Home ଓଡ଼ିଶା ସନ୍ଧ୍ୟା ୫ଟା ସୁଦ୍ଧା ୯ଟି ଜିଲ୍ଲାକୁ ପାଣିପାଗର ସତର୍କ ସୂଚନା

ସନ୍ଧ୍ୟା ୫ଟା ସୁଦ୍ଧା ୯ଟି ଜିଲ୍ଲାକୁ ପାଣିପାଗର ସତର୍କ ସୂଚନା

454

ଭୁବନେଶ୍ୱର, ୨୫/୭,(ଓଡିଆପୁଅ-ପଙ୍କଜିନୀ ନାୟକ): ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସମୟକ୍ରମେ ଘନୀଭୂତ ହେବାରେ ଲାଗିଛି । ଫଳରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ତେବେ ଏହା ମଧ୍ୟରେ ପାଣିପାଗ ବିଭାଗ ପକ୍ଷରୁ ୯ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଯାହା ମଧ୍ୟରେ  ୯ଜିଲ୍ଲାକୁ ପ୍ରବଳ ବର୍ଷା ଓ ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ୯ ଜିଲ୍ଲାଗୁଡ଼ିକ ହେଉଛି ଅନୁଗୁଳ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ, ଝାରସୁଗୁଡ଼ା, ଦେବଗଡ଼ ଓ ସମ୍ବଲପୁର ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.