Home କେନ୍ଦୁଝର ଦୋକାନକୁ ଜାଳିଦେଲେ ଦୁର୍ବୁତ

ଦୋକାନକୁ ଜାଳିଦେଲେ ଦୁର୍ବୁତ

36

ହାଟଡ଼ିହି, ୨୬/୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ବଞ୍ଚୋ ଛକରେ ଥବବା ଏକ ଭେରାଇଟ ଦୋକାନକୁ କେହି ଦୁର୍ବୁତ ନିଆଁ ଲଗାଇ ଜାଳିଦେଇଥିବା ଜଣାଯାିଛି । ଖବରରୁ ଜଣାଯାଇଛି ଯେ ବଞ୍ଚୋ ଗ୍ରାମର ରଞ୍ଜନ କୁମାର ରଣା ବଞ୍ଚୋ ଛକ ନିକଟରେ ଏକ ପାନ ଓ ପୂଜା ସାମଗ୍ରୀ ଦୋକାନକରି ନିଜର ପରିବାର ପ୍ରତିପୋଷଣ କରୁଥିଲା । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ ଉକ୍ତ ଦୋକାନଟିରେ ନିଆଁ ଲଗାଇଦେଇଥିଲା । ଫଳରେ ଦୋକାନରେ ଥିବା ସମସ୍ତ ସାମଗ୍ରୀ ପୋଡି ଭଷ୍ମୀଭୁତ ହୋଇଯାଇଛି । ଖବରପାଇ ହାଟଡିହି ଦମକଳ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଲିଭାଇଥିଲେ । ଅଗ୍ନିକାଣ୍ଡ ପରେ ଦୋକାନୀ ଜଣକ ବେସାହାରା ହୋଇ ପଡିଛନ୍ତି । ବ୍ୟବସାୟିକ ଶତୃତାରୁ କେହି ଅଗ୍ନିକାଣ୍ଡ ଘଟାଇଥିବା ନେଇ ରଞ୍ଜନ ସନ୍ଦେହ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.