ad
ଆମ ସଂସ୍କୃତି, କଳା ଓ ଐତିହ୍ୟ

ଜଗନ୍ନାଥ ଚେତନା ହିଁ ସମନ୍ୱିତ ଚେତନା

– ଦେବପ୍ରସାଦ ମିଶ୍ର
ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ହିଁ ଅଖିଳ ଜଗତର ସ୍ୱାମୀ, ଆର୍ଯ୍ୟ, ଅନାର୍ଯ୍ୟ, ବେଦାନ୍ତୀ, ଶୈବ, ବୈଷ୍ଣବ ସଭିଏଁ ତାଙ୍କରି ଭିତରେ ଆପଣା ଆପଣା ଇଷ୍ଟଙ୍କୁ ଦର୍ଶନ କରିଛନ୍ତି, କିନ୍ତୁ କେହି ତାଙ୍କ ନାମ ରୂପ, ଲୀଳା ଓ ଧାମର ରହସ୍ୟ ଭେଦ କରିବାକୁ ସମର୍ଥ ହୋଇ ନାହାନ୍ତି କି ତାଙ୍କ ସ୍ୱରୂପକୁ ଠାବ କରିପାରି ନାହାନ୍ତି ତେବେ ଏ ଛାର ମନୁଷ୍ୟ ତାଙ୍କର କଥା କିପରି ଜାଣି ପାରିବ !

“ସର୍ବ ରହସ୍ୟ ପୁରୁଷୋତ୍ତମସ୍ୱ ଦେବେ ନ ଯାନାତି କୁତଃ ମନୁଷ୍ୟ”

