Home ଓଡ଼ିଶା ଡକାୟତି ଘଟଣାରେ ଫେରାର ୩ ଆସାମୀ ଗିରଫ

ଡକାୟତି ଘଟଣାରେ ଫେରାର ୩ ଆସାମୀ ଗିରଫ

103

ଯୋଡା, ୦୨- ୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ଥାନା ଅନ୍ତର୍ଗତ ସାରଦା ଖଣି ୩ନଂ ଗେଟ ନିକଟରେ ଟ୍ରକ ଗୁଡିକରୁ ଡକାୟତି କରୁଥିବା ଅଭିଯୋଗରେ ଗତ ୨୫ ତାରିଖ ଗୁରୁବାର ଦିନ ଯୋଡା ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତେବେ ଅନ୍ୟ ୩ଜଣ ଆସାମୀ ଘଟଣା ସ୍ଥଳରେ ଚମ୍ପଟ ମାରିଥିବା ବେଳେ ପୁଲିସ ସେମାନଙ୍କୁ ଗୁରୁବାର ଗିରଫ କରିଥିବା ଜଣାପଡିଛି । ସେମାନେ ହେଲେ ରିଙ୍କୁ ଦାସ (୨୨), ରାଜା ଦାସ (୨୩) ଓ ସୁରୋଜ ଗୋପ (୨୦) । ଏମାନେ ସମସ୍ତେ ଝାରଖଣ୍ଡ ରାଜ୍ୟ ନୁଆମୁଣ୍ଡି ଅଞ୍ଚଳର ବୋଲି ଜଣାପଡିଛି । ପୂର୍ବରୁ ଗିରଫ ୨ ଅଭିଯୁକ୍ତ ହେଲେ ଆକାଶ କୁମାର (୨୦), ସୋନି ସୋଲଙ୍କି (୨୦) । ଏମାନଙ୍କ ନିକଟରୁ ଖଣ୍ଡା, ଛୁରୀ, ଲୁହା ଛଡ ଏବଂ ଗୋଟିଏ ଇଣ୍ଡିକା କାର ଜବତ କରାଯାଇଥିଲା । ଏହି କାର ମଧ୍ୟରେ କିଛି ନିଶା ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଥିଲା । ଏହି ୫ଜଣ ଦୁର୍ବୁତ୍ତ ଝାରଖଣ୍ଡ – ଓଡିଶା ସୀମାନ୍ତରେ ଥିବା ସାରଦା ଖଣି ୩ନଂ ଗେଟ ନିକଟରୁ ଲୁହାପଥର ବୋଝେଇ ଟ୍ରକ ଗୁଡିକରୁ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିଲେ । ଖବର ପାଇଁ ପୁଲିସ ଘଟଣା ସ୍ଥଳରୁ ୨ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ଜଣ ଫେରାର ଥିଲେ । ପୁଲିସ ସେମାନଙ୍କ ନାମରେ କେଶ ନଂ. ୧୦୬/୨୦୨୦ରେ ମାମଲା ଋଜୁ କରିଥିବା ଜଣାପଡିଛି । ଏହି ଫେରାର ଦୁର୍ବୁତ୍ତ ମାନଙ୍କୁ ଝାରଖଣ୍ଡ ପୁଲିସର ସହାୟତାରେ ଓଡିଶା ପୁଲିସ ମିଳିତ ଚଢୋଉ କରି ବିଭିନ୍ନ ସ୍ଥାନରୁ ବୁଧବାର ବିଳମ୍ବିତ ରାତିରେ ଗିରଫ କରିବାରେ ସକ୍ଷମ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.