Home କୋରାପୁଟ ଜିଲ୍ଲାସ୍ତରୀୟ ପ୍ରଥମ ଲୋକକଳା ଦିବସ ପାଳିତ

ଜିଲ୍ଲାସ୍ତରୀୟ ପ୍ରଥମ ଲୋକକଳା ଦିବସ ପାଳିତ

204

କୋରାପୁଟ ୧୪-୦୬ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସଂସ୍କୃତିଭବନଠାରେ ଜିଲ୍ଲାସ୍ତରୀୟ ପ୍ରଥମ ଲୋକକଳା ଦିବସ ପାଳିତ ହୋଇଯାଇଛି। କୋରାପୁଟର ଭାରପ୍ରାପ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକକୁଲ୍ୟରେ ଆୟୋଜିତ ଉତ୍ସବରେ କବି କାହ୍ନୁଚରଣ ପ୍ରଧାନ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ଉତ୍ସବ ମାଧ୍ୟମରେ ଲୋକକଳାର ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ପ୍ରକାଶ କରିଥିଲେ। କଫି ଏପିଡି ଦୟାନିଧି ବାଘ ଅନ୍ୟତମ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ କୋରାପୁଟ ଜିଲ୍ଲାର ପାରମ୍ପରିକ ଲୋକକଳା ମହାନ ଅଟେ ବୋଲି ସୂଚନା ଦେଇଥିଲେ। ରାଜ୍ୟ ସରକାର କଳାର ପ୍ରଚାର ଓ ପ୍ରସାର କରିବା ସହ କଳାକାରମାନଙ୍କୁ ପ୍ରୋତ୍ସାହାନ ରାଶି ପ୍ରଦାନ କରି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଛନ୍ତି ବୋଲି ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ।କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.