ଏହି ରହସ୍ୟକୁ ପୁରାଣରୁ ଖୋଜି ବାହାର କରିବା ନିରର୍ଥକ, ସେ ଆସିଛନ୍ତି ସେହି ଦେଶର ଅସଂଖ୍ୟ ସାଂସ୍କୃତିକ ସ୍ରୋତସ୍ୱିନୀ ଉର୍ଜ୍ଜାରୁ ସେ ହେଉଛନ୍ତି ଏ ଦେଶର ଆଧ୍ୟାତ୍ମିକ ଜନମାନସର ସର୍ବଶେଷ ଉଦବର୍ତ୍ତନ ଜଗନ୍ନାଥଙ୍କୁ ଅନ୍ୟମାନଙ୍କ ପରି କୌଣସି ଶାସ୍ତ୍ର ପୁରାଣ ଜନ୍ମ ଦେଇନାହିଁ କି ସ୍ୱୀକାର କରିବାକୁ ଦୁଃସାହସ କରିନାହିଁ, ସେ ହେଉଛନ୍ତି ଲୋକର ଦେବତା ଜନମାନସର ଅଲୌକିକ ପ୍ରତିରୂପ ଆଚରଣ ଓ ଅନୁଷ୍ଠାନରେ ଶ୍ରୀ ଜଗନ୍ନାଥ ହେଉଛନ୍ତି ଲୋକର ଦେବତା ଭାରତର କୌଣସି ପୀଠରେ ଭକ୍ତ ତାର ଇଷ୍ଟ ଦେବତା ଓ ଦେବୀଙ୍କୁ ପ୍ରାଣର ଆକୁଳତାରେ ଆଲିଙ୍ଗନ କରିବାରେ ସୌଭାଗ୍ୟ ପାଇଛି କି ? ତାହାହିଁ ସମ୍ଭବ ହୋଇଛି ଏହି ଶାଶ୍ୱତ ପୀଠରେ ସେହି ଉଡିୟାନ ପୀଠ ଶଙ୍ଖ ପୀଠ ପୁରୀ ନିଳାଦ୍ରୀ ନାମରେ ଭୁବନ ବିଦିତ ସେହିଠାରେ ଏହି ସଂସାରର ପବିତ୍ର କଳ୍ପବୃକ୍ଷ ନାମକ ବଟ ଓ ନୀଳଗିରି ନାମକ ପର୍ବତ ରୋହିଣୀ ନାମକ କାରଣ ଓ ସେହି କୁଣ୍ଡର ସମୀପରେ ଭଗବାନ ପୁରୁଷୋତ୍ତମ ଜଗନ୍ନାଥ ସ୍ୱୟଂ ପ୍ରକାଶବାନ ବିଗ୍ରହ ରୂପରେ ବିଦ୍ୟମାନ, ନୌମି ଦେବଂ ଜଗନ୍ନାଥଂ ସଚ୍ଚିଦାନନ୍ଦ ବିଗ୍ରହମ ଯେ ନିତ୍ୟ ରମତେ ନୀଳାଚଳେ ତୈ ବ୍ରହ୍ମଧାମନି ବ୍ରହ୍ମଧାମ ଶ୍ରୀ କ୍ଷେତ୍ରର ମହନୀୟତା ହେଉଛି ଏ ପାବନ ନୀଳାଚଳ ଧାମର ନାମ ପୁରୁଷୋତ୍ତମ ଏବଂ କ୍ଷେତ୍ରାଧୀଶ୍ୱର ମଧ୍ୟ ପୁରୁଷୋତ୍ତମ।ବୈଦିକ ହିନ୍ଦୁଧର୍ମର ବିକାଶଧାରା ବହୁ ଶତାବ୍ଦୀ ଧରି ଆତ୍ମରକ୍ଷା ଦିଗରେ ନିୟୋଜିତ ହୋଇ ଆସିଛି ଓଡିଶା ହେଉଛି ଏପରି ଏକ ରାଜ୍ୟ ଯେଉଁଠି ଅନାଦି କାଳରୁ ଆଦିମ ଅଧିବାସୀ ରହିଥିଲେ ଓ ଭୌଗଳିକ ଅବସ୍ଥିତ ଦୃଷ୍ଟିରୁ ଏହା ଉତ୍ତର ଓ ଦକ୍ଷିଣ ପଥ ମଧ୍ୟରେ ଏକ ସଂଯୋଯୋକ ରାଜ୍ୟ ରୂପେ ରହି ଆସିଥିଲା। ଆତ୍ମରକ୍ଷାର ଏହି ଶତାବ୍ଦୀ ଶତାବ୍ଦୀ ଧରି ସଂଗ୍ରାମ ମଧ୍ୟରେ ଓଡିଶା ଅପେକ୍ଷାକୃତ ନିରାପଦ ରାଜ୍ୟଥିଲା ସେଥିପାଇଁ ଏଠାକୁ ଆସିଛନ୍ତି ଶଙ୍କର, ରାମାନୁଜ, ବିଷ୍ଣୁସ୍ୱାମୀ, ଚୈତନ୍ୟ, ନାନକକବିର ଇତ୍ୟାଦି ଧର୍ମା·ର୍ଯ୍ୟ ଓ ପରିବ୍ରାଜକ ମାନେ ଶ୍ରୀ ଜଗନ୍ନାଥଙ୍କଠାରେ ସର୍ବଧର୍ମ ସମନ୍ୱୟ ସଂଗଠିତ ହେବାର ଏହାଥିଲା ଏକ ଐତିହାସିକ ସାଂସ୍କୃତିକ ବାଧ୍ୟତା। ଆର୍ଯ ଓ ଅନାର୍ଯ୍ୟ ମାନଙ୍କର ରାଜା ଇନ୍ଦ୍ରଦ୍ୟୁମ୍ନ ଶବର ଶ୍ରେଷ୍ଠ ବିଶ୍ୱାବସୁ ଓ ପ୍ରମୁଖ ବ୍ରାହ୍ମଣ ବିଦ୍ୟାପତି ତାଙ୍କ ସେବାର ଗୋଟିଏ ଗୋଟିଏ ଅଙ୍ଗ, ପୁଣି ସେମିତି ଶଙ୍କରା·ର୍ଯ୍ୟଙ୍କ ସ୍ତୁତି, ·ତନ୍ୟଙ୍କ ଭକ୍ତି, ସାଲବେଗଙ୍କ ସଙ୍ଗୀତ, ଦାଶିଆ ବାଉରିର ଅଧିକାର ତାଙ୍କ ସୃଷ୍ଟିର ଅନନ୍ୟ ଅବଦାନ। ବିଶ୍ୱାବସୁ ଦ୍ୱାରା ପୂଜିତ ନୀଳମାଧବ ଅର୍ନ୍ତଧ୍ୟାନ ହୋଇ ଶେଷରେ ଦାରୁବ୍ରହ୍ମ ଭାବରେ ଆସି ଚତୁର୍ଦ୍ଧାମୂର୍ତ୍ତି ରୂପରେ ପ୍ରତିଷ୍ଠିତ ହୋଇ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଶ୍ରୀ କ୍ଷେତ୍ରରେ ବିଦ୍ୟମାନ ହେଲେ ତେଣୁ ଶ୍ରୀ ଜଗନ୍ନାଥ ବୌଦ୍ଧ କିମ୍ବା ଜୈନ ସଂପ୍ରଦାୟ ଦେବତା ବୋଲି କୁହାଯାଇ ପାରିବ ନାହିଁ ବରଂ ସେ ହେଉଛନ୍ତି ସର୍ବଧର୍ମର ସ୍ୱାମୀ ତାଙ୍କ ପାଖରେ ସମସ୍ତେ ସମାନ ସେ ଏକା ଧାରରେ ବୈଷ୍ଣବ ମାନଙ୍କର ବିଷ୍ଣୁ, ବୌଦ୍ଧ ମାନଙ୍କର ବୁଦ୍ଧ, ଜୈନ ମାନଙ୍କର ଜିନେଶ୍ୱର, ଶବର ମାନଙ୍କର ପତିତ ପାବନ, ସବୁଧର୍ମର ଭକ୍ତମାନେ ଆସି ତାଙ୍କର ଉପାସନା କରିଛନ୍ତି ଏବଂ କରୁଛନ୍ତି ଶ୍ରୀ ଜଗନ୍ନାଥ ଚେତନା ଅତି ବ୍ୟାପକ ଓ ଉଦାର କୌଣସି ଗୋଟିଏ ଜାତି ବା ସଂପ୍ରଦାୟରେ ସେ ଆବଦ୍ଧ ନୁହନ୍ତି ଜଗତର ନାଥ ହୋଇଥିବାରୁ ସାରା ବିଶ୍ୱବାସୀଙ୍କୁ ସମ୍ୟ ଦୃଷ୍ଟିରେ ଦେଖୁଥାନ୍ତି ତେଣୁ ଭୁଗୁ ଗୀତାରେ କୁହାଯାଇଛି ସମୋହଂ ସର୍ବଭୁତଷୁ ତେଣୁ ତାଙ୍କୁ ଜାଣିବା ବା ବର୍ଣ୍ଣନା କରିବା ସମ୍ଭବ ନୁହେଁ ବେଦାନ୍ତ ଶାସ୍ତ୍ର ଯାହାକୁ କହିଛି ନେତି – ନେତି ତାଙ୍କ ସାମ୍ୟବାଦର ଉକ୍ରୃଷ୍ଟ ନିଦର୍ଶନ ହେଲା ଆନନ୍ଦ ବଜାର ମହାପ୍ରସାଦ ଖଳା କୈବଲ୍ୟ କାଣ୍ଡି· ଏ ପାଇଁ କି ପ୍ରବଳ ଉତ୍କଣ୍ଠା ! ସାଧୁ ସନ୍ଥ ସନ୍ୟାସୀଙ୍କ ଠାରୁ ରାଜା ପ୍ରଜା ନିସ୍ୱ ଅସୃଶ୍ୟ ସମସ୍ତେ ସେଠାରେ ଏକାକାର ସମତା ଉଦାରତା ଓ ସମନ୍ୱୟତାର ଶ୍ରେଷ୍ଠ ନିର୍ଯ୍ୟାସ ହିଁ ଜଗନ୍ନାଥ, ୧୭୦୭ ରେ ଆଲେକଜାଣ୍ଡର ହାମିଲଟନ ଆନନ୍ଦ ବଜାରରେ ମହାପ୍ରସାଦ ଜଣେ ଜଣଙ୍କ ଠାରୁ ଛଡାଇ ଖାଉଥିବାର ଦେଖି ଏମିତି ପ୍ରୀତ ହୋଇଥିଲେ ଯେ ମହାପ୍ରସାଦକୁ ପାଇବା ପାଇଁ ଉଦ୍ଗ୍ରୀବ ହୋଇ ତାହା ପାଇବା ପରେ ତୃପ୍ତ ହୋଇଥିବା କଥା ସେ ତାଙ୍କ ବୀବରଣୀରେ ସୂଚନା ଦେବା ସଙ୍ଗେ ସଙ୍ଗେ ଏହି ମହାର୍ଘ ମହାପ୍ରସାଦର ସାର୍ବଜନିନତା ସ୍ୱୀକାର କରିଛନ୍ତି।

