Home ଜିଲ୍ଲା ପରିକ୍ରମା ଦରଦାମ୍ ନିୟନ୍ତ୍ରଣ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ, ପ୍ରତିବାଦରେ କଂଗ୍ରେସର ହାଲ୍ଲା ବୋଲ୍

ଦରଦାମ୍ ନିୟନ୍ତ୍ରଣ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ, ପ୍ରତିବାଦରେ କଂଗ୍ରେସର ହାଲ୍ଲା ବୋଲ୍

62

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଦାମ ଅହେତୁକ ଭାବେ ବୃଦ୍ଧି ପାଇଛି। ସାଧାରଣ ଲୋକ ଏପରିକି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ଏହା ଦୁର୍ବିସହ ହୋଇ ପଡ଼ିଛି। ମୁଦ୍ର୍ରାସ୍ପିତୀ ବଢ଼ି ଚାଲିଛି। ଟଙ୍କାର ମୂଲ୍ୟ ଉଦବେଗଜନକ ଭାବେ କମି ଚାଲିଛି। ଚାକିରୀ ପାଇଁ ଯୁବକମାନେ ରାଜରାସ୍ତାରେ ଘୂରି ବୁଲୁଛନ୍ତି। କେନ୍ଦ୍ର ସରକାରଙ୍କ ବର୍ଷକୁ ୨କୋଟି ନିଯୁକ୍ତି ପ୍ରତିଶ୍ରୁତି ପ୍ରହସନରେ ପରିଣତ ହୋଇଛି। ତେବେ ଏହି ଦରବୃଦ୍ଧିକୁ ରୋକିବାରେ କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର ସମ୍ପୂର୍ଣ୍ଣ ବ୍ୟର୍ଥ ହୋଇଛନ୍ତି ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ହାଲ୍ଲାବୋଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବହୁ ବରିଷ୍ଠ ନେତା ମତବକ୍ତ କରିଛନ୍ତି। ପୂର୍ବାହ୍ନ ୧୧ଟା ସମୟରେ ଏକ କଂଗ୍ରେସ କର୍ମୀ ଓ ନେତାଙ୍କ ଏକ ବିଶାଳ ଶୋଭାଯାତ୍ର୍ରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରିଥିଲା। କର୍ମୀମାନେ ମୋଦି ଓ ନବୀନ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ହାତରେ ପ୍ଳାକାର୍ଡ଼ ଧରି ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାପତି ଶ୍ରୀ ଦାସ ଉଦବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ନରେନ୍ଦ୍ର ମୋଦିଙ୍କର ବିଜେପିରେ ଅନ୍ଧ ଭକ୍ତଙ୍କ ଠାରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ଅନ୍ଧଭକ୍ତ ସାଜିଛନ୍ତି। କେନ୍ଦ୍ର ଯାହା ଅବିଚାର ଓଡ଼ିଶା ପ୍ରତି କଲେ ବି ନବୀନ ବାବୁ ଚିଟଫଣ୍ଡ ଲୁଟରେ ବନ୍ଧା ହେବା ଭୟରୁ ଚୁପ ହୋଇ ବସିଛନ୍ତି।

