Home ଓଡ଼ିଶା ଜିଓ ଗୀଗା ଫାଇବରରେ ଥିବା ଫିଚର ବିଷୟରେ ଜାଣନ୍ତୁ

ଜିଓ ଗୀଗା ଫାଇବରରେ ଥିବା ଫିଚର ବିଷୟରେ ଜାଣନ୍ତୁ

604

ନୂଆଦିଲ୍ଲୀ,୨୧/୦୮,(ଓଡ଼ିଆ ପୁଅ /ପି ନାଏକ): ଗତ ୧୨ ଅଗଷ୍ଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବାର୍ଷିକ ବୈଠକରେ ରିଲାଏନ୍ସର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଜିଓ ଗୀଗାଫାଇବର ର ପ୍ଳାନ୍ ବିଷୟରେ ସୂଚନା ଦେଇଥିଲେ । ସେ କହିଥିଲେ କି, ଜିଓ ଗୀଗାଫାଇବର ବ୍ରଡବ୍ରାଣ୍ଡ ପ୍ଳାନ୍ ର ପ୍ରାରମ୍ଭିକ ମୂଲ୍ୟ ୭୦୦ଟଙ୍କା ରହିଛି ଏବଂ ଏହି ମୂଲ୍ୟରେ ଗ୍ରାହକମାନଙ୍କୁ 100 Mbps ସ୍ପିଡ୍ ମିଳିବ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଏହି ବାର୍ଷିକ ବୈଠକରେ ମୁକେଶ ଅମ୍ବାନୀ ଘୋଷଣା କରିଥିଲେ କି, ଜିଓ ଗୀଗାଫାଇବର ସହିତ ଗ୍ରହକଙ୍କୁ ୪କେ ସେଟଟପ୍ ବକ୍ସ ଏବଂ ଫ୍ରିରେ ଏଲଇଡି ଟିଭି ମିଳିବ । ତେବେ ପ୍ରଶ୍ନ ଏହା କି, ଜିଓ ଗୀଗାଫାଇବର ସହିତ ମିଳିବାକୁ ଥିବର ୪କେ ଓେଟପ୍ ବକ୍ସ ରେ ଏମିତି କଣ ରହିଛି ଯାହା ଅନ୍ୟ ବ୍ରଡବ୍ରାଣ୍ଡର ସେଟ୍ ଟପ୍ ବକ୍ସରେ ନାହିଁ ।

ଜିଓ ଜୀଗାଫାଇବର ର ସବୁଠୁ ଖାସ୍ କଥା ଏହା କି, ଜିଓ ଡେନ୍ ନେଟୱକ ଏବଂ ହାଥୱେ ଲୋକାଲ୍ କେବୁଲ୍ ଅପରେଟରଙ୍କ ସହିତ ପାର୍ଟନରସପ୍ କଥା କହିଛି, ଯାହା ନିଜ ଭିତରେ ଏକ ବଡ କଥା । ଏମିତିରେ ଗୀଗାଫାଇବର ର ଗ୍ରାହକଙ୍କୁ ମଧ୍ୟ ଏହି ଅପରେଟରଙ୍କ କେବୁଲରେ ଦେଖାଯାଉଥିବା ଚ୍ୟାନେଲ୍ ଦେଖିବାର ମୌକା ମିଳିବ ।

ଏହା ବ୍ୟତିତ ଜିଓ ଗୀଗାଫାବରର ଗ୍ରାହକଙ୍କୁ ଭିଡିଓ ଅନ୍ ଡିମାଣ୍ଡ ଆପସ୍ ର ଅଧିକ ଆକ୍ସେସ୍ ମିଳିବ । ଏବଂ ଜିଓର ଗୀଗାଫାଇବର ର ଗ୍ରାହକଙ୍କୁ ଜିଓ ସାବନ୍,ଜିଓ ଟିଭି ଏବଂ ଅନ୍ୟ ଆପସ୍ ର ଆକ୍ସେସ୍ ମଧ୍ୟ ମିଳିବ ।

ଜିଓ ସେଟ ଟପ୍ ବକ୍ସ ସହିତ ଆଉ ଏକ ଖାସ୍ ଫିଚର ମିଳୁଛି ଯାହା ଗେମିଙ୍ଗ ଅଟେ । ଜିଓ ଗେମିଙ୍ଗ ପାଇଁ ମାଇକ୍ରୋସଫ୍ଟ ଏବଂ ପବଜୀ ଗେମ୍ କମ୍ପାନୀ ଟେନସେଣ୍ଟ ସହିତ ପାର୍ଟନରସିପ୍ କରିଛି । ଏହାସହିତ ଜିଓ ଗୀଗାଇବର ସହ ସବୁ ପ୍ଳେ ଷ୍ଟେସନ୍ ର ସପୋର୍ଟ ମିଳିବ ।

 ଗେମିଙ୍ଗ ଏକ୍ସପେରିଏନ୍ସ ର ସାନଦାର ଅନୁଭବ ଦେବାପାଇଁ ଜିଓ ମିକ୍ସଡ ରିୟାଲିଟି ଏବଂ ଭର୍ଚୁଆଲ୍ ରିୟାଲିଟି ର ସୁବିଧା ଦେଉଛି। ଗୀଗାଫାଇବର ସହିତ ଆପଣଙ୍କୁ ଜିଓ କଲ୍ ର ବିକଳ୍ପ ମିଳଛି । ଏମିତିରେ ଆପଣ ଏକା ସହିତ ଚାରି ଜଣଙ୍କ ସହିତ ଭିଡିଓ କଲ କରି କଥା ହୋଇପାରିବେ । ତାହା ପୁଣି ପୁରା ଫ୍ରିରେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.