Home ଓଡ଼ିଶା ଚାଳକଙ୍କ ଉପସ୍ଥିତ ବୁଦ୍ଧି, ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ସହ ଅନେକଙ୍କ ଜୀବନ

ଚାଳକଙ୍କ ଉପସ୍ଥିତ ବୁଦ୍ଧି, ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ସହ ଅନେକଙ୍କ ଜୀବନ

50

ହରିଚନ୍ଦନପୁର, ତା ୧୯ ଡିସେମ୍ବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ରେଲୱେ ଅଣ୍ଡରବ୍ରିଜ୍ ନିକଟରେ କୋଇଡାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଶାନ୍ତିଲତା ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ଯାତ୍ରୀ ସହ ବସ୍ ସୁରକ୍ଷିତ । ଖବର ଅନୁଯାୟୀ ବସଟି କୋଇଡାରୁ ବାହାରି ହରିଚନ୍ଦନପୁର ଦେଇ ଭୁବନେଶ୍ୱର ଯାଉଥିବା ବେଳେ ରାସୋଳ ରେଲୱେ ଅଣ୍ଡରବ୍ରିଜ୍ ନିକଟରେ ବିପରୀତ ଦିଗ ଭୁଲ ରାସ୍ତାରେ ଏକ କାର ଦୃତ ଗତିରେ ଆସିଥିଲା । କାର ସହ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଚାଳକ ଜଣଙ୍କ ବସଟିକୁ ବାମପାର୍ଶ୍ୱକୁ କାଟି ଥିଲେ । ଫଳରେ ପାର୍ଶ୍ୱରେ ଥିବା ସିମେଣ୍ଟ ବାଡାରେ ବସର ସମ୍ମୁଖ ବାଜି ଭାଙ୍ଗି ଯାଇଥିବା ବେଳେ ହେଲପର ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ବେଳେ ସେମାନଙ୍କୁ ଅନ୍ୟ ବସ୍ ଯୋଗେ ନିଆଯାଇଛି । ଘଟଣାର ଖବର ପାଇ ଦୈତାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ କାରକୁ ଜବତ କରି ଥାନାରେ ଅଟକ ରଖିଥିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.