Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଡାକଟିକେଟ୍ ପ୍ରଦର୍ଶନୀ ଉଦ୍ଘାଟିତ

ଜିଲ୍ଲାସ୍ତରୀୟ ଡାକଟିକେଟ୍ ପ୍ରଦର୍ଶନୀ ଉଦ୍ଘାଟିତ

67

ରାଉରକେଲା ୨୪-୭ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଜିଲ୍ଲା ସ୍ତରୀୟ ଡାକ ଟିକେଟ୍ ପ୍ରଦର୍ଶନୀ ସ୍ଥାନୀୟ ଭଞ୍ଜଭବନ ଠାରେ ଉଦ୍ଘାଟିତ ହୋଇଯାଇଛି। ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଏହି ଦୁଇ ଦିନିଆ ପ୍ରଦର୍ଶନୀ ଉଦ୍ଘାଟନ କରି କହିଲେ ଯେ, ଏହାଦ୍ୱାରା ଆମେ ଆମର ଅତୀତ କେତେ ଗରିମାମୟ ସେ ସମ୍ପର୍କରେ ଜାଣିପାରିବା। ଦିନଥିଲା ଚିଠିଟିଏ ପାଇଁ ଆମେ କେତେ ବ୍ୟାକୁଳ ହେଉଥିଲୁ। ଏବେ ଯଦିଓ ଡିଜିଟାଲ ଯୁଗରେ ଚିଠିର ଚାହିଦା କମି ଯାଇଛି ତେବେ ବି ଭାରତୀୟ ଡାକସେବା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏହି ପ୍ରଦର୍ଶନୀ ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ମତ ରଖିଥିଲେ। ସମ୍ମାନିତ ଅତିଥି ରିମ୍ସ ସମ୍ପାଦକ ଡ.ଆର‌୍ୟ୍ୟ ପଟ୍ଟନାୟକ କହିଲେ ଯେ, ୧୬୫ ବର୍ଷର ପୁରାତନ ଡାକ ସେବାରେ ପ୍ରାୟ ୪ ଲକ୍ଷ ୫୫ ହଜାର କର୍ମଚାରୀ ନିଯୁକ୍ତି ପାଇ ନିଜ କର୍ମ ପ୍ରତି ପ୍ରତିଦ୍ଧତା ଯୋଗୁଁ ଡାକସେବା ସମସ୍ତଙ୍କ ନିକଟରେ ପ୍ରିୟ ହୋଇପାରିଛି। ଷ୍ଟାମ୍ପ ମାଧ୍ୟମରେ ଆମେ ଆମର ଐତିହ୍ୟ, ସଂସ୍କୃତି କେତେ ପ୍ରାଚୀନ ଥିଲା ତାହା ଜାଣିପାରୁଛେ। ୧୮୮୫ ମସିହା ଅପ୍ରେଲ ୧ ତାରିଖରୁ ଷ୍ଟାମ୍ପ ପ୍ରଚଳନ ହେଲା। ସେବେଠାରୁ ଅଏହା ଆଜି ପର‌୍ୟ୍ୟନ୍ତ ବ୍ୟବହାର ହୋଇଆସୁଛି। କୋରିୟର ଭଳି ସେବାଠାରୁ ସ୍ପିଡ୍ପୋଷ୍ଟ ସେବା ଅନେକ ଉନ୍ନତ ବୋଲି ସେ ମତ ରଖିବା ସହ ଚିଠି ଥିଲା ତକ୍ରାଳୀନ ସମୟର ହୃଦୟ ସହ ହୃଦୟ ଯୋଡିବାର ମାଧ୍ୟମ। ଏହି ଅବସରରେ ଅନ୍ୟତମ ଅତିଥି ଏନ୍ଆଇଟି ରେଜିଷ୍ଟ୍ରାର ପ୍ରାଧ୍ୟାପକ ପ୍ରଦୀପ କୁମାର ଦାସ, ରାଉରକେଲା ଡିଭିଜନର ସୁପରିନଟେଣ୍ଡେଣ୍ଟ ଜମେଶ୍ୱର ଗଡନାୟକ ମଧ୍ୟ ଡାକସେବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସମ୍ବଲପୁର ମଣ୍ଡଳର ପୋଷ୍ଟମାଷ୍ଟର ଜେନେରାଲ ଲଳିତେନ୍ଦୁ ପ୍ରଧାନ ସଭାପତିତ୍ୱ ଅଭିଭାଷଣ ପ୍ରଦାନ ସହ ପ୍ରଦର୍ଶନୀ ସମସ୍ତଙ୍କ ପାଇଁ ଉପାଦେୟ ହୋଇପାରିବ ବୋଲି କହିଥିଲେ। ମନୋଜ ପାଣିଗ୍ରାହୀ ଓ ସୁସ୍ମିତା ସରକାରଙ୍କ ସଂଯୋଜନାରେ ରାଉରକେଲା ପୋଷ୍ଟାଲ ଡିଭିଜନ ଦ୍ୱାରା ଆୟୋଜିତ ଏହି ଡାକ ଟିକେଟ୍ ପ୍ରଦର୍ଶନୀ (ରୋର୍ପେକ୍ସ-୨୦୧୯ରେ ପ୍ରାୟ ୧୦୦ଟି ଫ୍ରେମ ମାଧ୍ୟମରେ ୧୩୦୦ ପର‌୍ୟ୍ୟନ୍ତ ଡାକ ଟିକେଟ୍ ପ୍ରଦର୍ଶିତ ହୋଇଥିଲା। ଏହାସହିତ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ କର୍ମଶାଳା ଓ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ଡ.ପଟ୍ଟନାୟକ ଏକ ସ୍ୱତନ୍ତ୍ର ଆବରଣକୁ ଉନ୍ମୋଚନ କରିଥିଲେ। ଏହି ପ୍ରଦର୍ଶନୀର ଉଦାଯାପନୀ ଉତ୍ସବରେ ଲଳିତେନ୍ଦୁ ପ୍ରଧାନ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି। କାର‌୍ୟ୍ୟକ୍ରମରେ ରାଉରକେଲା ପୋଷ୍ଟାଲ ଡିଭିଜନର ସମସ୍ତ କର୍ମକର୍ତ୍ତାଙ୍କ ସହ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.