Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ର” ଟେବୁଲ ଟପ୍ ଏକ୍ସସାଇଜ୍‌’ ର ଦ୍ୱିତୀୟ ବୈଠକ

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ର” ଟେବୁଲ ଟପ୍ ଏକ୍ସସାଇଜ୍‌’ ର ଦ୍ୱିତୀୟ ବୈଠକ

8

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଦିବା ୧୧ଟା ରେ ସଦଭାବନା ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ର” ଟେବୁଲ ଟପ୍ ଏକ୍ସସାଇଜ୍‌’ ର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲାପାଳ ଦିଲିପ ରାଉତରାଏ। ଅନ୍ୟ ପ୍ରଶାସନିକ ଅଧିକାରୀ ଯଥା ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଓ ସରୋଜ କାନ୍ତ ଦତ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ , ଡିଭିଜନାଲ ଫରେଷ୍ଟ ଅଫିସର, ଜିଲ୍ଲା ଜରୁରୀ କାଳୀନ ଅଧିକାରିଣୀ, ତହସିଲଦାର , ଗୋଷ୍ଟୀ ଉନ୍ନୟନ ଅଧିକାରୀ, ପୌର ଅଧିକାରି ଓ ବିଭିନ୍ନ ଲାଇନ୍ ଡିପାର୍ଟମେଂଟର ଅଧିକାରୀ ମାନେ ପ୍ରମୁଖ ଯୋଗ ଦେଇଥିଲେ। ବିପର୍ଯୟ ପରିଚାଳନାର ବିଭିନ୍ନ ଅଧିକାରୀଙ୍କ କାର୍ଯ୍ୟ ବିଷୟ ରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଆଲୋଚନା କରିଥିଲେ। ସେ ପ୍ରଥମେ ଏକ ଡମି ବାତ୍ୟା ମେସେଜ୍ ର ସୂଚନା ପ୍ରଦର୍ଶନ କରାଇ ଓ ଏହା ପରେ ବିଭିନ୍ନ ବିଭାଗର କାଯ୍ୟ ବିଷୟରେ ଆଲୋଚନା କଲେ। ଏହା ପରେ ବିଭିନ୍ନ ବିଭାଗ ଦେଇଥିବା ପିପିଟି ଗୋଟିକ ପରେ ଗୋଟେ ଆଲୋଚନା ହେଲା। ସମସ୍ତ ବିଭାଗର କାଯ୍ୟରତ ଅଧିକାରୀ ବିପତି ସମୟରେ କେଉଁଠି ରହି ବିପତି ନିୟନ୍ତ୍ରଣରେ ସହାୟକ ହେବେ ନିର୍ଦ୍ଦେଶ ଦିଆଗଲା। ବନ୍ୟା ନିୟନ୍ତ୍ରଣ , ଲୁଣା ପାଣି ନିୟନ୍ତ୍ରଣ, ମନୁଷ୍ୟ ଓ ଗୃହପାଳିତ ପଶୁଙ୍କ ଯତ୍ନ, ଏବଂ ଏହାର ପରିଚଳନା ବିଷୟ ସଂପୃକ୍ତ ବିଭାଗର କର୍ତବ୍ୟ ଓ ଏହି କାର୍ଯ୍ୟକୁ କିପରି ସମ୍ପାଦନ କରିବେ ତାହାର ଏକ ତଥ୍ୟ ପିପିଟି ମାଧ୍ୟମରେ ଦର୍ଶେଇ ଥିଲେ। ସମସ୍ତ ବିଭାଗର ପ୍ରାକୃତିକ ବିପତି ଓ ବିପର୍ଯୟ ସଂପୃକ୍ତ ଅଧିକାରୀଙ୍କ କର୍ତବ୍ୟ ଓ ଅନ୍ୟ ବିଭାଗ ମଧ୍ୟରେ ସମନ୍ନୟ ରକ୍ଷା କରି ବିପର୍ଯ୍ୟୟର ମୁକାବିଲା କରିବା ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.