Home ଜିଲ୍ଲା ପରିକ୍ରମା ଧାମନଗର ବ୍ଲକରେ ମିଳିତ ଜନଶୁଣାଣି ଶିବିର ୧୪୫ ଅଭିଯୋଗ ଆଗତ

ଧାମନଗର ବ୍ଲକରେ ମିଳିତ ଜନଶୁଣାଣି ଶିବିର ୧୪୫ ଅଭିଯୋଗ ଆଗତ

20

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଜିଲ୍ଲାପାଳ ଓ ଏସ୍‌.ପିଙ୍କ ମିଳିତ ଜନଶୁଣାଣି ଶିବିର ଧାମନଗର ବ୍ଲକ୍‌ରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୧୪୫ଟି ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରେ ୧୩୫ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଓ ୧୦ଟି ସାମୂହିକ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲା । ରେଡ଼କ୍ରସ୍ ସମ୍ବନ୍ଧୀୟ ୪ ଜଣଙ୍କ ଆବେଦନ ଆଧାରରେ ଚିକିତ୍ସା ସହାୟତା ବାବଦକୁ ରେଡ଼କ୍ରସ୍ ପାଣ୍ଠିରୁ ସମୁଦାୟ ୪୩ ହଜାର ଟଙ୍କା ମଞ୍ଜୁର କାରାଯାଇଛି । ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ପରିଷଦ, ଭଦ୍ରକର ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଧାମନଗର ଏନ୍‌.ଏ.ସି.ର ଅଧ୍ୟକ୍ଷା ନିବେଦିତା ଜେନା, ଧାମନଗର ବ୍ଲକ୍‌ର ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ବି.ଡ଼ି.ଓ. ବନ ବିହାରୀ ଦିଣ୍ଡା, ତହସିଲଦାର ଦୀପକ କୁମାର ଦାସ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଜନାଭିଯୋଗ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଧାମନଗର ଏନ୍‌.ଏ.ସି. ଅଞ୍ଚଳରେ ରାସ୍ତାରେ ବିଜୁଳି ଆଲୁଅ ଅନବରତ ୨୪ ଘଣ୍ଟା ଜଳିବା, ଆରଡ଼ି ଛକରୁ ଶହିଦନଗର ଛକ ଓ ଧାମନଗରୁ ଫଳପୁର ପର୍ଯ୍ୟନ୍ତ ଦୟନୀୟ ରାସ୍ତାର ମରାମତି, କିଲାଟେଶ୍ୱର ଶିବ ମନ୍ଦିର ଟ୍ରଷ୍ଟିବୋର୍ଡ଼ ଗଠନ ସରକାରୀ ଜମି ବିକ୍ରି ପ୍ରମୁଖ ସମସ୍ୟା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ବିଦ୍ୟାଙ୍ଗଭତ୍ତା, ରେସନ କାର୍ଡ଼ ଆଦି ସମ୍ବନ୍ଧୀୟ ଅଧିକ ସମସ୍ୟା ଆଗତ ହୋଇଥିଲା । ନିୟମାନୁଯାୟୀ ସମସ୍ୟା ସବୁର ସମାଧାନ ପାଇଁ ଜିଲ୍ଲାପାଳ ଶିବିରରେ ଉପସ୍ଥିତ ଜିଲ୍ଲା ଓ ଉକ୍ତ ବ୍ଲକ୍‌ସ୍ତରୀୟ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଡ଼େପୁଟୀ କଲେକ୍ଟର ରାଜୀବ ହାଁସଦା ଅଭିଯୋଗ ଉପସ୍ଥାପନାରେ ଏବଂ ସାଧାରଣ ଓ ବିବିଧ ବିଭାଗର କର୍ମଚାରୀ ଲିସାରାଣୀ ରାଉତ ଅଭିଯୋଗ ପଞ୍ଜିକରଣରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.