Home ଓଡ଼ିଶା ଦଶପଲା ନିର୍ବାଚନ ମଣ୍ଡଳୀର ୨୧୦ ଓ ୨୨୨ନଂ ବୁଥରେ ଆସନ୍ତା କାଲି ସାନି ଭୋଟ ଗ୍ରହଣ

ଦଶପଲା ନିର୍ବାଚନ ମଣ୍ଡଳୀର ୨୧୦ ଓ ୨୨୨ନଂ ବୁଥରେ ଆସନ୍ତା କାଲି ସାନି ଭୋଟ ଗ୍ରହଣ

715

ନୟାଗଡ଼, ୨୪ା୪ (ଓଡ଼ିଆ ପୁଅ) : ସାଧାରଣ ନିର୍ବାଚନ ୨୦୧୯ ପରିପ୍ରେକ୍ଷୀରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଳକ ଅନ୍ତର୍ଗତ ବାହାଡ଼ାଝୋଲାର ବୁଥ୍ ନଂ.୨୧୦ ଓ ବେତନଟିର ବୁଥ୍ ନଂ.୨୨୨ରେ ସାନି ନିର୍ବାଚନ ପାଇଁ ଆସନ୍ତା ୨୫ ତାରିଖ ସକାଳ ୭ଟା ସମୟରେ ଭୋଟ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ସମ୍ପୃକ୍ତ ବୁଥ୍ ର ମତଦାତାମାନେ ଉପରୋକ୍ତ ତାରିଖ ଓ ସମୟରେ ଉପସ୍ଥିତ ରହି ନିଜ ନିଜର ମତ ସାବ୍ୟସ୍ତ କରିବା ପାଇଁ ସ୍ଥିର ହୋଇଛି। ଏଣୁ ସମସ୍ତ ମତଦାତାମାନେ ଏହି ତାରିଖରେ ଉପରୋକ୍ତ ବୁଥ୍ ରେ ପହଂଚି ନିଜର ଭୋଟ ଦେବାପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.