Home ଜିଲ୍ଲା ପରିକ୍ରମା ଭାରସାମ୍ୟ ହରାଇ ଓଲଟିଲା ବିଲାତି ବୋଝେଇ ଟ୍ରକ

ଭାରସାମ୍ୟ ହରାଇ ଓଲଟିଲା ବିଲାତି ବୋଝେଇ ଟ୍ରକ

157

ବାହାନଗା, ୫ା୧୦(ଭାରତୀ ଦାସ / ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବେଗୁନିଆ ଠାରେ ଏକ ବିଲାତି ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ସକାଳେ ଏକ ବିଲାତି ବୋଝେଇ ଟ୍ରକ (ଡବ୍ଲୁବି ୩୩ ଇ ୩୧୦୦) ନଂ ଟ୍ରକ ବେଙ୍ଗଲୋରୋ ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ୧୬ନଂ ଜାତୀୟ ରାଜପଥ ବେଗୁନିଆ ଠାରେ ଭାରସାମ୍ୟ ହରାଇ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ସେଥିରେ ଥିବା ଡ୍ରାଇଭର ସୁନିଲ ମାହାନ୍ନା ଅଳ୍ପକେ ବର୍ତ୍ତି ଯାଇଥିବା ଥିବା ବେଳେ ହେଲପର ନସୁଦ ଖାଁ ଆହତ ହୋଇଥିଲେ। ଖବର ପାଇ ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭର ଓ ହେଲପରକୁ ଡାକ୍ତର ଖାନା ପଠାଇ ଥିବାର ଜଣାପଡ଼ିଛି। ଟ୍ରକ ଓଲଟିବା ପରେ ବିଲାତି ଟ୍ରେ ଗୁଡ଼ିକ ବିଛିଡ଼ି ପଡ଼ିଥିବାର ଦେଖା ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.