Home ଅପରାଧ ଦେଉଳୀ ପାହାଡରେ ମହିଳାଙ୍କୁ ହତ୍ୟା ଘଟଣା- ୪ ଅଟକ, ସୁସ୍ଥ ହେଲା ମୂମୂର୍ଷୁ ଅବସ୍ଥାରେ ଉଦ୍ଧାର...

ଦେଉଳୀ ପାହାଡରେ ମହିଳାଙ୍କୁ ହତ୍ୟା ଘଟଣା- ୪ ଅଟକ, ସୁସ୍ଥ ହେଲା ମୂମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀ, ବୟାନ ରେକର୍ଡ କଲା ପୋଲିସ

1657

ଯାଜପୁର, ୬/୫ (ଓଡ଼ିଆ ପୁଅ/ମାନସ ରାଉତ) ବାତ୍ୟା ଫନୀର ସୁଯୋଗ ନେଇ ଦେଉଳୀ ପାହାଡରେ ମା’ ଏବଂ ଝିଅକୁ ବଳାତ୍କାଳ କରିବା ସହ ମାକୁ ହତ୍ୟା କରି ଝିଅକୁ ଫିଙ୍ଗି ଫେରାର ହୋଇଯାଇଥିବା ଘଟଣାରେ ଧିରେ ଧିରେ ସୂତା ଖିଅ ଭଳି ପଦାକୁ ଆସୁଛି। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ପୋଲିସ ୪ଜଣକୁ ଗତକାଲି ରାତିରେ ଉଠାଇ ଆଣି ପଚାର ଉଚରା କରିଥିବା ବେଳେ ଅନେକ ରୋଚକ କଥା ଜାଣିବାକୁ ସକ୍ଷମ ହୋଇଛି। ଅନ୍ୟ ପଟରେ ଆହୁରି ଅନେକ ଘଟଣା ମଧ୍ୟ ପୋଲିସ ଆଗରେ ରହସ୍ୟାବୃତ୍ତ ହୋଇ ରହିଥିବା ବେଳେ ଖୁବ ଶୀଘ୍ର ଏଥିରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ଧରା ହେବେ ବୋଲି ସାଧାରଣ ଜନତା ଆଶାବାନ୍ଧୀଛନ୍ତି। ଫନି ଦିନ ଭୋଜି ଖାଇବା ବାହାନାରେ ଦେଉଳୀ ଘରୁ ମା ଏବଂ ଝିଅକୁ କେତେକ ଅପରାଧି ଉଠାଇନେଇ ଦେଉଳୀ ପାହାଡରେ ବଳତ୍କାର କରିବା ସହିତ ମାକୁ ହତ୍ୟା କରିଥିଲେ। ଏପରିକି ତାହା ପୂର୍ବରୁ ବାଲେଶ୍ୱରରେ ଚାଳକ ଭାବେ କାର୍ଯ୍ୟ କରୁଥିବା ତାଙ୍କର ପୁଅ ତରୁଣ ସାମଲଙ୍କୁ ସେଠାରେ ମଧ୍ୟ ହତ୍ୟା କରିଥିଲେ। ହେଲେ ବାଲେଶ୍ୱରର ସହଦେବଖୁଂଟା ପୋଲିସ ତାହାକୁ ଆତ୍ମହତ୍ୟା ଭାବେ ଚିତ୍ରଣ କରିବାରେ ପ୍ରଚେଷ୍ଟା କରୁଥିବାବେଳେ ଦେଉଳୀ ପାହାଡରେ ହୋଇଥିବା ହତ୍ୟା ତାହାକୁ ପଦାକୁ ଆଣିବାରେ ସନ୍ଦେହ ସୃଷ୍ଟି କରିଛି। ମା’ ଏବଂ ଝିଅକୁ ଉଠାଇବା ପରେ ଏହି ବିଷୟରେ ଝିଅର ବାପା କୃଷ୍ଣ ସାମଲ ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟକରୁଥିବା ଅନ୍ୟ ପତ୍ନୀର ଝିଅକୁ ଜଣାଇଥିଲେ। ପରବର୍ତ୍ତୀ ସମୟରେ ଥାନାରେ ଏତଲା ଦେଇଥିଲେ। ହେଲେ ଥାନ ପକ୍ଷରୁ ଏତଲାକୁ ରଖିଦେଇଥିଲେ ସୁଧା କୌଣସି କାର୍ଯ୍ୟନୁଷ୍ଠାନ ନେଇନଥିଲେ ଯାହା ଫଳରେ ଅପରାଧୀ ମାନେ ଖସିଯିବାକୁ ସକ୍ଷମ ହୋଇଥିଲେ। ହେଲେ ହତ୍ୟା ଘଟଣା ପ୍ରଚାରିତ ହେବା ପରେ ପୋଲିସ ଗତାକଲି ୪ଜଣଙ୍କୁ ଅଟକ ରଖି ପଚରା ଉଚରା କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଏଭଳି ଅମାନବିକ ଘଟଣାକୁ ଜନୈକ ସମାଜସେବୀ ପୋଲିସି ଡିଜିଙ୍କ ଦୃଷ୍ଟି ଆକର୍ଷଣ କରି ବୀହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ତେବେ ପୋଲିସର ପାରିବା ପଣିଆ କେତେ ତାହା ସମସ୍ତ ଅପରାଧି ଧରା ପଡିଲେ ଜଣାପଡିବ ବୋଲି ଚର୍ଚ୍ଚା ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.