Home ଜିଲ୍ଲା ପରିକ୍ରମା ଥାନା ପରିସରରେ ୨୦ ଗୋରୁ : ୨ଟି ଗୋଚାଲାଣ ଗାଡି ଜବତ, ୬ ଜଣ ଗିରଫ

ଥାନା ପରିସରରେ ୨୦ ଗୋରୁ : ୨ଟି ଗୋଚାଲାଣ ଗାଡି ଜବତ, ୬ ଜଣ ଗିରଫ

63

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ଥାନା ପରିସରରେ ୨୦ଟି ଗୋରୁ ବନ୍ଧା ହୋଇଥିବା ପରିଲକ୍ଷିତ ହୋଇଛି । ୨ ଦିନ ହେଲା ଉକ୍ତ ଗୋରୁବନ୍ଧା ହୋଇଥିବାବେଳେ ଏଯାବତ୍ କୌଣସି ଦାବିଦାର ଠାବ କରାଯାଇନଥିବା ମଧ୍ୟ ଜଣାଯାଇଛି । ସ୍ଥାନୀୟ ଅଂଚଳରେ ଗୋଶାଳାର ସୁବିଧା ନଥିବାରୁ ଜବତ ଗୋରୁଗୁଡିକ ଏପରି ସମସ୍ୟାରେ ପଡୁଥିବା ନିସନ୍ଦେହ । ପ୍ରକାଶ ଥାଉକି ଦୁଇଦିନ ମଧ୍ୟରେ ୨ଟି ଗୋରୁ ବୋଝେଇ ଗାଡିକୁ ପୁଲିସ୍ ଜବତ କରିଥିବା ବେଳେ ସଂପୃକ୍ତ ୬ ଜଣଙ୍କୁ ପୁଲିସ୍ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତମାନେ ହେଲେ ନନ୍ଦପୁର ଗ୍ରାମର ଅନିସୁଦ୍ଧି ସାହା ଓ ବରୁଣ ଦାସ, ପୀରହାଟ ଅଂଚଳର ତୁଷି ମହାନ୍ତି, ସେକ୍ ସମୀର, ସାଇମଦ୍ ସାହାଜୀ ଓ ହମାଲ ଉଦ୍ଧିନ ଖାଁ । ୨ ଜଣ ଅଭିଯୁକ୍ତ ଗାଡି ନମ୍ବର ଓଆର-୨୨ଏ-୪୨୬୩ ରେ ୭ଟି ଗୋରୁ ନେଇ ଯାଉଥିବାବେଳେ ପୁଲିସ୍ ଜବତ କରିଛି । ସେହିପରି ୪ଜଣ ଅଭିଯୁକ୍ତ ଗାଡି ନମ୍ବର ଓଡି-୨୨ଜେ-୯୧୪୩ ରେ ୧୩ଟି ଗୋରୁ ନେଇଯାଉଥିବାବେଳେ ପୁଲିସ୍ ଜବତ କରିଥିବା ଜଣାଯାଇଛି । ତେବେ ଗୋରୁ ବୋଝେଇ ଗାଡି ଜବତ ହେଲା ଏବଂ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ନିରହ ପଶୁଗୁଡିକ ଏଯାବତ୍ ଥଇଥାନ କରାଯାଇନଥିବା ସାଧାରଣରେ ଆଲୋଚନା ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.