Home ଉପ ନିର୍ବାଚନ ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନମଣ୍ଡଳୀରୁ ବିଜେଡି ଏବଂ କଂଗ୍ରେସ ଦଳର ଶହ ଶହ କାର୍ଯ୍ୟକର୍ତାଙ୍କ ବିଜେପିରେ...

ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନମଣ୍ଡଳୀରୁ ବିଜେଡି ଏବଂ କଂଗ୍ରେସ ଦଳର ଶହ ଶହ କାର୍ଯ୍ୟକର୍ତାଙ୍କ ବିଜେପିରେ ସାମିଲ

116

ଶାସକ ବିଜେଡିର ଏହି ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବା ପାଇଁ ଭାରତୀୟ ଜନତା ପାର୍ଟୀ ଦେଇଥିବା ଡାକରାରେ
– ତିର୍ତୋଲ, ରଘୁନାଥପୁର ଏବଂ ବିରିଡି ବ୍ଲକର ତୃଣମୁଳ ସ୍ତରର ବହୁ ବିଜେଡି ଓ କଂଗ୍ରେସ ନେତା ଏବଂ କାର୍ଯ୍ୟକର୍ତା ବିଜେପିରେ ସାମିଲ
– ରାଜ୍ୟର ସ୍ୱାର୍ଥ ପାଇଁ ଶାସକ ବିଜେଡିର ଦୁର୍ନୀତି, ଭ୍ରଷ୍ଟାଚାର, ମନୋମୁଖୀ ଶାସନ ବିରୁଦ୍ଧରେ ବିଜେପିର ଏହି ଲଢେଇ ଜାରୀ ରହିବ : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ୦୫/୧୦ (ଓଡ଼ିଆ ପୁଅ) : ରାଜ୍ୟରେ ଶାସକ ବିଜୁ ଜନତା ଦଳର ଏକଛାଟିଆ, ମନୋମୁଖୀ ଶାସନରେ ରାଜ୍ୟବାସୀ ହନସନ୍ତ। ଦୁର୍ନୀତି ଏବଂ ଅତ୍ୟାଚାର ବର୍ତମାନ ଶାସନ ବ୍ୟବସ୍ଥାର ଅଙ୍ଗ ପାଲଟି ଯାଇଛି। କୃଷକ, ଚାଷୀ, ମହିଳା ବିରୋଧୀ ଶାସକ ବିଜେଡି ଦଳର ବିଧାୟକ, ସାଂସଦଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଦୁର୍ନୀତି ଏବଂ ଅତ୍ୟାଚାର ବ୍ୟବସ୍ଥାରେ ସଂପୃକ୍ତ ଅଛନ୍ତି। ବହୁ ଜନକଲ୍ୟାଣ ଯୋଜନାର କାର୍ଯ୍ୟକାରିତାଠୁ ଆରମ୍ଭ କରି ବିଭିନ୍ନ ବିକାଶମୁଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଉପଡିଛି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇପଡିଛି। ଶାସକ ବିଜେଡିର ଏହି ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବା ପାଇଁ ଭାରତୀୟ ଜନତା ପାର୍ଟୀ ଦେଇଥିବା ଡାକରାରେ ଆଜି ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନମଣ୍ଡଳୀରୁ ବିଜେଡି ଏବଂ କଂଗ୍ରେସ ଦଳର ଶହ ଶହ କାର୍ଯ୍ୟକର୍ତା ସାମିଲ ହୋଇଛନ୍ତି। ନୂତନ ଭାବେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଜିଲ୍ଲା ପ୍ରଭାରୀ ଶାରଦା ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ, ଘୁମୁସୁର (ଗଂଜାମ) ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଜିଲ୍ଲାର ବରିଷ୍ଠ ନେତା ରମାକାନ୍ତ ଭୋଇ ଏବଂ ରାଜକିଶୋର ବେହେରା ପ୍ରମୁଖ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ଆଜି ଏହି ମିଶ୍ରଣ ପର୍ବରେ ହାଜିପୁର ଜିଲ୍ଲା ପରିଷଦ ପ୍ରାର୍ଥୀ ରଞ୍ଜନ କୁମାର ବେହେରା, ପୂର୍ବତନ ସମିତି ସଭ୍ୟ ଚିତରଂଜନ ସାହୁ, ପୂର୍ବତନ ଗୋବିନ୍ଦପୁର ସରପଂଚ ଶାରଦା ପ୍ରସାଦ କାଣ୍ଡି, କନକପୁରର ସୁନିଲ ମହାରଣା, ତେନ୍ତୁଳିପଡା ପୂର୍ବତନ ସରପଂଚ, ପୂର୍ବତନ ସରପଂଚ ଅକ୍ଷୟ ମହାନ୍ତି, ବସନ୍ଦରା ପୂର୍ବତନ ସରପଂଚ ନିଶିକାନ୍ତ ମଲ୍ଲିକ, ତରଜଙ୍ଗାର ବୈଷ୍ନବ ଜଥା, ଶିବପୁରର ଅଲୋକ କୁମାର ଭୋଇ, ଅଢଙ୍ଗା ଗ୍ରାମର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଶିବପୁରର ପୂର୍ବତନ ସମିତି ସଭ୍ୟ ସତ୍ୟରଞ୍ଜନ ସେଠୀ, ବିରିଡିର ଅଲେଖ ମାଝୀ, ଦିପ୍ତୀରଞ୍ଜନ ଭୋଇ, ଅଖତର ରଜାକ୍‌, ଖଗେଶ୍ୱର ଭୋଇ, ସୁଶାନ୍ତ ରାଉତ ପ୍ରମୁଖ ନିଜ ନିଜ ସମର୍ଥକଙ୍କ ଗ୍ରହଣରେ ବିଜେପିରେ ଯୋଗଦାନ କରିଛନ୍ତି।

