Home ଓଡ଼ିଶା ଟ୍ରେନ ଦୁର୍ଘଟଣାର କାରଣ କଣ ନିଜେ ତଦନ୍ତ କରିବା ସହ ଯାତ୍ରୀଙ୍କୁ ସମସ୍ତ ପ୍ରକାର ସାହାଯ୍ୟ...

ଟ୍ରେନ ଦୁର୍ଘଟଣାର କାରଣ କଣ ନିଜେ ତଦନ୍ତ କରିବା ସହ ଯାତ୍ରୀଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ଯୋଗାଇଦେବା ପ୍ରକାଶ କଲେ ଡି.ଆର.ଏମ

145

ରାୟଗଡା, ଜୁନ ୨୫(ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ଜଗଦଲପୁର ହାଉଡା ସମଲେଶ୍ସରୀ ଏକ୍ସପ୍ରେସ ଟ୍ରେନ ଆଜି ଜଗଦଲପୁର ଯାଉଥିବା ବେଳେ ରାୟଗଡ଼ା ନିକଟସ୍ଥ ସିଙ୍ଗପୁର ରୋଡ଼ ଷ୍ଟେସନ ଓ କେଟଗୁଡା ନିକଟରେ ଲାଇନ ଚିଉତ ହୋଇ ନିଆଁ ଲାଗି ଯାଇଛି। ପ୍ରକାଶ ଯେ କୋରାପୁଟ ଯିବା ବେଳେ ସନ୍ଧ୍ୟା ୪ଟା ୫୦ ସମୟରେ ଟ୍ରେନର ଇଞ୍ଜିନ ସହ ସଂଲଗ୍ନ ବଗି ଲାଇନଚ୍ୟୁତ ହୋଇଯାଇଥିଲା। ସାତ ଶହରୁ ଆଠସହ ଯାତ୍ରୀ ରହିଥିବା ବେଳେ ସତର ଜଣ ଯାତ୍ରୀ ଓ କିଛି ରେଳ କର୍ମଚାରୀ ଆହତ ହୋଇ ଥିବା ବେଳେ ଛଅ ଜଣ ଯାତ୍ରୀ ଗୁରୁତର ଅବସ୍ଥାରେ ଥିବା ଜଣାଯାଇଛି। ଏହି ଟ୍ରେନ ହଠାତ ଲାଇନଚ୍ୟୁତ ହେବାପରେ ଟ୍ରେନରେ ନିଆଁ ଲାଗିଯାଇଥିଲା। ତେବେ ଏ ନେଇ ଡି ଆର ମେନ ପ୍ରକୃତରେ କାରଣ କଣ ବୋଲି ଫୋନରେ ଯୋଗାଯୋଗ କରିବାରୁ ସେ ଏ ନେଇ ନିଜେ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବା ସହ ଆହତ ସମସ୍ତଙ୍କୁ ସବୁପ୍ରକାର ସାହାଯ୍ୟ, ସହଯୋଗ ଯୋଗାଇ ଦେବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.