Home ଓଡ଼ିଶା ଭଦ୍ରକ ଜିଲ୍ଲାରେ ବଢ଼ୁଥିବା ହିନ୍ଦୁ ବିରୋଧ କାର୍ଯ୍ୟକଳାପକୁ ବିଶ୍ୱ ହିନ୍ଦୁ ପରିଷଦର ତୀବ୍ର ନିନ୍ଦା

ଭଦ୍ରକ ଜିଲ୍ଲାରେ ବଢ଼ୁଥିବା ହିନ୍ଦୁ ବିରୋଧ କାର୍ଯ୍ୟକଳାପକୁ ବିଶ୍ୱ ହିନ୍ଦୁ ପରିଷଦର ତୀବ୍ର ନିନ୍ଦା

31

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ସର୍ବାଧିକ ସମ୍ବେଦନଶୀଳ ଜିଲ୍ଲା ଭାବରେ ପରିଗଣିତ ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ହିନ୍ଦୁ ଜନମାନସ ହିନ୍ଦୁ ଧାର୍ମିକ ଭାବନାକୁ ଅରାଷ୍ଟ୍ରୀତତ୍ତ୍ୱ ମୌଳବାଦୀ ଗୋଷ୍ଠୀଙ୍କ ପକ୍ଷରୁ ଆଘାତ ଆକ୍ରମଣକୁ ବିଶ୍ୱ ହିନ୍ଦୁ ପରିଷଦ ନିନ୍ଦା କରୁଛି ଏବଂ ଏହାର ଜବାବ ଦେବାକୁ ପରିଷଦ ପ୍ରସ୍ତୁତ ଅଛି ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ପଣ୍ଡିତ ମହେଶ କୁମାର ସାହୁ କହିଛନ୍ତି। କିଛି ମାସ ପୂର୍ବରୁ ପୁରୁଣାବଜାର ଅଞ୍ଚଳର ଧନାଟୋଲା ଗ୍ରାମ ଉପରେ ଶହ ଶହ ସଂଖ୍ୟାଲଘୁ ସମ୍ପ୍ରଦାୟର ଅସାମାଜିକ ଯୁବକଙ୍କର ଆକ୍ରମଣ ଏବଂ ଜୀବନରୁ ମାରିଦେବାକୁ ଧମକ ଦିଆଯିବା ଘଟଣା ପରେ ମଧ୍ୟ ସମ୍ପୃକ୍ତ ଯୁବକମାନେ ଖୋଲାଖୋଲି ବୁଲୁଛନ୍ତି। ଗୁଜିଦରଡ଼ା ପଞ୍ଚାୟତରେ କାଉଡ଼ିଆ ଭାଇମାନଙ୍କ ଉପରେ ଅତର୍କିତ ଆକ୍ରମଣ ଘଟଣାରେ ପ୍ରଶାସନ ଚୁପ। ଏଇ କେଇଦିନ ତଳେ ସହରର ଛାତ ଉପରେ ଖୋଲାଖୋଲି ଗୋ-ମାଂସ ରାନ୍ଧି ବିକ୍ରି କରିବା ଘଟଣା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଛି। ଏଠି ପ୍ରଶ୍ନ ଉଠେ ଜିଲ୍ଲା ପ୍ରଶାସନ କରୁଛି କଣ ? ଜିଲ୍ଲା ଗୁଇନ୍ଦା ବିଭାଗ ଜିଲ୍ଲା ପୁଲିସ ନିରବ କାହିଁକି ? ଦୈନନ୍ଦିନ ଶହ ଶହ ଟ୍ରକ ବେଆଇନ୍ ଭାବେ ଭଦ୍ରକ ଜିଲ୍ଲାରୁ ଗୋ-ଚାଲାଣ ହେଉଛି। ପ୍ରଶାସନ କାହା ଇଙ୍ଗିତରେ ଆଖି ବୁଜି ଦେଇଛି ? ଯଦି ଏସବୁ ଘଟଣା ବଜାୟ ରହିବ ତେବେ ନିଶ୍ଚିତ ଆଗାମୀ ଦିନରେ ପରିସ୍ଥିତି ବିଗିଡି ଯିବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ଭାବରେ ଜିଲ୍ଲା ପ୍ରଶାସନ ଓ ସରକାର ଦାୟୀ ରହିବେ ବୋଲି ହିଶ୍ୱ ହିନ୍ଦୁ ପରିଷଦ ତରଫରୁ ଚେତାଇ ଦିଆଯାଇଛି। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ଅମ୍ବିକା ଦାସ, ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ, ସହ ସତସଙ୍ଗ ପ୍ରମୁଖ ଗୋବିନ୍ଦ ରାଉତ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାମଚନ୍ଦ୍ର ପଣ୍ଡା, ସମ୍ପାଦକ କାହ୍ନୁ ଚରଣ ସିଂ, ଉପସଭାପତି ନିରଞ୍ଜନ ସାହୁ, କୈଳାସ ଦାସ, ସହସମ୍ପାଦକ ଶ୍ରୀକାନ୍ତ ଲେଙ୍କା, ମହେଶ୍ୱର ବେହେରା, ଶିବଶଙ୍କର ଦାସ, ବିଜୟ ବାରିକ, ବଜରଂଗ ଦଳର ଜିଲ୍ଳା ସଂଯୋଜକ ଜୟପ୍ରକାଶ ପତି, ପ୍ରଶାନ୍ତ ମଲ୍ଲିକ, ତାପଜ ସାହୁ, ପ୍ରଶାନ୍ତ ସିଂ, ମାନସ ମହାନ୍ତି, ବାସନ୍ତୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଘଟଣାକୁ ନେଇ ରାଜ୍ୟ ସମ୍ପାଦକ ମହେଶ ସାହୁଙ୍କ ତତ୍ତ୍ୱାବଧାନରେ ଏକ ପ୍ରତିନିଧି ଦଳ ଜିଲ୍ଳାପାଳଙ୍କୁ ଭେଟି ଏ ସଂକ୍ରାନ୍ତରେ ଆଲୋଚନା କରିବା ସହ ଏହି ପ୍ରତିନିଧି ଦଳ ଗୁଜିଦରଡ଼ା ଗ୍ରାମକୁ ଯାଇ ଆକ୍ରମଣର ଶିକାର ହୋଇଥିବା ପରିବାରକୁ ଭେଟିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.