ଯେଉଁମାନେ ମୂର୍ତ୍ତିପୂଜକ ନୁହନ୍ତି ଯେଉଁମାନେ ନୀରାକର ବାଦୀ ଶୂନ୍ୟଧର୍ମରେ ବିଶ୍ୱାସୀ ସେମାନେ ମଧ୍ୟ ଜଗନ୍ନାଥଙ୍କ ମଧ୍ୟରେ ଅରୂପର ସନ୍ଧାନ କରିବାର ଦେଖାଯାଇଛି, ସେ ଅବ୍ୟକ୍ତ ନିରାକାର ଓ ଶୂନ୍ୟଦେହୀ ସେ ମଧ୍ୟ ଅଲେଖ ନିରଞ୍ଜନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅନ୍ୟନାମ ଶ୍ରୀ ପୁରୁଷୋତ୍ତମ ଗୀତାର ପୁରୁଷୋତ୍ତମ ଯୋଗ ରେ ଉପନୀଷଦୀୟ ଭାବଧାରା ବର୍ଣ୍ଣିତ ହୋଇଛି ଆଧ୍ୟାତ୍ମ ରାମାୟଣର ରଚୟିତା ବ୍ୟାସଦେବ ବାଳକାଣ୍ଡରେ ଲେଖିଛନ୍ତି ମେଷଂ ପୂଷଣି ସଂପ୍ରାପ୍ତେ ପୁଷ୍ପବୃଷ୍ଟି ସମାକୁଳେ ଆବିରାସୀ ଜଗନ୍ନାଥଃ ପରମାତ୍ମା ସନାତନଃ। ଉପନିଷଦରେ ଆହୁରୀ ମଧ୍ୟ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥଙ୍କର ବର୍ଣ୍ଣନା ଅଛି –

