Home କେନ୍ଦୁଝର ଧର୍ମପ୍ରାଣ ମହିଳାଙ୍କ ପରଲୋକ

ଧର୍ମପ୍ରାଣ ମହିଳାଙ୍କ ପରଲୋକ

115

ହାଟଡିହି ୩୦ । ୬ : ହାଟଡିହି ବ୍ଲକ ସୋସୋ ଗ୍ରାମର ସ୍ୱର୍ଗତ ଦାଶରଥି ନାୟକଙ୍କ ଧର୍ମପତ୍ନୀ ପ୍ରେମଶୀଳା ନାୟକଙ୍କ ୮୩ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା, ପରୋପକାରୀ, ମିଷ୍ଠଭାଷୀ ମହିଳା ଭାବେ ଜଣାଶୁଣା ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ଗଣେଶ ପ୍ରସାଦ ନାୟକ, ଗିରିଶ ନାୟକ, ରମେଶ ନାୟକ, ଦିନେଶ ନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ପରଲୋକ ଖବରପାଇ ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ଡ. ମନମୋହନ ରାଉତ, ଗୋପାଳ ରାଉତ, ମଞ୍ଜୁଲତା ରାଉତ, କାଶୀନାଥ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଶାଳନ୍ଦୀ ନଦୀ କୁଳକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ମଝିଆଁପୁଅ ରମେଶ ନାୟକ ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.