Home ଜିଲ୍ଲା ପରିକ୍ରମା ଜେଲ କଡରେ ଦୋକାନ ଗୃହ ନିର୍ମାଣ ବନ୍ଦ କରିବାକୁ ଦାବି

ଜେଲ କଡରେ ଦୋକାନ ଗୃହ ନିର୍ମାଣ ବନ୍ଦ କରିବାକୁ ଦାବି

84

ଟିଟିଲାଗଡ଼ ୮-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଉପଖଣ୍ଡ କାରାଗାର ବା ସବ ଜେଲ କଡରେ ଦୋକାନ ଗୃହ ନିର୍ମାଣ କାର୍ଯ୍ୟ ନେଇ ତୀବ୍ର ବିରୋଧ କରାଯାଉଛି। ପ୍ରକାଶ ଯେ, ଏହି ସବ ଜେଲ କାନ୍ଥକୁ ଲଗେଇ ଦୋକାନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରଯାଇଛି। ସରକାରୀ ନିୟମର ବିରୋଧ କରି ସ୍ଥାନୀୟ ପୌରପରିଷଦର କିଛି କର୍ମଚାରୀ ନିଜେ ମନଇଚ୍ଛା ଉକ୍ତ ସ୍ଥାନରେରେ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ତେବେ ଏହି ସବ ଜେଲ ଅଧିକାରୀ ଏହାର ବିରୋଧ କରିବା ସତ୍ୱେ ଉକ୍ତ କାର୍ଯ୍ୟ ତୁରନ୍ତ ସ୍ଥଗିତ ରଖିବା ନିମନ୍ତେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.