ଅପାଦୋପାଣିଯବନ ଗ୍ରହିତା, ପଶ୍ୟତ୍ୟ ଚକ୍ଷୁଃ ଶୃଣୋତ୍ୟ କର୍ଣ୍ଣଃ, ସଦେହୀ ବେଦ୍ୟଂ ନ ଚ ତସ୍ୟାସ୍ରି ବେତ୍ତ, ତମାହୁମୁଗ୍ରଂ ପୁରୁଷଂ ମହାନ୍ତଂ ଆପଣ ପାଦ ନ ଥାଇ ଗତି କରନ୍ତି, ଚକ୍ଷୁ ନଥାଇ ଦେଖନ୍ତି, ଏବଂ କାନ ନ ଥାଇ ଶୁଣନ୍ତି ଜଗନ୍ନାଥଙ୍କୁ ଉପନୀଷଦୀୟ ବା ବେଦାନ୍ତ ତତ୍ତ୍ୱ ଧାରାରେ ଆର୍ଯ୍ୟ ଋଷିଗଣ ଏହିଭଳି ପ୍ରାର୍ଥନା କରିଥିଲେ ରାମଭକ୍ତ ତୁଳସୀଦାସ ସେହି ଭାବ ଧାରାରେ ଉଦବୃଦ୍ଧ ହୋଇ ଶ୍ରୀ ରାମ ଚରିତ ମାନସରେ ବର୍ଣ୍ଣନା କରିଥିଲେ –

ବିନୁପଦ ଚଲଇ ସୁନଇ ବିନୁ କାନା।      କରବିନୁ କରମ କରଇ ବିଧିନାନା।
ଆନରହିତ ସକଳ ରସ ଭୋଗୀ         ବିନୁବାନୀ ବକତା ବଡ ଯୋଗୀ
ତନବିନୁ ପରଶ ନୟନ ବିନୁ ଦେଖା    ଘ୍ରାନବିନୁ ଗ୍ରାହଇ ବାସ ଅଶେଷା
ଅସବଭାତି ଅଲୌକିକ କରନୀ       ମହିମା ଜାସୁ ଜାଇ ନହି ବରନୀ

