Home ଓଡ଼ିଶା ଜିଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ: ଅଧିକାରୀମାନଙ୍କ ଉପରେ ବର୍ଷିଲେ ୨ ବିଧାୟକ

ଜିଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ: ଅଧିକାରୀମାନଙ୍କ ଉପରେ ବର୍ଷିଲେ ୨ ବିଧାୟକ

319

କୋରାପୁଟ ୦୪-୦୬ (ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଦେବେନ୍ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଟିତ ହୋଇଯାଇଛି। ବୈଠକରେ କୋଟପାଡ ବିଧାୟିକା ତଥା ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢୀ, ଜିଲ୍ଲା ପରିଷଦ ଉପ-ସଭାପତି ତୁଲସି କିର୍ଷାନି, କୋରାପୁଟ ସାଂସଦ ପ୍ରତିନିଧି ମନୋଜ ଆଚାର୍ଯ୍ୟ ପ୍ରମୁଖଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଆସନ୍ତା ବର୍ଷା ଋତୁରେ ଯେପରି ଧନ ଜୀବନ ସୁରକ୍ଷିତ ରହିବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ବୈଠକରେ ମୁଖ୍ୟତଃ ବିଭିନ୍ନ ଅଂଚଳରେ ମରାମତି ହେବାକୁ ଥିବା ପୋଲ ଓ କଲଭର୍ଟର ତୂରନ୍ତ ପୁନଉଦ୍ଧାର, ଇନ୍ଦ୍ରାବତୀ ଓ ଯଅଁରା ନଦୀ କୂଳରେ ପଥର ପେଚିଂ, କୋଟପାଡ ଏବଂ ବୋରିଗୁମ୍ମା ବ୍ଲକର ତଳିା ଅଂଚଳରେ ବନ୍ୟା ଜଳ ନିଷ୍କାସନ, ସହରାଂଚଳ ଗୁଚିକରେ ବର୍ଷାଜଳ ଛାଡିବା ନିମନ୍ତେ ଡ୍ରେନ୍ ସଫା କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବାବେଳେ ସମସ୍ତ ବିଡିଓ ଏବଂ ଜିଲା ଜରୁରୀ କାଳୀନ ଅଧିକାରୀଙ୍କ ପ୍ରତିଦିନ ସକାଳ ୯ଟା ମଧ୍ୟରେ ରେନ୍ ଫାଲ୍ ରିପୋର୍ଟ ଦେବାକୁ କୁହା ଯାଇଛି। ବର୍ଷା ଆରମ୍ଭ ଆଗରୁ ସମସ୍ତ ନିୟନ୍ତ୍ରଣ କକ୍ଷକୁ କାର୍ଯ୍ୟକାରୀ କରା ଯିବା ସହ ଜିଲା ପୁଲିସ୍ କାର୍ଯ୍ୟାଳୟ, ସିଡିଏମଓ, ଜିଲା ଯୋଗାଣ ଅଧିକାରୀ, କୃଷି ଉପ-ନିର୍ଦ୍ଦେଶକଙ୍କ ଅଫିସରେ କଂଟ୍ରୋଲ୍ ରୁ୍ମ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ଜୁନ୍ ୫ରୁ ସେପ୍ଟେମ୍ବର ୧୫ ଯାଏ ସମସ୍ତ ବିଡିଓ ଏବଂ ଜିଲା କରୁରୀ କାଳୀନ ଅଧିକାରୀ ପ୍ରତିଦିନ ବୃଷ୍ଟିପାତ ଓ ବନ୍ୟା ସମ୍ପର୍କୀତ ସମସ୍ତ ତଥ୍ୟ ଜିଲା ପ୍ରଶାସନକୁ ଦେବା ନିମନ୍ତେ କୁହା ଯାଇଥିବାବେଳେ ବିଭିନ୍ନ ଜଳ ଭଣ୍ଡାରର ଜଳସ୍ତର ଜଣାଇବାକୁ କୁହା ଯାଇଛି। ପାଣିପାଗ ସୂଚନା ବିଭିନ୍ନ ଗମ ମାଧ୍ୟମ, ରେଡିଓରେ ପ୍ରସାରଣ କରିବାକୁ ଡିଆଇପିଆରଓଙ୍କୁ ଦାୟିତ୍ୱ ଦିଆ ଯାଇଥିବାବେଳେ ମାଇକ୍ ପ୍ରଚାର କରି ଜନସାଧାରଣଙ୍କୁ ବର୍ଷା ଓ ବନ୍ୟା