Home ଓଡ଼ିଶା ଜାତୀୟ କୃମିନାଶକ ଦିବସ ଅଭିଯାନର ଲକ୍ଷ୍ୟ – ଓଡିଶାର ୧କୋଟିରୁ ଅଧିକ ପିଲାମାନଙ୍କୁ ସୁସ୍ଥ ରଖିବା...

ଜାତୀୟ କୃମିନାଶକ ଦିବସ ଅଭିଯାନର ଲକ୍ଷ୍ୟ – ଓଡିଶାର ୧କୋଟିରୁ ଅଧିକ ପିଲାମାନଙ୍କୁ ସୁସ୍ଥ ରଖିବା ସହିତ ସେମାନଙ୍କ ପରିପୁଷ୍ଟିର ବିକାଶ କରିବା

154

ଭୁବନେଶ୍ୱର ୬ ଅଗଷ୍ଟ ୨୦୧୯ (ଓଡ଼ିଆ ପୁଅ) – ଉତମ ସ୍ୱାସ୍ଥ୍ୟ ଓ ପୁଷ୍ଟିର ବିକାଶକୁ ସୁନିଶ୍ଚିତ କରିବା ପାଇଁ ୧ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ କୃମିନାଶକର ଭୂମିକା ଗୁରୁତ୍ୱକୁ ଉପଲବ୍ଧି କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ୟୁନିସେଫ୍ ସହଯୋଗରେ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। ଏହି ସମ୍ମିଳନୀରେ ପରିବାର କଲ୍ୟାଣ ନିର୍ଦ୍ଦେଶକ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଯୋଗ ଦେଇଥିଲେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ପ୍ରତି ୬ମାସରେ ଥରେ ୧ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ କୃମିନାଶକ ଔଷଧ ଓ ୯ମାସରୁ ୫ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଭିଟାମିନ୍ ‘କ’ର ଦ୍ରବଣ ଖାଇବାକୁ ଦିଆଯାଉଛି।

ଏହି ସାମ୍ବାଦିକ ସମ୍ମିଳନୀକୁ ଉଦ୍ ବୋଧ ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ ନିୟମିତ କୃମିନାଶକ ଔଷଧ ଖାଇବା ଦ୍ୱାରା ପିଲାମାନେ ଏହି ପରଜୀବି ସଂକ୍ରମଣ ଦ୍ୱାରା ହେଉଥିବା ରକ୍ତହୀନତା, ପୁଷ୍ଟିହୀନତା ଜନିତ ଶାରିରୀକ, ମାନସିକ, ବୌଦ୍ଧିକ ବିକାଶରେ ବାଧାରୁ ରକ୍ଷା ପାଆନ୍ତି।

ଏହି ବର୍ଷ ଅଗଷ୍ଟ ମାସରେ ହେଉଥିବା ଏହି ଅଭିଯାନରେ ଓଡିଶା ସରକାର ୧ବର୍ଷରୁ ୧୯ବର୍ଷ ମଧ୍ୟରେ ୧କୋଟି ୩୦ ଲକ୍ଷ ପିଲାମାନଙ୍କୁ ଏହି ବଟିକା ଖାଇବାକୁ ଦେବା ପାଇଁ ଯୋଜନା କରିଛନ୍ତି। ଏହି ଅଭିଯାନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମିଳିତ ସହଯୋଗରେ ବର୍ଷକୁ ୨ଥର କାର୍ଯ୍ୟକାରୀ କରାଯାଉଛି। ଏହି ବର୍ଷ ଅଗଷ୍ଟ ୮ ତାରିଖରେ ୧ବର୍ଷରୁ ୧୯ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ ମାଗଣାରେ ଏହି ଔଷଧ ଖାଇବାକୁ ଦିଆଯିବ। ଯେଉଁ ପିଲାମାନେ ଅସୁସ୍ଥତା ବଶତଃ କିମ୍ବା ଅନୁପସ୍ଥିତ ରହିବା ଯୋଗୁଁ ଏହି ବଟିକା ଖାଇ ପାରିନଥିବେ ସେମାନେ ଅଗଷ୍ଟ ୧୬ ତାରିଖରେ ଏହି ବଟିକା ଖାଇବେ।