ପଞ୍ଚଶଖା ପରିବାରର ଅନ୍ୟତମ ଶ୍ରେଷ୍ଠ ପ୍ରବକ୍ତା ଅଚ୍ୟୁତାନନ୍ଦ ତାଙ୍କ ଶୂନ୍ୟ ସଂହିତା ରେ କହିଛନ୍ତି ଚଣ୍ଡାଳୁ ବ୍ରାହ୍ମଣ ଗୁରୁଶିଷ୍ୟ ପୁଣି ବାରଣ ନଥିବ ତହିଁ ବିକାର ନଥିବ ଏକାକାର ହେବ ନିରାକାର ଆଜ୍ଞା ବହି ପ୍ରଭୁ ଜଗନ୍ନାଥ ହେଉଛନ୍ତି ପତିତପାବନ ସାନ, ବଡ, ଜାତି, ଅଜାତି, ପତିତ, ପାତିତ କେହି ତାଙ୍କର କୃପାରୁ ବଞ୍ଚିତ ହୁଅନ୍ତି ନାହିଁ ଏଠାରେ ସମସ୍ତେ ସମାନ ଏଠାରେ ରାଜ ଚକ୍ରବର୍ତ୍ତୀ ମଧ୍ୟ ଚଣ୍ଡାଳ ପରି ଛେରାପହଁରା କରି ଗୌରବାନିତ୍ୱ ହୋଇଥାନ୍ତି କ୍ଷମତା ଐଶ୍ୱର୍ଯ୍ୟର ବଳୟ ମଧ୍ୟରେ କେହି ଏ କ୍ଷେତ୍ରରେ ସ୍ୱତନ୍ତ୍ର ଗୌରବ ଦାବି କରନ୍ତି ନାହଁ ସେଥିପାଇଁ ତ ଇନ୍ଦ୍ରଦ୍ୟୁମ୍ନ ମାଗି ନେଇଥିଲେ ମୋବଂଶରେ ଗୌରବ ଓ ପ୍ରତିଷ୍ଠା ଅର୍ଜନ ପାଇଁ କେହି ନ ରୁହନ୍ତୁ ତେଣୁ ନୀଳାଚଳ ଧାମର ପ୍ରଧାନ ଆଭିମୁଖ୍ୟ ହେଲା ସମତା ଓ ସମନ୍ୱୟବାଦିତା।

ପୂର୍ବେ ଶୈବ ଓ ବୈଷ୍ଣବ ମାନଙ୍କ ମଧ୍ୟରେ ବିବାଦ ଥିଲା ଏହି ଭେଦ ଭାବ ଦୁର ପାଇଁ ବହୁ ପ୍ରାଚୀନ କାଳରୁ ପୁରାଣମାନଙ୍କରେ ସମନ୍ୱୟିତାର ଚେଷ୍ଟା କରାଯାଇଛି ଏହା ଫଳରେ ବଳଭଦ୍ରଙ୍କୁ ଶିବ ରୂପରେ କଳ୍ପନା କରାଯାଇଛି। ଜଗନ୍ନାଥ କୃଷ୍ଣ ରୂପ ଧାରଣ କରି ଶ୍ରୀ ମନ୍ଦିରରେ ପୂଜା ପାଇ ଆସୁଛନ୍ତି କବି ସାରଳା ଦାସ ଜଗନ୍ନାଥ ବଳଭଦ୍ର ଓ ଶୁଭଦ୍ରାଙ୍କୁ ହର ବ୍ରହ୍ମା ଓ ହରି ରୂପରେ କଳ୍ପନା କରିଛନ୍ତି ପୂର୍ବେ ଏ ଦେଶର ଶାକ୍ତ ଶୈବ ଓ ବୈଷ୍ଣବ ମାନଙ୍କ ମଧ୍ୟରେ ବହୁ ମତ ଭେଦ ଥିଲାଏହି ତିନି ମତର ସମନ୍ୱୟ ନୀଳାଚଳ ଧାମରେ ଶ୍ରୀ ମନ୍ଦିର ସିଂହାସନରେ ସମନ୍ୱୟ କରାଯାଇଛି ବଡ ଦେଉଳରେ ସିଂହାସନ ଉପରେ ସ୍ଥାୟୀ ଭାବେ ବଳଭଦ୍ର ଶିବ ରୂପରେ, ସୁଭଦ୍ରା ବ୍ରହ୍ମା ରୂପରେ ଓ ଜଗନ୍ନାଥ ବିଷ୍ଣୁ ଭାବରେ କଳ୍ପିତ ହୋଇ ପୁଜା ପାଉଛନ୍ତି ସୁଦର୍ଶନ ବିଷ୍ଣୁଙ୍କ ପ୍ରଧାନ ଆୟଧ, ଏହି ସୁଦର୍ଶନ ଚକ୍ରକୁ ସୂର୍ଯ୍ୟଙ୍କ ପ୍ରତୀକ ଭାବେ କଳନା କରାଯାଇଛି। ଏହି କଳ୍ପନା ପ୍ରତି ପ୍ରତ୍ୟେକ ହିନ୍ଦୁର ଉଚ୍ଚ ସମ୍ମାନ ବୋଧ ରହିଛି ଏହା ଦ୍ୱାରା ବୈଷ୍ଣବ, ଶାକ୍ତ ଓ ସୌର ମାନଙ୍କର ମଧ୍ୟରେ ସମନ୍ୱୟ ଭାବ ସୃଷ୍ଟି କରାଯାଇଛି ରତ୍ନ ବେଦୀରେ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିର ପରିକଳ୍ପନା ·ରିପ୍ରଧାନ ଧର୍ମ ସଂପ୍ରଦାୟର ସମନ୍ୱୟ ଘଟିଛି।