ସମ୍ପର୍କରେ ସୂଚନା ଦେବାକୁ ବୈଠକରେ ନିଷ୍ପତି ହୋଇଛି। ସେହିପରି ପ୍ରତି ଅଂଚଳରେ ଖାଦ୍ୟଶସ୍ୟ ଗଚ୍ଛିତ ରଖିବା, ପୋଲିଥିନ୍, କିରୋସିନି ଷ୍ଟକ୍ ରଖିବା ନିମନ୍ତେ ବିଡିଓ, ତହସିଲଦାର ଓ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବାବେଳେ ଜିଲା ମୁଖ୍ୟ ଅଫିସରେ ବେତାର ଯୋଗାଯୋଗ, ଥାନା ଗୁଡିକରେ ଥିବା ଭିଏଚଏଫ୍ ସେଟ୍ କାର୍ଯ୍ୟକ୍ଷମ କରିବା, କେତେକ ସ୍ଥାନରେ ଅସ୍ଥାୟୀ ବୋତାର ସଂଯୋଗ ସ୍ଥାପନା କରିବାକୁ ଏସପି ଓ ତହସିଲଦାର ମାନଙ୍କୁ ପ୍ରସ୍ତାବ ଦିଆ ଯାଇଥିବାବେଳେ ବର୍ଷା ସମୟରେ ଅନବରତ ବିଜୁଳୀ ଯୋଗାଣ ପ୍ରତି ଗୁରୂତ୍ୱ ଦେଇ ଗଛଡାଳ କାଟିବା ନିମନ୍ତେ ବିଡିଓ, ପୌର ଅଧିକାରୀ ଓ ସାଉଥକୋକୁ ନିର୍ଦ୍ଦେଶ ଦିଆ ଯାଇଛି। ସେହିପରି ସମ୍ଭାବ୍ୟ ବନ୍ୟାଂଚଳରେ ଡଙ୍ଗା ରଖିବା ସହ ପାନୀୟ ଜଳ, ଔଷଧ, ସାଲାଇନ୍, ବ୍ଲିଚିଂ ପାଉଡର୍, ଶୁଖିଲା ଖାଦ୍ୟ, ଗୋଖାଦ୍ୟ, ଘାସ, ଦାନା ଗଚ୍ଛିତ ରଖିବା, ବୋରିଗୁମ୍ମା, ଜୟପୁର, କୋଟପାଡରେ ବନ୍ୟା ଆଶ୍ରୟ ସ୍ଥଳି ନିର୍ମାଣ ତ୍ୱରାନ୍ୱୀତ କରିବାକୁ ବୈଠକରେ ମୁଖ୍ୟତଃ ଆଲୋଚନା କରା ଯାଇଛି। କୋରାପୁଟ ଉପ-ଜିଲ୍ଲାପାଳ ଲଳିତ କୁମାର କହଁର, , ଜୟପୁର ଉପ-ଜିଲ୍ଲାପାଳ ଲୋକନାଥ ଦଳବେହେରା, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲ, ଜିଲ୍ଲା କାର୍ଯ୍ୟକ୍ରମ ତଦାରଖ ୟୁନିଟର ଅଧିକାରୀ ଲକ୍ଷ୍ମିଧର ବିଶ୍ୱାଲ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଟୁଲିମ୍ମା ପ୍ରଧାନ, କୋରାପୁଟ ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ, କୋଟପାଡ ବିଜ୍ଞାପିତ ପରିଷଦର ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମନ୍ତରାୟ, ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୈାମ୍ୟରଂଜନ ସ୍ୱାଇଁ ଓ ବରିଷ୍ଠ କିରାଣୀ ପି.କେ.ସାମଲ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

ଏହି ବୈଠକରେ କୋରାପୁଟ ଓ ଜୟପୁର ବିଧାୟକ ଅଧିକାରୀମାନଙ୍କ ଉପରେ ଜୋର ବର୍ଷିଥିଲେ।ଏକ ଦୁର୍ଘଟଣାରେ ପୋଲିସର ଭୂମିକାକୁ ନେଇ କୋରାପୁଟ ବିଧାୟକ ରଘୁରାମ ପଡାଲ ବର୍ଷିଥିବା ବେଳେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ସାଉଥକୋର କାର୍ଯ୍ୟକୁ ଅସନ୍ତୋଷ ବ୍ୟକ୍ତ କରି ଜଣେ ଅଧିକାରୀଙ୍କ ଉପରେ ମଧ୍ୟ ଜୋର ବର୍ଷିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.