ସେହିପରି ରଘୁନାଥପୁର ବ୍ଲକ ତରିକୁନ୍ଦ ଗ୍ରାମ ପଂଚାୟତର ବୈରାଗୀ ଚନ୍ଦ୍ର ବେହେରା, ତରିକୁନ୍ଦର ପୂର୍ବତନ ସରପଂଚ ସୁବାଷ ଚନ୍ଦ୍ର ସାହାଣୀ, ମହେଶ୍ୱର ସ୍ୱାଇଁ, ଡା-କେଳୁ ଦାଶ, ସୁବୋଧ କୁମାର ବାରିକ, ନିରଞ୍ଜନ ବେହେରା, ନାଏବ ସରପଂଚ ନରହରି ସାହୁ, ସୟଦ ଅକବର ଅଲ୍ଲୀ, ସୟଦ ଅସପକ୍ ଅଲ୍ଲ୍‌ୀ, ସୟଦ ଲାଲା; ଜୟସୋଲ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ନରେନ୍ଦ୍ରନାଥ ନାଏକ, ସୁବାଷ ଚନ୍ଦ୍ର ସାହୁ, ଧନେଶ୍ୱର ନାଏକ, ରମେଶ ଚନ୍ଦ୍ର ବେହେରା, ଆଶିଷ କୁମାର ବେହେରା, ମାନସ କୁମାର ସାମନ୍ତରାୟ, ବିଶ୍ୱଜିତ ନାଏକ; ବରଗୋଲ ପଂଚାୟତ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନ୍ତିଙ୍କ ସମେତ ନବକିଶୋର ମଲ୍ଲିକ, ଜଗବନ୍ଧୁ ସ୍ୱାଇଁ, ପ୍ରଦୀପ୍ତ କୁମାର ସ୍ୱାଇଁ, ପ୍ରଦୀପ୍ତ କୁମାର ମହାନ୍ତି, ସୁବାଷ ଚନ୍ଦ୍ର ସ୍ୱାଇଁ, ତ୍ରିଲୋଚନ ଦଳେଇ, ପ୍ରଫୁଲ୍ଲ କୁମାର ଜେନା, ସଂଜୟ କୁମାର ନାଏକ, ଅରୁଣ କୁମାର ସ୍ୱାଇଁ, ଦେବେନ୍ଦ୍ର ମାନିକ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜନକଲ୍ୟାଣ ଓ ରାଷ୍ଟ୍ରହିତକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରି ଭାରତବର୍ଷକୁ ବିଶ୍ୱରେ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିବାରେ ସଫଳ ହୋଇଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ସମର୍ଥକଙ୍କ ଗ୍ରହଣରେ ବିଜେପିରେ ସାମିଲ ହେବା ଅବସରରେ ନୂତନ ଭାବେ ସାମିଲ ହୋଇଥିବା ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ କହିଛନ୍ତି।

ରାଜ୍ୟର ସ୍ୱାର୍ଥ ପାଇଁ ଶାସକ ବିଜେଡିର ଦୁର୍ନୀତି, ଭ୍ରଷ୍ଟାଚାର, ମନୋମୁଖୀ ଶାସନ ବିରୁଦ୍ଧରେ ବିଜେପିର ଏହି ଲଢେଇ ଜାରୀ ରହିବ ବୋଲି ଆଜିର ମିଶ୍ରଣ ପର୍ବ ଅବସରରେ ଶ୍ରୀ ହରିଚନ୍ଦନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.