କୌଣସି ଜାତି ବା ବର୍ଣ୍ଣକୁ ଘୃଣା କଲେ ସମାଜ ତିଷ୍ଠି ପାରିବ ନାହିଁ ଜନତା ଜନାର୍ଦ୍ଧନ ଙ୍କ ହିତାର୍ଥେ କର୍ମ କରିବା ହିଁ ଧର୍ମ। ଉତ୍କଳର ଗଜପତି ମହାରାଜ ମାନେ ରାଜଗଦି ପାଇବା ମାତ୍ରେ ଜଗନ୍ନାଥଙ୍କ ଠାରେ ଅର୍ପଣ କରି ତାଙ୍କ ସେବାକାରୀ ହୋଇ ରହୁଥିଲେ ରଥଯାତ୍ରାରେ ଛେରାପହଁରା କରୁଥିଲେ ଏହାର ତାତ୍ପର୍ଯ୍ୟ ହେଲା ପ୍ରଜାମାନଙ୍କ ଠାରୁ ରାଜା ଭିନ୍ନ ନୁହନ୍ତି ଏହି ଜଗନ୍ନାଥ ଚେତନାରେ ଅନୁପ୍ରାଣିତ ହୋଇ ମା ମହାଲକ୍ଷ୍ମୀ ନିଜେ ଚଣ୍ଡାଲୁଣୀ ଘରେ ବିଜେ କରି କେତେ ଲା‚ିତ ଅପମାନିତ ହୋଇ ନାହାନ୍ତି ! କିନ୍ତୁ ଶେଷରେ ବିଜୟ ହୋଇଛି ସାମ୍ୟବାଦର। ଜଗନ୍ନାଥ ଚେତନାରେ ମଣିଷ ମଣିଷ ଭିତରେ ଯେଉଁ ଭେଦଭାବ ରହିଛି ତାହା ମାନବ ଧର୍ମର ଘୋର ବିରୋଧି ରଥଯାତ୍ରାରେ ରଥଟଣା ବେଳେ ମଧ୍ୟ କୌଣସି ଭେଦଭାବ ନଥାଏ ଏହା ଜଗନ୍ନାଥ ସଂସ୍କୃତିର ସାମ୍ୟବାଦର ପରିକଳ୍ପନା ଏବଂ ଏକତ୍ୱର ମନୋଭାବ ସେଥିପାଇଁ ନୀଳାଚଳ ଧାମର ପ୍ରଧାନ ଆଭିମୁଖ୍ୟ ହେଲା ସମତା ଓ ସମନ୍ୱୟବାଦିତା।

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top