସେ ତାକୁ ବଳପୂର୍ବକ ବଳପୂର୍ବକ ଦୁଷ୍କର୍ମ କରିଥିଲା । ସେହି ସମୟରେ ଉକ୍ତ ଗ୍ରାମର ଯୁବକ ଚରଣ ମଳିକ ସେହିରାସ୍ତା ଦେଇ ଯାଉଥିବାବେଳେ ତାକୁ ଉଦ୍ଧାର କରିଥିଲା । ଏହି ଘଟଣାରେ ନାବାଳିକାର ପରିବାର ଲୋକେ ତିହିଡି ଥାନାରେ ଅଭିଯୋଗ କରିବା ପରେ ଥାନା କେଶ୍ ନଂ ୭୭/୨୦୧୬, ପେସ୍କୋ ଆଇନ୍‌ର ଦଫା ୩୭୬ ଓ ଧା୪ରାରେ ଅଭିଯୁକ୍ତ ପ୍ରଦୀପକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ପୋସ୍କୋ କୋର୍ଟରେ ସ୍ପେଶାଲ କେଶ୍ ନଂ ୭/୧୬ ମାମଲା ବିଚାର ଚାଲିଥିଲା । ଅଭିଯୁକ୍ତ ସେହିଦିନ ଠାରୁ ବିଚାରାଧୀନ ବନ୍ଦୀ ଭାବେ ଭଦ୍ରକ ଜେଲ୍‌ରେ ବନ୍ଦୀ ଜୀବନ କଟାଉଥିଲେ । ଆଜି ବିଚାର କରି ମାନ୍ୟବର ବିଚାରପତି ଅଭିଯୁକ୍ତ ପ୍ରଦୀପକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାରେ ପୀଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ମନୋରଂଜନ ଦାସ ମାମଲା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.