ଏହି ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ଫାଇଲେରିଆ ବ୍ୟାପକତା ଥିବାରୁ ୫ଗୋଟି ଜିଲ୍ଲାମାନଙ୍କରେ (୍ ଯଥା – ବାଲେଶ୍ୱର, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଓ ନୂଆପଡା) ୨ବର୍ଷରୁ ଉର୍ଦ୍ଧ ସମସ୍ତ ଲୋକମାନଙ୍କୁ ଘରକୁ ଘର ବୁଲି ଫାଇଲେରିଆ ବଟିକା ସହିତ କୃମିନାଶକ ବଟିକା ଦିଆଯିବ ଓ ଜାତୀୟ କୃମିନାଶକ ଦିବସରେ ୧ବର୍ଷରୁ ୨ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଅଙ୍ଗନବାଡି କେନ୍ଦ୍ରରେ କୃମିନାଶକ ଔଷଧ ଦିଆଯିବ।

ଏହାଛଡା ରାଜ୍ୟ ସରକାରଙ୍କ ଦ୍ୱାରା ଏହି ଅଗଷ୍ଟ ମାସରେ ୩୦ଟି ଜିଲ୍ଲାରେ ୯ମାସରୁ ୫ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ ଟୀକାକରଣ କେନ୍ଦ୍ର ଓ ସ୍ୱତନ୍ତ୍ର ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସରେ ଭିଟାମିନ୍ ‘କ’ ଦ୍ରବଣ ଖାଇବାକୁ ଦିଆଯିବ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଏହି ପରିପ୍ରେକ୍ଷୀରେ କହିଲେ ଏହି ଅଭିଯାନ ବିଷୟରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ୟୁନିସେଫ୍ ସହଯୋଗରେ ପ୍ରସ୍ତୁତ ହୋଇଥିବା ପ୍ରଚାର ବାର୍ତ୍ତା ଓଡିଆରେ ପ୍ରସ୍ତୁତ କରାଯାଇ ବିଭିନ୍ନ ଗଣମାଧ୍ୟମକୁ ପ୍ରସାରଣ ପାଇଁ ଦିଆଯାଇଛି।

ଏହି ଅଭିଯାନ ବିଷୟରେ –

ଏହି ଜାତୀୟ କୃମିନାଶକ ଦିବସ ଏକ ବୃହତ ଜନସ୍ୱାସ୍ଥ୍ୟ ଅଭିଯାନ, ଯେଉଁଥିରେ ୧ବର୍ଷରୁ ୧୯ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ସରକାରୀ, ବେସରକାରୀ, ସରକାରୀ ସ୍ୱୀକୃତୀ ପ୍ରାପ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ କୃମିନାଶକ ଔଷଧ ଖାଇବାକୁ ଦିଆଯିବ।

ଶିକ୍ଷକ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ମାନଙ୍କୁ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଏହି ବଟିକା କିପରି ଖାଇବାକୁ ଦେବେ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି।

୧-୩ ବର୍ଷ ବୟସ ପିଲାମାନଙ୍କୁ କୃମିନାଶକ ସିରପ୍ ଓ ୪-୫ ବର୍ଷ ବୟସ ପିଲାମାନଙ୍କୁ କୃମିନାଶକ ବଟିକା ଗୁଣ୍ଡ କରି ସଫା ପାଣିରେ ମିଶାଇ ଅଙ୍ଗନବାଡି କେନ୍ଦ୍ରରେ ଖାଇବାକୁ ଦିଆଯିବ। ୬ରୁ ୧୯ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ସେମାନେ ପଢୁଥିବା ବିଦ୍ୟାଳୟରେ ଶିକ୍ଷକମାନେ ଏହି ବଟିକା ଖାଇବାକୁ ଦେବେ।

ବିଦ୍ୟାଳୟକୁ ଯାଉ ନଥିବା ୬ରୁ ୧୯ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଏହି ଔଷଧ ଅଙ୍ଗନବାଡି କର୍ମୀ ଓ ଦମନ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଖାଇବାକୁ ଦିଆଯିବ। ଏଥିରେ ଆଶାକର୍ମୀ ସହାୟତା କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.