Home ଆନ୍ତର୍ଜାତୀୟ ନଗ୍ନତା କହି ବ୍ରେଷ୍ଟ କ୍ୟାନ୍ସର ପାଇଁ ଫଣ୍ଡ ଏକତ୍ର କରୁଥିବା ବିଜ୍ଞାପନକୁ ଫେସବୁକ ରଦ୍ଦ କରିବା...

ନଗ୍ନତା କହି ବ୍ରେଷ୍ଟ କ୍ୟାନ୍ସର ପାଇଁ ଫଣ୍ଡ ଏକତ୍ର କରୁଥିବା ବିଜ୍ଞାପନକୁ ଫେସବୁକ ରଦ୍ଦ କରିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା

877

ନୂଆଦିଲ୍ଲୀ ୫ ମଇ (ଓଡ଼ିଆ ପୁଅ) ନଗ୍ନତା କହି ବ୍ରେଷ୍ଟ କ୍ୟାନ୍ସର ପାଇଁ ଫଣ୍ଡ ଏକତ୍ର କରୁଥିବା ଏକ ଏନଜିଓର ବିଜ୍ଞାପନକୁ ଫେସବୁକ ରଦ୍ଦ କରିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଫେସବୁକକୁ ମିଳୁଛି। ସୂଚନାଯୋଗ୍ୟଯେ, ବ୍ରେଷ୍ଟ କ୍ୟାନ୍ସର ପାଇଁ ଫଣ୍ଡ ଏକତ୍ର କରୁଥିବା ଏନଜିଓ ଅର୍ଥାତ ଅଣସରକାରୀ ସ୍ୱେଚ୍ଛାସେବୀ ସଂସ୍ଥା ‘ବ୍ରେଷ୍ଟ କ୍ୟାନସର ନେଟୱର୍କ ଅଷ୍ଟ୍ରେଲିଆ’ର ବିଜ୍ଞାପନ ଉପରେ ରୋକ ଲଗାଇଛି ଫେସବୁକ୍। ଏହି ବିଜ୍ଞାପନରେ ଲୋକମାନଙ୍କୁ ରୋଗ ବିଷୟରେ ଶିକ୍ଷିତ କରିବା ପରି କୌଣସି ସନ୍ଦେଶ ନାହିଁ ବୋଲି କହିଛି ଫେସବୁକ। କିନ୍ତୁ ଏହାର ପ୍ରତି ବଦଳରେ ଫେସବୁକ୍ କୁ ଅନେକ ପ୍ରତିକ୍ରିୟା ମିଳିଛି। ଜଣେ କହିଛନ୍ତି, “ଏହା ନଗ୍ନତା ନୁହେଁ ହୈ…ଏହା ଏହି ଲୋକମାନଙ୍କ ପାଇଁ ଏକ ବାସ୍ତବିକତା ଅଟେ।”

ସ୍ତନ କ୍ୟାନସର ଚିକିତ୍ସା ପରେ ସୁସ୍ଥ ହୋଇଥିବା ବ୍ୟକ୍ତି ଏବଂ ତାଙ୍କର ସମର୍ଥକମାନେ କହିଛନ୍ତିଯେ, ଏପରି ସ୍ଥିତି ବିଷୟରେ ସତର୍କତା ବଢ଼ାଇବା ଉଦ୍ଦେଶ୍ୟରେ ଏକ ବିଜ୍ଞାପନ ଅଭିଯାନ ପ୍ରଚଳନକୁ ରଦ୍ଦ କରିବାର ଫେସବୁକର ନିଷ୍ପତିରେ ସେମାନେ “ନିରାଶ” ଏବଂ “ଅପମାନିତ” ହୋଇଛନ୍ତି।

ଚଳିତ ବର୍ଷର ପିଂକ ବନ ଅଭିଯାନ ପାଇଁ ଫଟୋ, ବ୍ରେଷ୍ଟ କ୍ୟାନସର ନେଟୱାର୍କ ଅଷ୍ଟ୍ରେଲିଆ (ବିସିଏନଏ-BCNA) ଏବଂ ବେକର୍ସ ଡିଲାଇଟ ମଧ୍ୟରେ ଏକ ଚୁକ୍ତି ଅନୁଯାୟୀ, ସ୍ତନ କ୍ୟାନସର ଚିକିତ୍ସା ପରେ ଠିକ୍ ହୋଇଥିବା ଲୋକମାନଙ୍କର ତାଙ୍କର ସର୍ଜରୀ ଚିହ୍ନ ଉପରେ କିମ୍ବା ପାଖରେ ବେକରୀର ପିଙ୍କ ବନ୍ ଧରି ଥିବା ଦେଖାଯାଉଛି।

ବିସିଏନଏ-BCNA ତରଫରୁ କୁହାଯାଇଛି କି ଏହି ଅଭିଯାନ କୁ ମଙ୍ଗଳବାର ଦିନ ଫେସବୁକ ମଞ୍ଜୁରୀ ଦେଇଥିଲା, କାରଣ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏହାର ସତର୍କତା ଅନେକ ପ୍ରବାବ ପକାଇଥାଏ।

କିନ୍ତୁ ଗୁରୁବାରଦିନ, ଅଭିଯାନ ଲଞ୍ଚ ହେବାର ଦିନ, ଫେସବୁକ ଏହାର ମଞ୍ଜୁରୀକୁ ରଦ୍ଦ କର ଦେଇଛି। ଏବଂ କହିଛିଯେ, ନଗ୍ନତା, ବିଜ୍ଞାପନ ମାନକର ଉଲ୍ଲଂଘନ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.