ଯାହାର ଫଳ ଆଜି ସାଧାରଣ ଜନତା ଭୋଗୁଛନ୍ତି। ୟୁପିଏ ଶାସନ କାଳରେ ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୭୦ଓ ୬୦ଟଙ୍କା, ଇନ୍ଧନ ଗ୍ୟାସ ୪୫୦ଟଙ୍କା ଓ ଖାଇବା ତେଲ ୯୦ ଟଙ୍କା ଥିଲାବେଳେ, ବୁରାଦିନ ସରକାର କହି ଉଭୟ ବିଜେଡ଼ି ଓ ବିଜେପି ଏହାକୁ ବିରୋଧ କରୁଥିଲେ। କିନ୍ତୁ ଆଜି ଗ୍ୟାସ ଦାମ ୧୧ଶହ ଟଙ୍କାରେ ପହଞ୍ଚିଛି। ପେଟ୍ରୋଲ ଡିଜେଲ ଦାମ ଶହେ ତଳକୁ ଖସିବା ନାମ ନେଉ ନାହିଁ। ଏହି ପରିପ୍ରେକ୍ଷୀରେ ବିଜେଡି ଚୁପ କାହିଁକି ବୋଲି ପ୍ରଶ୍ନ କରିଥିଲେ। ସେହିପରି ଭଦ୍ରକ ବିଧାନସଭାସ୍ତରୀୟ ନେତା ନଳିନୀ ମହାନ୍ତି ନିଜ ବକ୍ତ୍ୟରେ ଉଭୟ କେନ୍ଦ୍ର୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଇଡି ଓ ସିବିଆଇ ଭୟ ଦେଖାଇ ଦରଦାମ ବୃଦ୍ଧି ଉପରୁ ନଜର ହଟାଇବାକୁ ଚାହୁଁଛନ୍ତି। କିନ୍ତୁ କଂଗ୍ରେସ ଏହାକୁ ଖାତିର କରିବ ନାହିଁ ଓ ସାଧାରଣ ଜନତାଙ୍କ ସ୍ୱାର୍ଥ ଏବଂ ହକ୍ ପାଇଁ ଲଢ଼େଇ କରିବ ବୋଲି ଶ୍ରୀ ମହାନ୍ତି କହିଥିଲେ। ସଭା ଶେଷରେ କର୍ମୀମାନେ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳା ଦାହ କରିଥିଲେ। ଏହି ଅବସରରେ କଂଗ୍ରେସ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଣିବାକୁ ଉଦ୍ୟମ କରିବା ସମୟରେ ପୁଲିସ ୫ଶହରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଓ ନେତାଙ୍କୁ ଗିରଫ କରିବା ସହ ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିଲା। ଏହି ବିକ୍ଷୋଭ ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଚାନ୍ଦବାଲି ନେତା ଦିଗମ୍ବର ଦାସ, ବରିଷ୍ଠ ନେତା ପଞ୍ଚାନନ ମଣ୍ଡଳ, ଅଭିଶେକ ରାଉତ, ଦେବେନ୍ଦ୍ର ମହାନ୍ତି, ଗୋଲକ ବେହେରା, ପିତାବସ ଧଳ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସବିତା ଚାନ୍ଦ, ପ୍ରିୟଙ୍କା ଲାହା, ନରନାରାୟଣ ଜେନା, ବନ୍ତ ବ୍ଲକ ସଭାପତି ରାଜକିଶୋର ସ୍ୱାଇଁ, ଭଣ୍ଡାରିପୋଖରୀ ବ୍ଲକ ସଭାପତି ରଜନୀ ଚାନ୍ଦ, ତିହିଡ଼ି ବ୍ଳକ ସଭାପତି ସରୋଜ ଦାସ, ଚାନ୍ଦବାଲି ବ୍ଳକ ସଭାପତି ବୈଲୋଚନ ପଣ୍ଡା, ଭଦ୍ରକ ବ୍ଳକ ସଭାପତି ପ୍ରଫୁଲ୍ଲ ସାମଲ, ଜିଲ୍ଲା ମୁଖପାତ୍ର ଭବେନ୍ଦ୍ର ସାହୁ, ଚାନ୍ଦବାଲି ଟାଉନ ସଭାପତି ବଦ୍ରି ନାୟକ, ଧାମନଗର ଟାଉନ ସଭାପତି ପ୍ରସନ୍ନ ଧଳ, ଜିଲ୍ଲା ଯୁବ କାର୍ଯ୍ୟକାରୀ ସଭାପତି ହେମନ୍ତ ମହାପାତ୍ର, ସୁବ୍ରତ ବେହୁରିଆ, ଛାତ୍ର କଂଗ୍ରେସ ସଭାପତି ସେକ ସାହିଲ କାଦ୍ରୀ, କାଉନସିଲର ଏନାମୁଲ ହକ୍‌, ତନଭୀର ଖାନ, ହେମନ୍ତ ସାହୁ, ରବି ନାରାୟଣ ମହାନ୍ତି, ରାଜନ ଲାହା, ଆଶ୍ରଫ ଅଲ୍ଲୀ ଖାନ, ବିଜୟ ବାରିକ, ରାଜକିଶୋର ପଣ୍ଡା, ରଂଜନ ଜେନା, ଅବଦୁଲ ସଲାମ, ପ୍ରଶାନ୍ତ ସାହୁ, ବିଜୟ ଶଙ୍କର ମହାନ୍ତିଙ୍କ ସମେତ ବହୁ ଛାମୁଆ ସଂଗଠନ ନେତା ଓ କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.