Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଧାରଣା ବୁଧବାର ପର୍ଯ୍ୟନ୍ତ ସ୍ଥଗିତ

ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଧାରଣା ବୁଧବାର ପର୍ଯ୍ୟନ୍ତ ସ୍ଥଗିତ

41

ନୟାଗଡ଼, ୨୭ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ର ଦୁଇ ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଓ ଲୋକନାଥ ମିଶ୍ରଙ୍କୁ ଅବକାରୀ ବିଭାଗର ଏସ୍‌ଆଇ ଆକ୍ରମର କରିବା ଘଟଣାରେ ସାମ୍ବାଦିକଙ୍କ ୩ଦିନ ଧରି ଚାଲିଥିବା ଅହୋରାତ୍ର ଧାରଣା ଜିଲ୍ଳାପାଳଙ୍କ ପ୍ରତିଶୃତି ପରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅଭିଯୁକ୍ତକୁ ଗିରଫ କରିବା ଦାବିରେ ନୟାଗଡ଼ ଟାଉନଥାନା ଆଗରେ ଦୁଇଦିନ ଧରି ଦିନରାତି ସାମ୍ବାଦିକମାନଙ୍କ ଧାରଣା ଚାଲିବା ପରେ ରବିବାର ଜିଲ୍ଲାପାଳଙ୍କ ଆବାହସିକ କାର୍ଯ୍ୟାଳୟ ଠାରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ତେବେ ବୁଧବାର ପର୍ଯ୍ୟନ୍ତ ସାମ୍ବାଦିକମାନେ କଳାବ୍ୟାଜ୍ ପିନ୍ଧିବେ ନିଷ୍ପତି ନେଇଥିଲେ। ଉଲ୍ଲେଖଯୋଗ୍ୟ ଅବକାରୀ ବିଭାଗ ପକ୍ଷରୁ ମଦ ଜବତ ହୋଇଥିବା ଖବର ଜାଣି ଦୁଇ ସାମ୍ବାଦିକ ଶ୍ରୀ ମହାପାତ୍ର ଓ ଶ୍ରୀ ମିଶ୍ର ଖବର ସଂଗ୍ରହ ପାଇଁ ଯାଇଥିଲେ। ସେମାନେ ଜବତ ହୋଇଥିବା ମଦ ପେଟିର ଫଟୋ ଉଠାଇ ତଥ୍ୟ ମାଗୁଥିଲାବେଳେ ଅବକାରୀ ଏସଆଇ ଧନଞ୍ଜୟ ପାତ୍ର ଫଟୋ ନଉଠାଇବା ପାଇଁ ତାଗିଦ୍ କରିବା ସହିତ ଠେଲା ପେଲା କରିଥିଲେ। ଏପରିକି ଆଶାଳୀନ ବ୍ୟବହାର କରି ଆକ୍ରମଣ କରିଥିଲେ। ଏପରି ବ୍ୟବହାରକୁ ନେଇ ସାମ୍ବାଦିକମାନେ ଉପରିସ୍ତ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ କୌଣସି ଫଳ ପାଇନଥିଲେ। ଯାହାକି ଏହାର ତଦନ୍ତ ପାଇଁ ସାମ୍ବାଦିକମାନେ ଥାନାରେ ଅଭିଯୋଗ ସହ ଥାନା ଆଗରେ ଧାରଣା ଦେଇଥିଲେ। ତେବେ ଅଭିଯୁକ୍ତ ଏସ୍‌ଆଇ ଙ୍କୁୁ ଥାନାକୁ ଲୋକଦେଖାଣିଆ ଭାବେ ଅଣାଯାଇଥିଲାବେଳେ ତାଙ୍କୁ ପଛଦ୍ୱାର ଦେଇ ଖସେଇ ଦେଇଥିଲେ। ଅଭିଯୁକ୍ତକୁ ଗିରଫ ନକଲା ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ସହ ସାମ୍ବାଦିକମାନେ କଳାବ୍ୟାଜ୍ ପିନ୍ଧିବେ ବୋଲି ସାମ୍ବାଦିକ ସଂଘ କହିଛି। ଆଜି ସାମ୍ବାଦିକମାନଙ୍କ ଧାରଣା ସ୍ଥଳରେ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି କର ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.