Home ଅନୁଗୁଳ ଜାନୁଆରୀ ୨୩ ରୁ ଆରମ୍ଭ ହେବ ତାଳଚେର ପୁସ୍ତକ ମେଳା

ଜାନୁଆରୀ ୨୩ ରୁ ଆରମ୍ଭ ହେବ ତାଳଚେର ପୁସ୍ତକ ମେଳା

58

ତାଳଚେର, ୧୯/୧ (ଓଡ଼ିଆ ପୁଅ/ଅଜିତ ବେହେରା) : ଚଳିତ ଜାନୁୟାରୀ ମାସ୨୩ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବିଂଶତମ ତାଳଚେର ପୁସ୍ତକ ମେଳା। ଏଥିପାଇଁ ଚୁଡ଼ାନ୍ତ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର ଉପଜିଲ୍ଳାପାଳ ତଥା ପୁସ୍ତକ ମେଳା କମିଟିର ସଭାପତି ବିଶ୍ୱରଞ୍ଜନ ରଥ ଏଥିରେ ଅଧ୍ୟକ୍ଷତା କରି ୮ ଦିନ ଧରି ଚାଲିବାକୁ ଥିବା ଏହି ବିଂଶତମ ତାଳଚେର ପୁସ୍ତକ ମେଳା – ୨୦୨୩ କୁ ଅଧିକ ଆକର୍ଷଣୀୟ, ସରସ, ସୁନ୍ଦର କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି ପୁସ୍ତକ ମେଳାରେ ଲବ୍ଧ ପ୍ରତିଷ୍ଠିତ ପ୍ରକାଶକମାନଙ୍କୁ ଅଣାଯିବା ସହ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ଶ୍ରୀ ରଥ ମତବ୍ୟକ୍ତ କରିଥିଲେ। ସାଧାରଣ ସମ୍ପାଦକ ଦେବୀ ମିଶ୍ର ପୁସ୍ତକ ମେଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ବିବରଣୀ ପାଠ କରିଥିଲେ। ପୁସ୍ତକ ମେଳାକୁ ଅଧିକ ଲୋକାଭିମୁଖୀ କରିବା ସହିତ ସାହିତ୍ୟରେ ରୁଚି ଥିବା ସ୍ଥାନୀୟ ଅଂଚଳର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ବିଭିନ୍ନ ଦିନର ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦିଆଯିବାକୁ ନିଷ୍ପତି ହୋଇଛି। ହାଟତୋଟା ସ୍ଥିତ ପ୍ରଜାମଣ୍ଡଳ ଭବନ ପରିସରରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ପୁସ୍ତକ ମେଳାରେ ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ଷ୍ଟଲ୍ ନିର୍ମାଣ କରାଯିବା ସହିତ ବିଭିନ୍ନ ଦିନର ସଂଧ୍ୟାରେ ଆଧ୍ୟାତ୍ମିକ, ନାରୀଶିକ୍ଷା, ସାଂସ୍କୃତିକ କାର୍ଯ୍ୟକ୍ରମ, କୁଇଜ୍‌, ହାସ୍ୟ କବି ସମ୍ମିଳନୀ, କବିତା ପାଠୋତ୍ସବ, ଛାତ୍ରଛାତ୍ରୀମାନଙ୍କ ପାଇଁ ଚିତ୍ରାଙ୍କନ, ଝୋଟି ଆଦି ପ୍ରତିଯୋଗିତାମାନ କରାଯିବା ପାଇଁ ନିଷ୍ପତି ହୋଇଛି। ଏହି ବୈଠକରେ ନୂତନ କର୍ମକର୍ତା ଚୟନ କରାଯାଇ ସଭାପତି ଭାବେ ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ରଥ, ଉପସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଓ ଡ. ରଶ୍ମିରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ଭାବେ ଦେବୀ ମିଶ୍ର, ଯୁଗ୍ମ ସମ୍ପାଦକ ବିରଜା ଶଙ୍କର ମିଶ୍ର, ସୌଭାଗ୍ୟ ମହାରଣା, କୋଷାଧ୍ୟକ୍ଷ ଜ୍ୟୋତିରଞ୍ଜନ ଦାସ, ସମୀକ୍ଷକ ରମେଶ ଚନ୍ଦ୍ର ବେହେରା ଓ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଯଯାତି ପଟ୍ଟନାୟକ, କେଶବ ଭୂତିଆ, ତପନ ମହାରଣା, ପ୍ରକାଶ ମହାରଣା, ଜିତେନ୍ଦ୍ର ମହାପାତ୍ର, ବାଉରୀବନ୍ଧୁ ବେଜ, କ୍ଷୀରୋଦ ସାହୁ, ରତ୍ନପ୍ରଭା ବାଇ, ସୌଭାଗିନୀ ଦାସ, ଆଇନ୍‌ଜୀବୀ ଯଦୁମଣି ସାହୁ ପ୍ରମୁଖଙ୍କୁ ଚୟନ କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ ଆଇନ୍‌ଜୀବୀ, ବୁଦ୍ଧିଜୀବୀ, କବି, କବିୟତ୍ରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.