Home ଓଡ଼ିଶା ଦେଶବାସୀଙ୍କ ସ୍ବପ୍ନ ପୂରଣ ହୋଇଛି: ମୋଦୀ

ଦେଶବାସୀଙ୍କ ସ୍ବପ୍ନ ପୂରଣ ହୋଇଛି: ମୋଦୀ

439

ନୂଆଦିଲ୍ଲୀ, ୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଜାମ୍ମୁକାଶ୍ମୀରରେ ୩୭୦ ଉଚ୍ଛେଦ ପରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି । ୩୭୦ ଉଚ୍ଛେଦ ପରେ ପ୍ରଥମଥର  ପାଇଁ ଦେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି ।

ଜାମ୍ମୁକାଶ୍ମୀରକୁ ନେଇ ଦେଶ ଏକ ଐତିହାସିକ ନିଷ୍ପତ୍ତି ନେଇଛି ବୋଲି ମୋଦୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଯେ ଜାମ୍ମୁକାଶ୍ମୀର ବିକାଶରେ ଯେଉଁ ବାଧା ଥିଲା ତାହା ଏବେ ଦୂର ହୋଇଛି । ଏବେ ଦେଶରେ ସବୁ ନାଗରିକଙ୍କ ଅଧିକାର ଓ ଦାୟିତ୍ୱ ସମାନ ହୋଇଛି । ଯାହା ଦ୍ବାରା କୋଟି କୋଟି ଦେଶବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି । ୩୭୦ ଜାମ୍ମୁକାଶ୍ମୀରବାସୀଙ୍କୁ କଣ ଲାଭ ଦେଉଥିଲା ଜଣାନାହିଁ । ହେଲେ ଜାମ୍ମୁକାଶ୍ମୀର ଭବିଷ୍ୟତ ସୁରକ୍ଷିତ ହୋଇଛି । ନକାରତ୍ମକ ଚିନ୍ତାଧାରାରୁ ମୁକୁଳିବ କାଶ୍ମୀର । କାଶ୍ମୀରରେ ସୈନିକଙ୍କୁ ସବୁ ଲାଭ ମିଳୁନଥିଲା ।

ଉଲ୍ଲେଖଯୋଗ୍ୟ ଯେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ କାଶ୍ମୀରରୁ ହଟିଥିଲା ସମ୍ବିଧାନରେ ଥିବା ଧାରା ୩୭୦ ଓ ୩୫-A । ଏଣିକି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଅନ୍ତର୍ଭୁକ୍ତ ହୋଇଥିଲା ଜାମ୍ମୁ-କାଶ୍ମୀର । ଜାମ୍ମୁ-କାଶ୍ମୀରରେ ବିଧାନସଭା ମଧ୍ୟ ରହିବ । ସେହିପରି ଜାମ୍ମୁ-କାଶ୍ମୀରରୁ ଲଦାଖ ମଧ୍ୟ ଅଲଗା ହୋଇଥିଲା । ଲଦାଖକୁ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ମାନ୍ୟତା ମିଳିଛି । ଏହା ସହ ରାଜ୍ୟ ମାନ୍ୟତା ହରାଇଥିଲା ଜମ୍ମୁ-କାଶ୍ମୀର । ତେବେ କାଶ୍ମୀରକୁ ୨ ଭାଗ କରିଥିଲେ କେନ୍ଦ୍ର ସରକାର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.