Home ଜିଲ୍ଲା ପରିକ୍ରମା ଧାମରା ଏବଂ ଧାମରା ବନ୍ଦର(ଆଦାନୀ)ରେ ବନ୍ଦ ସଫଳ

ଧାମରା ଏବଂ ଧାମରା ବନ୍ଦର(ଆଦାନୀ)ରେ ବନ୍ଦ ସଫଳ

131

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ମୋଦି ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବୀରେ ଦୀର୍ଘ ୧୨ଦିନ ଧରି କୃଷକଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଆଜି ଧାମରାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ)ପକ୍ଷରୁ କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ବିରୋଧରେ ଡାକରା ଦିଆଯାଇଥିବା ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସମର୍ଥନ କରିବା ସହ ଏହି ବନ୍ଦର ପ୍ରଭାବ ବାଂଶଡା,ଧାମରା,ଜାଗୁଳା,ଦୋସିଙ୍ଗା,କଇଥଖୋଲା,କରଞ୍ଜମାଳ,କରଣପଲ୍ଲୀ ଏବଂ ପଂଚୁଟିକ୍ରି ପଂଚାୟତ ଗୁଡିକ ରେ ସାଧାରଣ ଦୋକାନ ବଜାର ବନ୍ଦ ରହିଥିଲା । ଏଥି ସହ ଧାମରା ଠାରେ ଥିବା ଏସିଆର ଦ୍ୱିତୀୟ ବୃହତମ ବନ୍ଦର(ଆଦାନୀ)ରେ ଏହି ବନ୍ଦର ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଥିଲା । ଭଦ୍ରକ- ଧାମରା ରେଳପଥରେ ମାଲବାହୀ ଟ୍ରେନ ଗୁଡିକ ସଂପୂର୍ଣ ବନ୍ଦ ହେବା ସହ ବିଭିନ୍ନ ଷ୍ଟେସନ ମାନଙ୍କରେ ଏହା ଅଟକି ରହିଥିଲା । ଏଥିସହ ଏହି ଧର୍ମଘଟରେ ବନ୍ଦରର କିଛି ଶ୍ରମିକ ସାମିଲ ହେବା ସହ ମୋଦି ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେବା ସହ କୃଷକ ବିରୋଧୀ କୃଷି ଆଇନକୁ ପ୍ରତ୍ୟାହାର କରିବା କୁ ମଧ୍ୟ ଦାବୀ କରିଥିଲେ । ଆଜିର ଏହି ବନ୍ଦର ପ୍ରଭାବରେ ଧାମରା ମତ୍ସ୍ୟପୋତାଶ୍ରୟ, ଧାମରା ଠାରେ ଥିବା ଅତିରିକ୍ତ ତହସିଲଦାରଙ୍କ ଅଫିସ ଏବଂ ଧାମରାରେ ଥିବା ୧୩ଟି ରାଷ୍ଟ୍ରାୟତ ଓ ୩ଟି ବେସରକାରୀ ବ୍ୟାଙ୍କ ସମୂହ ବନ୍ଦ ଥିଲା ।ଏହି ବନ୍ଦ ଆନ୍ଦୋଳନରେ ଧାମରାର କୃଷକ ନେତା ତାରାକାନ୍ତ ସେଠୀ,ସିପିଆଇ ଏମ ଭଦ୍ରକ ଜିଲ୍ଲା କମିଟି ସଦସ୍ୟ ବିକାଶ ନାଥ, ଚାନ୍ଦବାଲି ଆଂଚଳିକ କମିଟି ସଂପାଦକ ମଳୟ ଭୋଇ, କୃଷକ ନେତା କାର୍ତିକ ଖିଲାର, କାଳନ୍ଦୀ ଜ୍ୟୋତି, ଶଙ୍କର୍ଷଣ ବିଶ୍ୱାଳ, ରମାକାନ୍ତ ବେହେରା, ପରୀକ୍ଷିତ ମାଝୀ, ଅଶୋକ ଭୋଇ ୍‌କ ସମେତ ଶତାଧିକ ସାଧାରଣ ଜନତା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।ଧାମରା ଆଠ ପଂଚାୟତରେ ବାଂଶଡା ଥାନା,ଧାମରା ଥାନା, ଧାମରା ମେରାଇନ ଏବଂ କରଞ୍ଜମାଳ ଫାଣ୍ଡି ପକ୍ଷରୁ ସମସ୍ତ ପଂଚାୟତ ଏବଂ ବଜାର,ନଦୀଘାଟ ମାନଙ୍କରେ ବ୍ୟାପକ ପୁଲିସ ପଇଁତରା ଜାରି ରହିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.